ଫ୍ୟାନ୍‌ମାନେ ପଠାଇବା ଆରମ୍ଭ କଲେ ଉପହାର, କୌଣସି ବି ମୁହୂର୍ତ୍ତରେ ହୋଇପାରେ କରୀନା କପୁରଙ୍କ ଡେଲିଭରି

ବଲିଉଡ୍‌ ଅଭିନେତ୍ରୀ କରୀନା କପୁର କୌଣସି ବି ମୁହୂର୍ତ୍ତରେ ନିଜ ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେଇ ପାରନ୍ତି। ଅଭିନେତ୍ରୀଙ୍କ ଫ୍ୟାନ୍ସ, ପରିବାର ଲୋକେ ସମସ୍ତେ ତାଙ୍କ ଦ୍ୱିତୀୟ ସନ୍ତାନକୁ ଅପେକ୍ଷା କରିଛନ୍ତି। ଏମିତି ସମୟରେ କରୀନାଙ୍କ ଫ୍ୟାନ୍‌ମାନେ ତାଙ୍କ ପାଖକୁ ଉପହାର ପଠାଇବା ଆରମ୍ଭ କରିଦେଇଛନ୍ତି।

କରୀନା ଏହି ଉପହାରଗୁଡ଼ିକର ଫଟୋ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ଶେୟାର କରିଛନ୍ତି। ଏହାସହିତ ଉପହାର ପଠାଇଥିବା ଲୋକଙ୍କୁ ଧନ୍ୟବାଦ ବି ଜଣାଇଛନ୍ତି। ଫୁଲ, ଚକୋଲେଟ୍‌, ବେବି ପ୍ରଡକ୍ଟସ୍‌ ଭଳି ଉପହାର ତାଙ୍କ ଘରେ ପହଞ୍ଚିବାରେ ଲାଗିଛି। କୁହାଯାଉଛି କି, କରୀନା କପୁରଙ୍କ ଡେଲିଭରୀ ଡେଟ୍‌ ଭାଲେଣ୍ଟାଇନ୍‌ ଡେ’ ପାଖାପାଖି ଥିଲା, କିନ୍ତୁ ଅପେକ୍ଷା ଏବେ ବି ରହିଛି।

କରୀନାଙ୍କ ପରିବାର ଏହି ସମୟରେ ସମ୍ପୂର୍ଣ୍ଣ ଭାବେ ତାଙ୍କ ପାଖରେ ରହିଛନ୍ତି। ଭଉଣୀଙ୍କଠାରୁ ଆରମ୍ଭ କରି ତାଙ୍କ ମାଆ, ବାପା ଏବେ ତାଙ୍କ ସାଥୀରେ ଅଛନ୍ତି। କରୀନାଙ୍କ ସ୍ୱାମୀ ସୈଫ୍‌ ଅଲ୍ଲୀ ଖାନ ପୁଅ ତୈମୁରଙ୍କର ଖାସ୍‌ ଯତ୍ନ ନେଉଛନ୍ତି। ମିଳିଥିବା ସୂଚନା ମୁତାବକ, ସୈଫ୍‌ ଓ ତାଙ୍କ ପରିବାର ବି ଦ୍ୱିତୀୟ ସନ୍ତାନକୁ େଓ୍ଵଲ୍‌କମ କରିବାର ପ୍ରସ୍ତୁତି ଚଳାଇଛନ୍ତି। ଆଶା କରାଯାଉଛି କି, ସୈଫ୍‌ ନିଜର କିଛି ନିକଟତମ ସାଙ୍ଗ ଏବଂ ପରିବାର ସଦସ୍ୟଙ୍କ ସହିତ ସନ୍ତାନ ଜନ୍ମ ଉତ୍ସବ ମନାଇପାରନ୍ତି।

 

View this post on Instagram

 

A post shared by Viral Bhayani (@viralbhayani)