ରଶ୍ମିକା ମନ୍ଦାନାଙ୍କୁ ଦେଖିବା ପାଇଁ ୯୦୦ କିମି ଯାତ୍ରା କଲେ ଫ୍ୟାନ

ସାଉଥ୍ ଇଣ୍ଡିଆର ସୁପରଷ୍ଟାର ଓ ନ୍ୟାସନାଲ୍ କ୍ରସ୍ ରଶ୍ମିକା ମନ୍ଦାନା ନିଜ ଲୁକ୍ ଏବଂ ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ତେବେ ତାଙ୍କୁ ଭାରତର ନ୍ୟାସନାଲ୍ କ୍ରସ୍ ମଧ୍ୟ କୁହାଯାଏ । ବିଭିନ୍ନ ଭାଷାରେ ଅଭିନୟ କରୁଥିବା ରଶ୍ମିକା ମନ୍ଦନାଙ୍କ ଟିକେ ଝଲକ ଦେଖିବା ପାଇଁ ୯୦୦ କିଲୋମିଟର ଯାତ୍ରା କରିଛନ୍ତି ତାଙ୍କର ଏକ ଦିୱାନା ଫ୍ୟାନ । ଫ୍ୟାନ ଜଣକ ତେଲେଙ୍ଗାନାବାସୀ ହୋଇଥିବାବେଳେ ରଶ୍ମିକାଙ୍କ ବାସସ୍ଥାନ କର୍ଣ୍ଣାଟକର କୋଦାଗୁ ଜିଲ୍ଲାକୁ ଯାତ୍ରା କରିଛନ୍ତି । ଆଉ ଏହି ସମୟରେ ଯେତେବେଳେ ଉକ୍ତ ବ୍ୟକ୍ତି ରଶ୍ମିକାଙ୍କ ଘରର ଠିକଣା ମାଗିଥିଲା ସେତେବେଳେ ଲୋକମାନଙ୍କୁ ସନ୍ଦେହ ହୋଇଥିଲା । ଏହାପରେ ସ୍ଥାନୀୟ ଲୋକମାନେ ପୋଲିସ୍ କୁ ଖବର ଦେଇଥିଲେ । ପୋଲିସ୍ ଖବର ପାଇ ଆକାଶଙ୍କ ସହ କଥାବାର୍ତ୍ତା କରିଥିଲେ ଏବଂ ତାଙ୍କୁ ଠିକ୍ ଭାବେ ବୁଝାଇ ଘରକୁ ପଠାଇ ଦେଇଥିଲେ ।

rasmikaaa

ରଶ୍ମିକା ଏହି ସବୁ ଘଟଣା ଜାଣିବା ପରେ ଏ ସମ୍ପର୍କରେ ଟ୍ବିଟ କରି ସୂଚନା ଦେଇଛନ୍ତି । ଏହାସହିତ ତାଙ୍କୁ ଦେଖିବା ପାଇଁ ଏତେ ବାଟ ଯାତ୍ରା କରିବାକୁ ମନା କରିଛନ୍ତି । ନିଜ ଫ୍ୟାନ୍ସଙ୍କୁ ନ ଦେଖା କରିପାରୁଥିବାରୁ ମନ୍ଦନା ଦୁଃଖ ପ୍ରକାଶ କରିବା ସହିତ ସମୟ ଆସିଲେ ଦେଖା କରିବେ ବୋଲି କହିଛନ୍ତି । ସେ ଟୁଇଟ୍ ରେ କହିଛନ୍ତି ଯେ, “ବନ୍ଧୁ ମାନେ, ମୁଁ ଏବେ ଜାଣିବାକୁ ପାଇଲି ଯେ, ଆପଣମାନଙ୍କ ମଧ୍ୟରୁ କେହି ଜଣେ ଭେଟିବାକୁ ଆସିଥିଲେ । ହେଲେ ମୁଁ ଅନୁରୋଧ କରୁଛି ଯେ, ସେପରି କିଛି କରନ୍ତୁ ନାହିଁ । ମୋତେ ଖରାପ ଲାଗୁଛି ଯେ, ମୁଁ ଆପଣଙ୍କୁ ଭେଟି ପାରିଲିନାହିଁ” । ମହାମାରୀ ସମୟରେ ସୁରକ୍ଷିତ ରହି ତାଙ୍କୁ ଭଲପାଇବା ଦେବା ପାଇଁ ସେ କହିଛନ୍ତି । ଏଭଳି କଲେ ସେ ଖୁସି ହେବେ ବୋଲି ଟ୍ବିଟ ମାଧ୍ୟମରେ କହିଛନ୍ତି । ମନ୍ଦନା ବର୍ତ୍ତମାନ ମୁମ୍ବାଇରେ ନିଜର ଆଗାମୀ ଚଳଚ୍ଚିତ୍ରକୁ ନେଇ ବ୍ୟସ୍ତ ରହିଛନ୍ତି ।

ତେବେ ସୂଚନା ଥାଉ କି ମନ୍ଦନା ତାମିଲ, ତେଲୁଗୁ ଓ କନ୍ନଡ ଭାଷାରେ ଏକାଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ଫିଲ୍ମ ମିସନ ମଜନୁ ମାଧ୍ୟମରେ ମନ୍ଦନା ବଲିଉଡରେ ପାଦ ଥାପିବାକୁ ଯାଉଛନ୍ତି । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଶାନ୍ତନୁ ଓ ଏଥିରେ ଅନ୍ୟ କଳାକାର ଭାବେ ସିଦ୍ଧାର୍ଥ ମଲହୋତ୍ରା ଅଭିନୟ କରୁଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.