ପୁଣି ଚର୍ଚ୍ଚାରେ ଉର୍ବଶୀ ରୋତେଲା, TEDx ଭାଷଣ ଚୋରି କରିଥିବା ଅଭିଯୋଗ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ଗତ କିଛିଦିନ ଦେଲାଣି ଲଗାତାର ଟ୍ରୋଲିଂର ଶିକାର ହେଉଛନ୍ତି। ଉର୍ବଶୀଙ୍କ ସୋସିଆଲ ମିଡିଆ ପୋଷ୍ଟ ଭାଇରଲ ହେଉଛି ଆଉ କିଛି କାରଣ ଯୋଗୁଁ ଟ୍ରୋଲିଂର ଶିକାର ମଧ୍ୟ ହେଉଛନ୍ତି। କିଛି ଦିନ ପୂର୍ବରୁ ଉର୍ବଶୀଙ୍କର ‘ଦିଲ୍‌ ଟୁଟେ ପୋଷ୍ଟ ’କୁ ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କ ସହିତ ଯୋଡ଼ା ଯାଇଥିଲା। ଏଥର କିନ୍ତୁ ଉର୍ବଶୀଙ୍କୁ TEDx ଭାଷଣ (ସ୍ପିଚ୍‌) ଚୋରି ଅଭିଯୋଗରେ ଟ୍ରୋଲିଂର ଶିକାର ହେବାକୁ ପଡିଛି।

ଖବର ଅନୁଯାୟୀ, ଚଳିତ ମାସ ଆରମ୍ଭରୁ ଉର୍ବଶୀ ରୌତେଲାଙ୍କର ଏକ TEDx ଭିଡିଓ ସାମ୍ନାକୁ ଆସିଥିଲା । ଏହି ଘଟଣା ସେତେବେଳେ ତାହା ଚର୍ଚ୍ଚାକୁ ଆସିନଥିଲା। କିନ୍ତୁ ଏବେ ଉର୍ବଶୀ ଏହାର ସ୍ପିଚ ଚୋରି କରିଥିବା ଅଭିଯୋଗ ହୋଇଛି। ଆଉ ଯେଉଁଥିପାଇଁ ଟ୍ରୋଲିଂର ଶିକାର ହୋଇଛନ୍ତି। କିଛି ୟୁଜର୍ସ କହିଛନ୍ତି, ଉର୍ବଶୀ ରୌତେଲା TEDx ଟକ୍‌ ରେ ଦେଇଥିବା ସ୍ପିଚ୍‌ କୁ କପି କରିଛନ୍ତି। ଉର୍ବଶୀ ଦେଇଥିବା ଭାଷଣ ଇସାବେଲ ଏଲେଣ୍ଡେ,ଚିମାମାଣ୍ଡା ନ୍ଗୋଜୀ ଅଦିଚୀ, ଡାନିଏଲ ଏଚ୍‌ ପିଙ୍କ୍‌ , ବ୍ରେନ୍‌ ବ୍ରାଉନଙ୍କ ଭାଷଣକୁ କପି କରିଛନ୍ତି।

ଉର୍ବଶୀ ରୌତେଲାଙ୍କ ପାଇଁ ଏମିତି ଚର୍ଚ୍ଚାରେ ରହିବା କିଛି ନୂଆ ନୁହେଁ । ସେପ୍ଟେମ୍ବର ୨୦୧୮ ରେ ସେ ଏକ ପୋଷ୍ଟକୁ କପି କରିବାରେ ଚର୍ଚ୍ଚାରେ ଥିଲେ । ଉର୍ବଶୀ ନିଜର ଇନ୍‌ଷ୍ଟା ପୋଷ୍ଟରେ ସୁପରମଡେଲ ଗିଗି ହଦିଦଙ୍କର ପୋଷ୍ଟକୁ ଅବିକଳ କପି କରିଥିଲେ। ଟ୍ରୋଲ ହେବା ପରେ ଏହାକୁ ନିଜ ଟିମ୍‌ର ଭୁଲ ବୋଲି କହିଥିଲେ।

ଗତ କିଛି ଦିନ ପୂର୍ବରୁ ଉର୍ବଶୀ ଏବଂ ରିଷଭ ପନ୍ତଙ୍କୁ ନେଇ ଅନେକ ଚର୍ଚ୍ଚା ଚାଲିଥିଲା। ଉର୍ବଶୀ ରିଷଭଙ୍କୁ ପିଛା କରି ଅଷ୍ଟ୍ରେଲିଆ ପହଞ୍ଚିଯାଇଥିବା ଖବର ମଧ୍ୟ ମିଳିଥିଲା। ଆଉ ଉର୍ବଶୀ ଏଥିପାଇଁ ଟ୍ରୋଲର ଶିକାର ହୋଇଥିଲେ।  ନିକଟରେ ପନ୍ତ ନିଜ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ଉର୍ବଶୀଙ୍କ ନାଁ ନ ନେଇ ତାଙ୍କ ପିଛା ଛାଡ଼ିବାକୁ ଅପିଲ କରିଥିଲେ।

ଉର୍ବଶୀ ଇନଷ୍ଟାରେ ଏକ ଷ୍ଟୋରୀ ସେୟାର କରିଥିଲେ। ଯେଉଁଥିରେ ସେ ପାକିସ୍ତାନୀ କ୍ରିକେଟର ନସିମ ଶାହଙ୍କ ଏକ ଭିଡିଓ ସେୟାର କରିଥିଲେ। ଆଉ ଏହି ଭିଡିଓ ଦେଖି ଭାରତୀୟ ଫ୍ୟାନ୍ସଙ୍କ ହୃଦୟ ଭାଙ୍ଗିଯାଇଛି। ଏହାକୁ ନେଇ ଫ୍ୟାନ୍ସ ଟ୍ରୋଲ କରିଥିଲେ। ଏହାକୁ ନେଇ ମିମ୍ସ ମଧ୍ୟ କରିଥିଲେ।

Also Read : ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ କିଆରା ଏବଂ ସିଦ୍ଧାର୍ଥ, ସରିଲାଣି କକ୍‌ଟେଲ ପାର୍ଟି ଠାରୁ ଆରମ୍ଭ କରି ରିସେପ୍ସନର ସମସ୍ତ ପ୍ରସ୍ତୁତି

Leave A Reply

Your email address will not be published.