ତାଞ୍ଜାନିଆରେ ଗୁଞ୍ଜରିତ ହେଲା ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ, ପୁଣି ଚର୍ଚ୍ଚାରେ ସୋସିଆଲ ମିଡିଆ ସେନସେସନାଲ କିଲି-ନିମା
ବିଦେଶରେ ବିଦେଶୀଙ୍କ ମୁହଁରେ ବନ୍ଦେ ଉତ୍କଳ ଜନନୀ । ପୁଣି ଛାଇଲେ କିଲି-ନିମା । ଓଡ଼ିଆ ଗୀତରେ ରିଲସ୍ କରି ପ୍ରଶଂସା ସାଉଁଟିଲେ । ପୁଣି ଚର୍ଚ୍ଚାରେ ସୋସିଆଲ ମିଡିଆ ସେନସେସନାଲ କିଲି ନିମା । ଉତ୍କଳ ଦିବସ ଅବସରରେ ତାଞ୍ଜାନିଆରେ ଗୁଞ୍ଜରିତ ହେଲା ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ।

ଯେଉଁଠି ଆଜିକା ସମୟରେ ଓଡ଼ିଶାରେ କିଛି ଓଡ଼ିଆ ଲୋକ ହିନ୍ଦୀ କିମ୍ବା ଅନ୍ୟ ଭାଷା ପ୍ରତି ପ୍ରେମ ଦେଖାଉଥିବାବେଳେ, ଜଣେ ବିଦେଶୀ କଳାକାରଙ୍କ ଆମ ଓଡ଼ିଆ ଭାଷା ପ୍ରତି ସମ୍ମାନ ଏବେ ସୋସିଆଲ୍ ମିଡିଆରେ ଖୁବ୍ ପ୍ରଶଂସା ସାଉଁଟୁଛି। ତେବେ ସୂଚନା ଥାଉକି ଗତକାଲି ଥିଲା ଏପ୍ରିଲ ପହିଲା । ଯାହାକୁ ଉତ୍କଳ ଦିବସ ରୂପେ ପାଳନ କରାଯାଏ। ଚଳିତ ବର୍ଷ ବି ଏହି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ବର୍ଷ ପୂର୍ତ୍ତିକୁ ଆନନ୍ଦ ଉଲ୍ଲାସର ସହ ପାଳନ କରିଥିଲା ରାଜ୍ୟବାସୀ । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବରେଣ୍ୟଙ୍କୁ ମନେ ପକାଇଥିଲା ସାରା ରାଜ୍ୟ । ଚାରିଆଡେ ଗୁଞ୍ଜରିତ ହୋଇଥିଲା ବନ୍ଦେ ଉତ୍କଳ ଜନନୀ ସଂଗୀତ।
ଏହି ଅବସରରେ ଜଣେ ବିଦେଶୀ କଳାକାର ବନ୍ଦେ ଉତ୍କଳ ଜନନୀ ସଂଗୀତରେ ଅଭିନୟ କରି ନିଜ ଇଷ୍ଟାଗ୍ରାମ୍ ଆକାଉଣ୍ଟରେ ସେୟାର କରିଥିଲେ। ଯାହା ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଉକ୍ତ ବିଦେଶୀ କଳାକାର ଆଉ କେହି ନୁହଁନ୍ତି ସେ ହେଉଛନ୍ତି କିଲି-ନିମା । ଏହି ସୋସିଆଲ ମିଡିଆ ଷ୍ଟାର କିଲି ପଲ୍ ସବୁବେଳେ ବଲିଉଡ ଗୀତରେ ଡ୍ୟାନ୍ସ କରି ଚର୍ଚ୍ଚାରେ ରହିଥାନ୍ତି। ନିଜର ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରି ଫ୍ୟାନ୍ସଙ୍କ ମନ ଜିଣନ୍ତି । ବଲିଉଡର ନୂଆ ଗୀତକୁ ନେଇ ଡ୍ୟାନ୍ସ ଭିଡିଓ କରି ସୋସିଆଲ ମିଡିଆରେ ସେୟାର କରିବା ଯୋଗୁଁ ଫ୍ୟାନ୍ସ ମଧ୍ୟ ଏହାକୁ ବେଶ୍ ପସନ୍ଦ କରନ୍ତି। ହେଲେ ବର୍ତ୍ତମାନ ଓଡିଆ ଗୀତରେ ରିଲସ୍ କରି ଏବେ ଓଡିଶାବାସୀଙ୍କ ମନ ଜିତିଛନ୍ତି ଏହି ରିଲସ୍ ଷ୍ଟାର।
View this post on Instagram
ନିକଟରେ ଏକ ଓଡିଆ ସମ୍ବଲପୁରୀ ଗୀତ ଆଧୁନିକ ଗୀତରେ ରିଲସ୍ କରି ଉଭୟ ପ୍ରଶଂସା ସାଉଁଟୁଥିବାବେଳେ, ଏବେ ପୁଣି ଚର୍ଚ୍ଚାରେ ସୋସିଆଲ ମିଡିଆ ସେନସେସନାଲ କିଲି ନିମା । ଉତ୍କଳ ଦିବସ ଅବସରରେ ତାଞ୍ଜାନିଆରେ ଗୁଞ୍ଜରିତ ହୋଇଥିଲା ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ । ସୋସିଆଲ ମିଡିଆରେ ବେଶ ପପୁଲାର ହୋଇଥିବା ପଲ୍ ଭାଇ ଭଉଣୀଙ୍କ ମୁହଁରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଶୁଣିବାକୁ ମିଳିଛି। କିଲି ପଲ ଓ ନିମା ପଲ ଲିପସିଙ୍କ କରି ବନ୍ଦେ ଉତ୍କଳ ଜନନୀ ଗାଇଥିଲେ । ଯାହାକୁ ବେଶ୍ ପସନ୍ଦ କରାଯାଉଛି ।
ତାଙ୍କର ଏହି ବନ୍ଦେ ଉତ୍କଳ ଜନନୀ ଭିଡିଓଟି ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ସେମାନେ ଏହି ଭିଡିଓଟିର କ୍ଯାପସନରେ ଲେଖିଛନ୍ତି-Bande Utkala Janani..Happy State Day To friends from Odisha । ଏହି ଭିଡିଓଟି ସେୟାର ହେବା ପରେ ପାଖାପାଖି ୬୪ ହଜାରକୁ ଅଧିକ ଲାଇକ୍ ପାଇସାରିଲାଣି । ଏହାସହ ୧୫୦୦ରୁ ଅଧିକ କମେଣ୍ଟ ଦେଖିବାକୁ ମିଳିଛି।