ଦୀପିକା ପାଦୁକୋନ ଏବଂ ରଣଭୀର ସିଂ ଖୁବ ଶୀଘ୍ର ପିତାମାତା ହେବାକୁ ଯାଉଛନ୍ତି । ‘କଲ୍କି 2898 AD’ ଅଭିନେତ୍ରୀ ଦୀପିକା ପାଦୁକୋନ ଏବେ ୮ ମାସ ପ୍ରେଗ୍ନେଣ୍ଟ ଅଛନ୍ତି । ଦୀପିକାଙ୍କ ମୁହଁରେ ପ୍ରେଗ୍ନେନ୍ସି ଗ୍ଲୋ ସ୍ପଷ୍ଟ ଭାବରେ ଦେଖାଯାଉଛି । ତେବେ ବର୍ତ୍ତମାନ ଅଭିନେତ୍ରୀ ତାଙ୍କ ଡେଲିଭରି ପୂର୍ବରୁ ନିଜ ଲୁକ୍ ବଦଳାଇ ଦେଇଛନ୍ତି । ବାସ୍ତବରେ, ଅଭିନେତ୍ରୀ ଏକ ନୂଆ ହେୟାର ଷ୍ଟାଇଲ କରିଛନ୍ତି, ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋରସୋରରେ ଭାଇରାଲ ହେବାରେ ଲାଗିଛି ଏବଂ ଫ୍ୟାନ୍ସମାନେ ଅଭିନେତ୍ରୀଙ୍କ ଏହି ନୂଆ ଲୁକକୁ ଖୁବ ପସନ୍ଦ ମଧ୍ୟ କରୁଛନ୍ତି ।
ଗତକାଲି ଅର୍ଥାତ ଶୁକ୍ରବାର ଦିନ ଦୀପିକାଙ୍କ ହେୟାର ଷ୍ଟାଇଲିଷ୍ଟ ଇନଷ୍ଟାଗ୍ରାମରେ ଦୀପିକାଙ୍କ ହେୟାର କଟ୍ ର ଏକ ରିଲ୍ ସେୟାର କରିଛନ୍ତି । ଭିଡିଓରେ ଦୀପିକା ହାଲକା ଗୋଲଡେନ୍ କଲର୍ ହାଇଲାଇଟ୍ ସହିତ ନିଜର ଲାଟେଷ୍ଟ ହେୟାର ଷ୍ଟାଇଲକୁ ଫ୍ଲଣ୍ଟ କରୁଥିବାର ନଜର ଆସିଛନ୍ତି । ଏହି ସମୟରେ ଦୀପିକା ଏକ ଆକର୍ଷଣୀୟ ୟେଲୋ ଏବଂ ହ୍ୱାଇଟ୍ କଲର୍ ସାର୍ଟ ପିନ୍ଧିଥିବାର ନଜର ଆସିଥିଲେ । ଏହି ସମୟରେ mom-to-be ଦୀପିକାଙ୍କର ଏକ ସୁନ୍ଦର ରିଷ୍ଟ ବ୍ୟାଚ ମଧ୍ୟ ଦେଖିବାକୁ ମିଳିଥିଲା ।
ଦୀପିକା ପାଦୁକୋନଙ୍କ ନୂଆ ହେୟାର ଷ୍ଟାଇଲର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିବା ବେଳେ ଦୀପିକାଙ୍କ ନୂଆ ଲୁକକୁ ଫ୍ୟାନ୍ସମାନେ ଖୁବ ପସନ୍ଦ କରିଛନ୍ତି । ଏହି ପୋଷ୍ଟରେ ଫ୍ୟାନ୍ସମାନେ ଦୀପିକାଙ୍କ ନୂଆ ଲୁକର ଅନେକ ପ୍ରଶଂସା ମଧ୍ୟ କରୁଛନ୍ତି । ସୂଚନାଯୋଗ୍ୟ, ଦୀପିକା ପାଦୁକୋନ ଏବଂ ରଣଭୀର ସିଂ ଫେବୃଆରୀ ୨୦୨୪ରେ ଘୋଷଣା କରିଥିଲେ ଯେ ସେପ୍ଟେମ୍ବରରେ ସେମାନଙ୍କର ପ୍ରଥମ ସନ୍ତାନ ଆସିବାକୁ ଯାଉଛି ।
ଏହା ପରେ ଫ୍ୟାନ୍ସ ଏବଂ ଅନେକ ସେଲିବ୍ରେଟି ଏହି ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ତେବେ ପ୍ରେଗ୍ନେନ୍ସିରେ ମଧ୍ୟ ଏହି ଅଭିନେତ୍ରୀ ଅନେକ ଥର ସର୍ବସାଧାରଣରେ ଦେଖାଯାଉଛନ୍ତି । ଅନ୍ୟପଟେ ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଦୀପିକା ଫିଲ୍ମ ‘ସିଙ୍ଗହମ୍ ଏଗେନ’ ରିଲିଜ୍ ପାଇଁ ପ୍ରସ୍ତୁତ ହେଉଛନ୍ତି । ସେ ରୋହିତ ଶେଟ୍ଟୀଙ୍କ ଫିଲ୍ମ ‘ସିଙ୍ଗହମ୍ ଏଗେନ’ରେ ଶକ୍ତି ଶେଟ୍ଟୀ ଅର୍ଥାତ ଲେଡି ସିଙ୍ଗହମ୍ ଭୂମିକାରେ ନଜର ଆସିବେ । ଏହି ଫିଲ୍ମ ଦିୱାଲୀ ସମୟରେ ସିନେମାହଲରେ ରିଲିଜ ହେବ ବୋଲି ସୂଚନା ରହିଛି ।