ଫ୍ୟାନ୍‌ଙ୍କ ଅପେକ୍ଷାର ହେଲା ଅନ୍ତ, ସଲମାନ ଖାନଙ୍କ ଫିଲ୍ମ ‘ଅନ୍ତିମ’ର ରିଲିଜ୍‌ ଡେଟ୍‌ ଆଉଟ; ଏହି ରୋଲ୍‌ ପ୍ଲେ କରିବେ ଅଭିନେତା

ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନଙ୍କ ଫିଲ୍ମଗୁଡ଼ିକୁ ଫ୍ୟାନ୍‌ମାନେ ସବୁବେଳେ ଅପେକ୍ଷା କରି ରହି ଥାଆନ୍ତି। ଗୋଟିଏ ବର୍ଷରେ ସଲମାନ ଅଧିକ ଫିଲ୍ମ କରନ୍ତି ନାହିଁ, କିନ୍ତୁ ପ୍ରତିବର୍ଷ କୌଣସି ନା କୌଣସି ଫିଲ୍ମକୁ ସେ ନିଜ ଫ୍ୟାନ୍‌ମାନଙ୍କ ପାଇଁ ଉପହାର ଆକାରରେ ନେଇକି ଆସିଥାଆନ୍ତି। ଏଥର ମଧ୍ୟ ଏମିତି କିଛି କରିଥିବାର ନଜର ଆସିଛନ୍ତି। ଅଭିନେତାଙ୍କ ଫିଲ୍ମ ‘ରାଧେ’ର ରିଲିଜ୍‌ ପରେ ଏବେ ତାଙ୍କ ଫିଲ୍ମ ‘ଅନ୍ତିମ’ର ରିଲିଜ୍‌ ଡେଟ୍‌ର ମଧ୍ୟ ଖୁଲାସା ହୋଇ ଯାଇଛି। ସେ ନିଜେ ସୋସିଆଲ ମିଡିଆ ଜରିଆରେ ଏହାର ରିଲିଜ୍‌ ଡେଟ୍‌ ଘୋଷଣା କରି ଦେଇଛନ୍ତି।

ସଲମାନ ଖାନ ଇନ୍‌ଷ୍ଟାଗ୍ରାମରେ ‘ଅନ୍ତିମ’ର ମୋଶନ ପୋଷ୍ଟର ସେୟାର କରିଛନ୍ତି, ଯେଉଁଥିରେ ସେ ଶିଖ୍‌ ଲୁକ୍‌ରେ ନଜର ଆସୁଛନ୍ତି। ପୋଷ୍ଟର ସହିତ ସଲମାନ ଫିଲ୍ମର ଡିଟେଲ୍ସ ମଧ୍ୟ ରିଭିଲ୍‌ କରିଛନ୍ତି। ସେ କ୍ୟାପସନରେ ଲେଖିଛନ୍ତି କି, ‘#Antim ୨୬ ନଭେମ୍ବର, ୨୦୨୧ ଦିନ ସାରା ବିଶ୍ୱର ଥିଏଟରରେ ରିଲିଜ୍‌ ହେବାକୁ ଯାଉଛି। ZEE ଏବଂ ପୁନୀତ୍‌ ଗୋଏଙ୍କାଙ୍କ ସହିତ ଆମର ଆସୋସିଏସନ ବହୁତ ଶାନଦାର ରହିଛି। ଆମେ ଏକାଠି ରେସ୍‌ ୩, ଲଭ୍‌ଯାତ୍ରୀ, ଭାରତ, ଦବଙ୍ଗ ୩, କାଗଜ ଓ ରାଧେ ଭଳି ଫିଲ୍ମ କରିଛୁ। ଏବେ ଏହି କୋଲାବୋରେଶନ ସହିତ ଅନ୍ତିମ ଫିଲ୍ମ ନେଇକି ଆସୁଛୁ। ମୁଁ ଆଶା କରୁଛି କି, ସେ ZEEକୁ ଆଗାମୀ ସମୟରେ ଉନ୍ନତି ପଥରେ ଆଗେଇ ନେବେ’।

ଏହି ଫିଲ୍ମ ଜରିଆରେ ସଲମାନ ଲମ୍ବା ସମୟ ପରେ ଶିଖ୍‌ ରୋଲ୍‌ ପ୍ଲେ କରିବାର ନଜର ଆସିବେ। ଫିଲ୍ମର ନିର୍ଦ୍ଦେଶନା ମହେଶ ମାଞ୍ଜରେକର ଦେଉଛନ୍ତି। ଏଥିରେ ଆୟୁଷ ଶର୍ମା ଓ ପ୍ରଜ୍ଞା ଜାୟସଓ୍ଵାଲ ନଜର ଆସିବେ। କହି ରଖୁଛୁ, ଚଳିତ ବର୍ଷ ସଲମାନ ଖାନ୍‌ଙ୍କ ଫିଲ୍ମ ରାଧେ ରିଲିଜ୍‌ ହୋଇଥିଲା। ବର୍ତ୍ତମାନ ସଲମାନ ଖାନ୍‌ ବିଗ୍‌ ବସ୍‌ ୧୫ ହୋଷ୍ଟ କରୁଛନ୍ତି। ଅଭିନେତାଙ୍କର ଏହି ପପୁଲାର୍‌ ଟିଭି ଶୋ’ କିଛି ଦିନ ତଳେ ଆରମ୍ଭ ହୋଇଛି। ଏହାଛଡ଼ା ସଲମାନ କିଛି ଦିନ ପୂର୍ବେ କ୍ୟାଟ୍ରିନା କୈଫ୍‌ଙ୍କ ସହ ଟାଇଗର ୩ର ଶୁଟିଂ ପାଇଁ ବିଦେଶରେ ବୁଲୁଥିବାର ନଜର ଆସିଥିଲେ।

 

View this post on Instagram

 

A post shared by Salman Khan (@beingsalmankhan)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.