ଶିବାନୀ ଦାଣ୍ଡେକରଙ୍କୁ କୋର୍ଟ ମ୍ୟାରେଜ୍‌ କରିବାକୁ ଯାଉଛନ୍ତି ଫରହାନ ଅଖତର, ଏହି ଦିନ କରିବେ ବିବାହ

ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଅଭିନେତା ତଥା ନିର୍ଦ୍ଦେଶକ ଫରହାନ ଅଖତର। ଦୀର୍ଘ ଦିନର ଗାର୍ଲଫ୍ରେଣ୍ଡ୍‌ ଶିବାନୀ ଦାଣ୍ଡେକରଙ୍କ ସହ ନିଜ ସମ୍ପର୍କକୁ ଆଉ ଏକ ଲେବଲ ଉପରକୁ ନେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ଫରହାନ୍‌। ଉଭୟେ ୪ ବର୍ଷର ସମ୍ପର୍କ ପରେ ବିବାହ କରିବାକୁ ଯାଉଛନ୍ତି। କୁହାଯାଉଛି ଯେ ଫରହାନ ଅଖତର ଓ ଶିବାନୀ ଦାଣ୍ଡେକର ଆସନ୍ତା ମାସ ୨୧ ତାରିଖରେ ରେଜିଷ୍ଟ୍ରି ମ୍ୟାରେଜ୍‌ କରିବେ। ଏହି ଦମ୍ପତିଙ୍କର ଜଣ ନିକଟତମ ବନ୍ଧୁ ଏନେଇ ସୂଚନା ଦେଇଛନ୍ତି।

ବନ୍ଧୁଙ୍କ ସୂଚନା ଅନୁସାରେ, ଫରହାନ ଅଖତର ଓ ଶିବାନୀ ଦାଣ୍ଡେକର ଦୀର୍ଘ ଦିନର ସମ୍ପର୍କକୁ ବିବାହ ନାଁ ଦେବାକୁ ଯୋଜନା କରୁଛନ୍ତି। ସେମାନେ ଗତ କିଛି ଦିନ ହେଲା ବାହାଘର ପାଇଁ ପ୍ଲାନିଂ କରୁଥିଲେ। ଏବେ ତାଙ୍କୁ ଲାଗୁଛି ଯେ ଠିକ୍‌ ସମୟ ଆସିଛି। ୨୧ ଫେବ୍ରୁଆରୀରେ ତାଙ୍କ ସମ୍ପର୍କରେ ନୂଆ ମୋଡ଼ ଆସିବ। କାରଣ ଏମାନେ ସେହିଦିନ ସାରା ଜୀବନ ପାଇଁ ପରସ୍ପରର ହେଉଥିବା ନେଇ ଔପଚାରିକ ରାଣ ଖାଇବେ।

 

View this post on Instagram

 

A post shared by Shibani Dandekar (@shibanidandekar)

ଏହା ପୂର୍ବରୁ କେତେକ ରିପୋର୍ଟରେ କୁହାଯାଇଥିଲା ଯେ ଫରହାନ ଅଖତର ଓ ଶିବାନୀ ଜାନୁଆରୀ ୯ରେ ବିବାହ ପାଇଁ ଘୋଷଣା କରିପାରନ୍ତି। ଏହି ଦିନ ଫରହାନ ନିଜ ୪୮ ତମ ଜନ୍ମ ଦିନ ପାଳନ କରିଥିଲେ। ପ୍ରକାଶ ଯେ ଫରହାନ ଓ ଶିବାନୀ ୨୦୧୮ ମସିହାରୁ ପରସ୍ପରକୁ ଡେଟ୍‌ କରୁଛନ୍ତି। ଉଭୟେ ପ୍ରାୟତଃ ଏକାଠି ଫଟୋ ଓ ଭିଡିଓ ସେୟାର କରି ପରସ୍ପର ପାଇଁ ପ୍ରେମ ଜାହିର କରିଥାନ୍ତି। ଏବେ ଉଭୟ ଫରହାନ ଓ ଶିବାନୀ ସୋସିଆଲ ମିଡିଆରେ ନିଜ ସମ୍ପର୍କକୁ ଅଫିସିଆଲି ସ୍ୱୀକାର କରିଛନ୍ତି।

 

View this post on Instagram

 

A post shared by Farhan Akhtar (@faroutakhtar)

ସୂଚନାଯୋଗ୍ୟ ଯେ ଫରହାନ ଅଫତର ୨୦୦୦ ମସିହାରେ ଅଧୁନା ଭବାନୀଙ୍କୁ ପ୍ରଥମ ବିବାହ କରିଥିଲେ। ଉଭୟେ ୩ ବର୍ଷ ଯାଏଁ ରିଲେସନ୍‌ସିପ୍‌ରେ ଥିଲେ। ପରେ ସେମାନେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ସେମାନଙ୍କର ୨ଟି ପିଲା ବି ଅଛନ୍ତି। ୨୦୧୬ ମସିହାରେ ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲ।। ଫଳରେ ୨୦୧୭ରେ ଛାଡ଼ପତ୍ର ହୋଇଥିଲା। ପିଲାଙ୍କ କଷ୍ଟଡି ଏବେ ଅଧୁନା ଭବାନୀଙ୍କ ପାଖରେ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.