ହଠାତ୍‌ ଏତେ ବଡ଼ କେମିତି ହୋଇଗଲେ ଶାହିଦ କପୁରଙ୍କ ପୁଅ! ଏୟାରପୋର୍ଟରେ ପରିବାରକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଫ୍ୟାନ୍ସ; ସୋସିଆଲ ମିଡିଆରେ କରୁଛନ୍ତି ଏମିତି କମେଣ୍ଟ

ଶାହିଦ କପୁର ଓ ମୀରା ରାଜପୁତ ଲମ୍ବା ସମୟ ପରେ ପରିବାର ସହିତ ଏୟାରପୋର୍ଟରେ ନଜର ଆସିଛନ୍ତି। ଫଟୋଗ୍ରାଫର୍ସ ସେମାନଙ୍କୁ କ୍ୟାମେରାରେ କଏଦ କରି ନେଇଛନ୍ତି। ଏବେ ତାଙ୍କର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏୟାରପୋର୍ଟରେ ମୀରା ଝିଅ ମିସାଙ୍କ ହାତ ଧରିଥିବା ବେଳେ ଶାହିଦ ପୁଅ ଜୈନଙ୍କୁ କାଖେଇ ଥିଲେ। ଭିଡିଓ ଦେଖି ଶାହିଦଙ୍କ ଫ୍ୟାନମାନେ ଭିନ୍ନ ଭିନ୍ନ ପ୍ରକାରର କମେଣ୍ଟ କରିବାରେ ଲାଗିଛନ୍ତି। ଅଧିକାଂଶ ଲୋକ ସେମାନଙ୍କ ପିଲା ଦୁଇଜଣଙ୍କୁ ଦେଖି ଆଶ୍ଚର୍ଯ୍ୟଚକିତ ହୋଇଯାଇଛନ୍ତି କି, ସେମାନେ ଏତେ ବଡ଼ କେମିତି ଦେଖାଯାଉଛନ୍ତି।

ଲୋକେ କହିଲେ ଝିଅଠାରୁ ପୁଅ ବଡ଼

ଶାହିଦ କପୁର ବୁଧବାର ନିଜ ଫ୍ୟାମିଲ ସହିତ ସ୍ପଟ୍‌ ହୋଇଥିଲେ। ଶାହିଦ ଝିଅ ମିସାଙ୍କ ହାତ ଧରି କାର୍‌ରୁ ଓହ୍ଲାଇଥିଲେ ଏବଂ ମୀରା ଜୈନଙ୍କୁ କାର୍‌ରୁ ବାହାର କରିଥିଲେ। ଏହାପରେ ମୀରା, ମିସାଙ୍କ ହାତ ଧରିଥିଲେ ଏବଂ ଶାହିଦ, ଜୈନଙ୍କୁ କାଖେଇଥିଲେ। ଏହି ସମୟରେ ସେ ଫଟୋଗ୍ରାଫର୍ସଙ୍କଠାରୁ ଦୂରତା ବଜାୟ ରଖିବାକୁ କହିଥିଲେ। କିନ୍ତୁ ଭିଡିଓ ଭାଇରାଲ ହେବା ପରେ ଫ୍ୟାନ୍‌ମାନେ ପିଲାଙ୍କ ଉପରେ ବିଭିନ୍ନ କମେଣ୍ଟ କରିଛନ୍ତି।

ଜଣେ ଫଲୋୟର କହିଛନ୍ତି, ‘ସେମାନଙ୍କ ପିଲା ଜଲ୍‌ଦି ବଡ଼ ହୋଇଯାଇଛନ୍ତି’। ଆଉ ଜଣେ ଲେଖିଛନ୍ତି, ‘ଏତେ ବଡ଼ ହୋଇଯାଇଛନ୍ତି ତ’। ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ‘ଏବେ ତ ବିବାହ ହୋଇଥିଲା, ପିଲାମାନେ ଏତେ ବଡ଼ ହୋଇଗଲେଣି’। ସେହିପରି ଆଉ ଜଣେ କମେଣ୍ଟ କରି କହିଛନ୍ତି ଯେ ‘ପୁଅ, ଝିଅଠାରୁ ବଡ଼ ଲାଗୁଛି’।

୨୦୧୫ରେ ହୋଇଥିଲା ଶାହିଦଙ୍କ ବିବାହ

ମୀରା ଓ ଶାହିଦ ଲକ୍‌ଡାଉନ ସମୟରେ ପିଲାମାନଙ୍କୁ ଧରି ଘରୁ ବାହାରି ନ ଥିଲେ। ଦୁଇ ପିଲାଙ୍କ ଫଟୋ ମଧ୍ୟ ସେୟାର କରି ନ ଥିଲେ। ସେମାନେ ପିଲାମାନଙ୍କ ଫଟୋ ସେବେ ପୋଷ୍ଟ କରିଥିଲେ, ଯେବେ ସେମାନେ ବହୁତ ଛୋଟ ଥିଲେ। ହଠାତ୍‌ ପିଲାମାନେ ବଡ଼ ହୋଇଯିବାର ଦେଖି ଫ୍ୟାନ୍‌ମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଶାହିଦ ଓ ମୀରାଙ୍କ ବିବାହ ୨୦୧୫ରେ ହୋଇଥିଲା। ଝିଅ ମିସାର ଜନ୍ମ ୨୦୧୬ ଏବଂ ପୁଅ ଜୈନର ଜନ୍ମ ୨୦୧୮ରେ ହୋଇଥିଲା।

 

View this post on Instagram

 

A post shared by Bollywood Pap (@bollywoodpap)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.