ପଞ୍ଜାବର ପପୁଲାର ସିଙ୍ଗର ବବ୍ଦୁ ମାନ୍‌ଙ୍କୁ ହତ୍ୟା ଧମକ, ସୁରକ୍ଷା ବଢ଼ାଇଲା ପୋଲିସ

କେନ୍ୟୁଜ୍‌: ଦିନକୁ ଦିନ ପଞ୍ଜାବ ପାଲଟି ଗଲାଣି ଅପରାଧୀ ଙ୍କ ଆଡ୍ଡା । ନିର୍ଭୟରେ ବୁଲୁଛନ୍ତି ଅପରାଧ ଶ୍ରେଣୀର ଲୋକ । ଚଳିତ ବର୍ଷ ପପୁଲାର ସିଙ୍ଗର ସିଦ୍ଧୁ ମୁସେଓ୍ଵାଲାଙ୍କ ହତ୍ୟା ପରେ ବି ଚେତିନି ପୋଲିସ ପ୍ରଶାସନ । ଏବେ ପୁଣି ଜଣେ କଳାକାରଙ୍କୁ ମିଳିଛି ହତ୍ୟା ଧମକ । । ଏହି ହତ୍ୟାଧମକ ପଞ୍ଜାବର କୁପଞ୍ଜାବର ପପୁଲାର ସିଙ୍ଗର ବବ୍ଦୁ ମାନଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ମିଳିଛି ଖ୍ୟାତ ବମ୍ବିହା ଗ୍ୟାଙ୍ଗ୍‌ଷ୍ଟାର ଗୃପ୍‌ ଫୋନ କଲ୍‌ରେ ଦେଇଛି ବୋଲି ପୋଲିସ କହିଛି । ବବ୍ଦୁ ମାନଙ୍କୁ ଏହେି କଲ୍‌ ଆସିବା ପରେ ସେ ମୋହାଲିର ଏକ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୋଲିସ ବବ୍ଦୁଙ୍କ ଘରର ସୁରକ୍ଷାକୁ ବଢ଼ାଇ ଦେଇଛି ଏବଂ ଏହି ଘଟଣାକୁ ପୋଲିସ ଗମ୍ଭୀରତାର ସହିତ ନେଇଛି । ବବ୍ଦୁଙ୍କ ଜୀବନ ପ୍ରତି ବିପଦ ଥିବା ଜାଣି ପୋଲିସ କେମିତି ବବ୍ଦୁଙ୍କୁ ଅଧିକରୁ ଅଧିକ ସୁରକ୍ଷା ଦେଇ ହେବ ସେଥି ପ୍ରତି ଧ୍ୟାନ ଦେଉଛି ।

କିଏ ଏହି ବବ୍ଦୁ ମାନ୍‌ ?:
ଏହି ୪୭ ବର୍ଷୀୟ ବବ୍ଦୁ ମାନଙ୍କ ପ୍ରକୃତ ନାମ ହେଉଛି ତେଜେନ୍ଦର ସିଂ ମାନ୍‌ । ସେ ପଞ୍ଜାବର ଫତେଗଡ଼ ସାହିବ ଜିଲ୍ଲାର ଖାଣ୍ଟ ଗାଁରେ ଜନ୍ମ ହୋଇଥିଲେ । ସେ ତାଙ୍କର ପାଠ ପଢ଼ା ପଞ୍ଜାବୀ ଭାଷାରେ କରିଥିଲେ । ୧୯୯୮ ରେ ‘ସଜନ ଦେ ଗୟା ରୁମାଲ ’ ଗୀତରୁ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ । ସେ ୨୦୦୭ ମସିହାରେ ଗୋଟିଏ ହିନ୍ଦୀ ଆଲବମ‘ମେରା ଗମ’ ଗୀତରେ ବହୁତ ପ୍ରଶଂସା ସାଉଁଟିଥିଲେ । ଏହି ଗୀତ ଲୋକଙ୍କର ବହୁତ ପସନ୍ଦ ମଧ୍ୟ ଆସିଥିଲା । ସେ ୨୦୦୩ରେ ଫିଲ୍ମ ‘ହାବାଏଁ’ ମଧ୍ୟ ଅଭିନୟ କରିଥିଲେ । ଏହି ଫିଲ୍ମରେ ତାଙ୍କର ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ । କିନ୍ତୁ ଏହି ଫିଲ୍ମ ଟି ବିବାଦ ପାଇଁ ଭାରତରେ ବ୍ୟାନ ହୋଇଥିଲା । ଏହି ଫିଲ୍ମ ବିଦେଶ ରେ ରିଲିଜ ହୋଇଥିଲା ।
ମେ’ରେ ହୋଇଥିଲା ସିଦ୍ଧୁ ମୁସେଓ୍ଵାଲାଙ୍କ ହତ୍ୟା:
ଏହି ବର୍ଷ ମେ’ ୨୯ରେ ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେଓ୍ଵାଲାଙ୍କର ହତ୍ୟା ହୋଇଥିଲା । ମୁସେଓ୍ଵାଲାଙ୍କ ହତ୍ୟାର ମାଷ୍ଟର ମାଇଣ୍ଡ ଗୋଲ୍ଡି ବ୍ରାର ବୋଲି ପୋଲିସର ତଦନ୍ତରୁ ଜଣା ପଡ଼ିଥିଲା । କୋର୍ଟରେ ଦାଖଲ କରିଥିବର ଚାର୍ଜ ସିଟ୍‌ରେ ପୋଲିସ କହିଥିଲା ଗୋଲ୍ଡି ବ୍ରାର ଏବଂ ଲରେନ୍ସ ବିଷ୍ଣୋଇ ସିଗନାଲ ଆପ୍‌ ଜରିଆରେ କଥା ବାର୍ତ୍ତା କରୁଥିଲେ । ଏହି ଘଟଣା ପରେ ପଞ୍ଜାବର କଳାକାରମାନଙ୍କର ସୁରକ୍ଷାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଆଶା କରିବା ପଞ୍ଜାବର ପୋଲିସ ପ୍ରଶାସନ ଏହି ଘଟଣା ପ୍ରତି ଧ୍ୟାନ ଦେବେ ଏବଂ ଅପରାଧୀଙ୍କୁ ଦମନ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.