କିଆରାଙ୍କ ଝଲକ ପାଇବା ପାଇଁ ୫୧ ମହଲାର ସିଢି ଚଢିଗଲେ ଫ୍ୟାନ୍, ଜାଣନ୍ତୁ ତା’ ପରେ କ’ଣ ହେଲା

କିଆରା ଆଡଭାନୀଙ୍କ ଫିଲ୍ମ ‘ଜୁଗ୍ ଜୁଗ୍ ଜିଓ’ ବକ୍ସ ଅଫିସରେ ଭଲ ଆୟ କରୁଛି। ଯାହାକୁ ନେଇ ଫିଲ୍ମର ଷ୍ଟାରକାଷ୍ଟଙ୍କ ଠାରୁ ଆରମ୍ଭ କରି ନିର୍ମାତା ଓ ନିର୍ଦ୍ଦେଶକଙ୍କ ପର୍ଯ୍ୟନ୍ତ ସମସ୍ତେ ଖୁସି ହିଛନ୍ତି। ଏହି ଫିଲ୍ମରେ କିଆରାଙ୍କ ଭୂମିକାକୁ ବେଶ୍ ପସନ୍ଦ କରୁଛନ୍ତି ଲୋକେ। ସୋସିଆଲ ମିଡିଆରେ କିଆରାଙ୍କ ଫ୍ୟାନ୍ ଫଲୋଇଂ ମଧ୍ୟ ଅଧିକ ରହିଛି। ଆଉ ସବୁ ଫ୍ୟାନ୍ସ କିଆରାଙ୍କୁ ଦେଖା କରିବା ପାଇଁ ଚାହୁଁଛନ୍ତି। ହେଲେ କିଆରାଙ୍କୁ ଦେଖାକରିବା ପାଇଁ ଜଣେ ଫ୍ୟାନ୍ ଏମିତି କାମ କରିଥିଲେ, ଯାହା ବିଷୟରେ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ନିଶ୍ଚିତ।
ନିକଟରେ ଏକ ଇଣ୍ଟରଭ୍ୟୁରେ କିଆରା କହିଥିଲେ, ତାଙ୍କର ଜଣେ ପ୍ୟାନ୍ ତାଙ୍କୁ ଦେଖାକରିବା ପାଇଁ ୫୧ତମ ମହଲାକୁ ଲିଫ୍ଟ ନୁହେଁ ବରଂ ସିଢି ଚଢି ଆସିଥିଲା। ଏହା ଜାଣିବା ପରେ ପ୍ରକୃତରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ କିଆରା। କେବଳ ମାତ୍ର ଗୋଟିଏ ଝଲକ ପାଇବା ପାଇଁ ଫ୍ୟାନ୍ ଜଣକ ଏପରି କରିଥିଲେ। ସେହି ଫ୍ୟାନ ଜଣକୁ ଦେଖି କିଆରା ପାଣି କଥା ପଚାରିଥିଲେ। କିନ୍ତୁ ଫ୍ୟାନ ଜଣକ କେବଳ କିଆରାଙ୍କୁ ଦେଖିବା ପାଇଁ ଆସିଥିଲେ ବୋଲି କହିଥିଲେ।
କିଆରାଙ୍କ ଫିଲ୍ମ ବକ୍ସ ଅଫିସରେ ଏବେ ୭୦ କୋଟିରୁ ଉର୍ଦ୍ଧ୍ୱ ଆୟ କରିସାରିଲାଣି। ଫିଲ୍ମର ନିର୍ମାଣ ଧର୍ମା ପ୍ରଡକ୍ସନ ଏବଂ ଖେତାନ, ଭାଏକମ୍ ୧୮ ଷ୍ଟୁଡିଓ କରିଛି। ଫିଲ୍ମରେ କିଆରା ବରୁଣ ଧଓ୍ଵନଙ୍କ ସହିତ ନଜର ଆସିଛନ୍ତି। ଏହାସହିତ ଫିଲ୍ମରେ ଅନୀଲ କପୁର, ନୀତୁ କପୁର, ମନୀଷ ପଲ ଏବଂ ପ୍ରାଜକ୍ତା କୋଲି ନଜର ଆସିଛନ୍ତି। ଫିଲ୍ମକୁ ବକ୍ସ ଅଫିସରେ ଭଲ ରେସପନ୍ସ ମିଳୁଛି।
‘ଶେରଶାହ’ରେ ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀଙ୍କ କେମେଷ୍ଟ୍ରି ସମସ୍ତଙ୍କୁ ପସନ୍ଦ ଆସିଥିଲା। ଖବର ମୁତାବକ, ଖୁବଶୀଘ୍ର ଦୁହେଁ ଏବେ ପୁଣିଥରେ ଏକାଠି କାମ କରିବାକୁ ଯାଉଛନ୍ତି। ଦୁହେଁ ସବୁବେଳେ ନିଜର ପର୍ସନାଲ ରିଲେସନସିପକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଫ୍ୟାନ୍ସ ଦୁହିଁଙ୍କ ରିଲେସନସିପକୁ ନେଇ ବେଶ୍ ଉତ୍ସାହିତ ରହିଥାନ୍ତି। ନିକଟରେ ଦୁହିଁଙ୍କର ବ୍ରେକଅପ୍ ହୋଇଥିବା ଖବର ସାମ୍ନାକୁ ଆସିଥିଲା। କିନ୍ତୁ ପରେ ଦୁହିଁଙ୍କ ମିଳାମିଶା ଦେଖି ଗୁଜବ ଉପରେ ରୋକ୍ ଲାଗିଥିଲା।
ଏହା ମଧ୍ୟରେ ଏକ ଖବର ଆସିଛି କି, କିଆରା ଏବଂ ସିଦ୍ଧାର୍ଥ ପୁଣିଥରେ ରୋମାଣ୍ଟିକ ଫିଲ୍ମରେ ଏକାଠି କାମ କରିବାକୁ ଯାଉଛନ୍ତି। ଏହି ଫିଲ୍ମରେ ଦୁହିଁଙ୍କ ରୋମାନ୍ସ ଦେଖିବାକୁ ମିଳିବ। ଦୁହିଁଙ୍କୁ ସ୍କ୍ରିପ୍ଟ ମଧ୍ୟ ପସନ୍ଦ ଆସିଛି।