ଫ୍ୟାନ ଜଣକ ସର୍ବସମ୍ମୁଖରେ ବରୁଣ ଧୱନଙ୍କୁ ଦେଲେ ଧମକ, କହିଲେ- ‘ତୁମ ଗର୍ଲଫ୍ରେଣ୍ଡକୁ ମାରିଦେବି’

ସବୁବେଳେ ସେଲିବ୍ରିଟିଜ ମାନଙ୍କ ସହିତ କିଛି ଏମିତି ହୋଇଯାଉଛି ଯେ ଯେଉଁଥିପାଇଁ ସେହି ଘଟଣା ସବୁଦିନ ମନେ ରହିଥାଏ। ଏମିତି କିଛି ବରୁଣ ଧୱନଙ୍କ ସହିତ ମଧ୍ୟ ହୋଇଛି। ମୁମ୍ବାଇ ଜୁହୁରେ ରହୁଥିବା ବରୁଣ ଧୱନଙ୍କ ଘର ବାହାରେ ଜଣେ ଫ୍ୟାନ ତାଙ୍କ ଗର୍ଲଫ୍ରେଣ୍ଡ ନତାଶା ଦଲାଲାଙ୍କୁ ଜୀବନରୁ ମାରି ଦେବାକୁ ଧମକ୍ ଦେଇଛନ୍ତି ।
ରିପୋର୍ଟ ଅନୁଯାୟୀ, ବରୁଣ ଧୱନଙ୍କ ସିକ୍ୟୁରିଟି ଟିମ ସୂଚନା ଦେଇଛି କି ଜଣେ ମହିଳା ଫ୍ୟାନ ବହୁତ ସମୟ ଧରି ତାଙ୍କୁ ଅପେକ୍ଷା କରିଥିଲେ । ସିକ୍ୟୁରିଟି ଟିମ ଅନୁଯାୟୀ, ଏଭଳି ପରିସ୍ଥିତି ଅନେକ ଥର ଆସିଛି କି ଫ୍ୟାନମାନେ ଅନେକ ସମୟ ଧରି ଅପେକ୍ଷା କରି ରହିଥାନ୍ତି । କିନ୍ତୁ ଏହି ଘଟଣାରେ ମହିଳା ଫ୍ୟାନ ଜଣକ ସେହି ସ୍ଥାନ ଛାଡିବା ପାଇଁ ମନା କରିବା ସହିତ ବହୁତ ସମୟ ଧରି ଯୁକ୍ତି ମଧ୍ୟ କରିଥିଲେ। ମହିଳା ଜଣଙ୍କ କହିଲେ ଯେ ସେ ନିଜକୁ କ୍ଷତି ପହଁଚାଇବେ। ତା ପରେ ଧୱନଙ୍କୁ ଦେଖାକରିବା ପାଇଁ ସିକ୍ୟୁରିଟି ଟିମ ନ ଦେବାରୁ ସେ ତାଙ୍କ ଉପରେ ଆକ୍ରମକ ହୋଇଉଠିଥିଲେ । ମହିଳା ଯେତେବେଳେ ଜାଣିଲେ ଯେ ସେ ବରୁଣଙ୍କୁ ଦେଖା କରିପାରିବେ ନାହିଁ ସେତେବେଳେ ସେ ଧମକ ଦେଲେ ଏବଂ କହିଲେ ଯେ ମୁଁ ନତାଶା ମ୍ୟାମଙ୍କୁ ମାରିଦେବି।
ବରୁଣ ଧୱନ ଦିନ ତମାମ କାର୍ଯ୍ୟରେ ବ୍ୟସ୍ତ ଥିବାରୁ ସେ ଆରାମ କରିବାକୁ ଚାହୁଁଥିଲେ, ଏହି କାରଣରୁ ସେହି ମହିଳା ଫ୍ୟାନଙ୍କୁ ଏତେ ସମୟ ଅପେକ୍ଷା କରିବାକୁ ପଡିଥିଲା । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଫ୍ୟାନ ଜଣକ ପ୍ରଥମେ ନିଜକୁ ଆଘାତ କରିବାକୁ ଚେଷ୍ଟା କରିଥିଲେ, ତା ପରେ ଧୱନଙ୍କୁ ଦେଖାକରିବା ପାଇଁ ନ ଦେବାରୁ ସେ ସିକ୍ୟୁରିଟି ଟିମ ଉପରେ ଆକ୍ରମକ ହୋଇଉଠିଥିଲେ । ଏହି ଭିତରେ ମହିଳା ଜଣକ ବରୁଣ ଧୱନଙ୍କ ଗର୍ଲଫ୍ରେଣ୍ଡ ନତାଶା ଦଲାଲଙ୍କୁ ଜୀବନରୁ ମାରିଦେବାକୁ ଧମକି ମଧ୍ୟ ଦେଇଥିଲେ । ମହିଳା ଫ୍ୟାନ ଜଣକ କହିଥିଲେ କି, ମୁଁ ନତାଶାକୁ ମାରିଦେବି ।
ମହିଳା ଫ୍ୟାନ ଜଣକ ସେଠାରେ ପାଖାପାଖି ୪୫ ମିନିଟ୍ ଉପସ୍ଥିତ ରହିଲେ, ସିକ୍ୟୁରିଟି ବରୁଣଙ୍କୁ ଫୋନ କରି ଏହି ସମସ୍ତ କଥା ଜଣାଇଲେ। ଏହା ଶୁଣିବା ପରେ ବରୁଣ ଚିନ୍ତାରେ ପଡିଯାଇଥିଲେ। କାରଣ ମହିଳା ଜଣଙ୍କ ବାରମ୍ବାର ନତାଶାଙ୍କୁ ମାରିଦେବାକୁ ଧମକ ଦେଉଥିଲେ। ଏହାପରେ ସିକ୍ୟୁରିଟି ଟୀମ ପୋଲିସକୁ ଫୋନ କରିଥିଲେ ଏବଂ ସାଣ୍ଟା କ୍ରୁଜ ପୁଲିସ ଷ୍ଟେସନରେ ଅଭିଯୋଗ କରାଯାଇଛି । ରିପୋର୍ଟ ଅନୁଯାୟୀ ସାଣ୍ଟା କ୍ରୁଜ ପୁଲିସ ଷ୍ଟେସନ କହିଛି କି, ଯଦି ବରୁଣ ଧୱନ ନିଜର ବୟାନ ଦିଅନ୍ତି ତେବେ ଏଫ୍ଆଇଆର ରୁଜୁ କରାଯିବ, ବର୍ତ୍ତମାନ ସୁଦ୍ଧା ଏ ନେଇ ଅଭିଯୋଗ କରାଯାଇଛି । ଆପଣଙ୍କୁ ଜଣାଇବୁ ଯେ ନତାଶା ବରୁଣଙ୍କର ପ୍ରେମିକା ଅଟନ୍ତି ଏବଂ ସେ ଦୁହେଁ ଖୁବ ଶୀଘ୍ର ବିବାହ କରିବାକୁ ଚାହୁଁଛନ୍ତି।