ରଜନୀକାନ୍ତଙ୍କ ଫ୍ୟାନ୍ ଦେଲେ ଛେଳି ବଳି, ରକ୍ତରେ କଲେ ‘Annaatthae’ ପୋଷ୍ଟରର ଅଭିଷେକ
ସାଉଥ୍ ସୁପରଷ୍ଟାର ରଜନୀକାନ୍ତଙ୍କ କ୍ରେଜ୍ ଦୀର୍ଘ ବର୍ଷ ହେଲାଣି ରହିଛି। ତାଙ୍କ ଫ୍ୟାନ୍ମାନେ ତାଙ୍କୁ ଭଗବାନଙ୍କ ଭଳି ପୂଜା କରନ୍ତି। ନିକଟରେ ରଜନୀକାନ୍ତଙ୍କ ଅପ୍କମିଂ ଫିଲ୍ମ Annaatthae ରେ ତାଙ୍କର ଫାଷ୍ଟଲୁକ୍ ରିଲିଜ୍ ହୋଇଛି। ଏହି ପୋଷ୍ଟ ଆସିବା ପରେ ଫ୍ୟାନ୍ମାନେ ଖୁସିରେ ବିଭୋର ହୋଇ ଏମିତି କାମ କରିଛନ୍ତି, ଯାହା କେହି କେବେ କଳ୍ପନା ବି କରିନଥିବେ।
ନିଜକୁ ରଜନୀକାନ୍ତଙ୍କ ଫ୍ୟାନ୍ ବୋଲି କହୁଥିବା ଏକ ଗ୍ରୁପ୍ ଅଭିନେତାଙ୍କ ଫିଲ୍ମର ପୋଷ୍ଟର ରିଲିଜ୍ ହେବା ପରେ ଛେଳି ବଳି ଦେଇଛନ୍ତି। ସେ ଛେଳିକୁ ବଳି ଦେଇ ସେହି ରକ୍ତରେ ରଜନୀକାନ୍ତଙ୍କ ଫଟୋ ଥିବା ପୋଷ୍ଟରର ଅଭିଷେକ କରିଛନ୍ତି। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
Superstar #Rajinikanth fans sacrificed goat & offered blood abishekam to #Annaatthe first look poster.#AnnaattheFirstLook pic.twitter.com/47wNswxmLu
— Manobala Vijayabalan (@ManobalaV) September 12, 2021
ରଜନୀକାନ୍ତଙ୍କୁ ଭଲ ପାଇବା ଗୋଟେ କଥା। କିନ୍ତୁ ନିରୀହ ପଶୁକୁ ବଳି ଦେଇ ଜୀବ ହତ୍ୟା କରି ନିଜ ଭଲ ପାଇବା ଦର୍ଶାଇବା ଆଦୌ ଭଲ ନୁହେଁ ବୋଲି କିଛି ସୋସିଆଲ ମିଡିଆ ୟୁଜର ଏହି ପୋଷ୍ଟରକୁ ଟ୍ରୋଲ କରି କହିଛନ୍ତି। All India Rajinikanth Rasikar Mandram ର ଆଡମିନିଷ୍ଟ୍ରେଟର ବିଏମ୍ ସୁଧାକର ଏହି ଘଟଣାକୁ ନିନ୍ଦା କରିଛନ୍ତି। ସେ ଏହାକୁ ଅପ୍ରିୟ କହିବା ସହ ଭବିଷ୍ୟତରେ ଏଭଳି ନ କରିବାକୁ ଚେତାବନୀ ଦେଇଛନ୍ତି। ତେବେ ଏହି ମାମଲାରେ ଏବେ ଯାଏଁ ରଜନୀକାନ୍ତଙ୍କ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ।
Sir…please complete the sentence..and understand the facts clearly.. pic.twitter.com/eINexPllI6
— Abdulla (@Abdulla12966278) September 13, 2021