ଫେବୃଆରୀ ଶେଷରେ ବାହା ହେବେ ଫରହାନ ଅଖତର ଏବଂ ଶିବାନୀ ଦାଣ୍ଡେକର, ଜାଭେଦ ଅଖତର କହିଲେ ସବୁ ରେଡି

ବର୍ତ୍ତମାନ ବଲିଉଡ଼ରେ ଚାଲିଛି ବିବାହ ସିଜିନ୍। ଯେଉଁମାନେ ସବୁ ବାହାହେବାକୁ ନିଷ୍ପତି ନେଇଥିଲେ କୋଭିଡ ପାଇଁ ରହିଯାଇଥିଲା ବାହାଘର। ତେଣୁ ବର୍ତ୍ତମାନ ବଲିଉଡ଼ କଳାକାରମାନେ ଜଣଙ୍କ ପରେ ଜଣେ ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି। ଏବେ ବିକି ଓ କ୍ୟାଟ୍ରିନାଙ୍କ ବିବାହ ପରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଫରହାନ୍ ଅଖତର ଏବଂ ଶିବାନୀ ଦାଣ୍ଡେକର। ଏଥି ପାଇଁ ତାଙ୍କର ବିବାହ ତାରିଖ ମଧ୍ୟ ଘୋଷଣା ହୋଇ ସାରିଛି। ଆସନ୍ତା ଫେୃୟାରୀ ୨୧ ତାରିଖରେ ବାହାହେବା ଏହି ପ୍ରେମୀ ଯୁଗଳ।

 

ଜାଭେଦ୍ ଅଖତର ମଧ୍ୟ ନିଜ ପୁଅର ବିବାହକୁ ନେଇ କହିଛନ୍ତି ଯେ ଏହି ମାସରେ ହିଁ ଫରହାନ୍ ଏବଂ ଶିବାନୀଙ୍କ ବିବାହ ହେବ। ଯାହା ପାଇଁ ଦୁଇଟି ପରିବାରରେ ସବୁ କଥା ସରିଛି। ଶିବାନୀ ଜଣେ ଭଲ ଝିଅ। ତେବେ ଏହି ଦମ୍ପତି ପ୍ରାୟ ଚାରି ବର୍ଷ ଧରି ଡେଟିଂ କରୁଥିଲେ। ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କରେ ରହିବା ପରେ ଏବେ ଗର୍ଲଫ୍ରେଣ୍ଡ ଶିବାନୀ ଦାଣ୍ଡେକରଙ୍କୁ ନିଜର ଜୀବନ ସାଥି ଭାବେ ଗ୍ରହଣ କରିବେ ଫରହାନ୍।

ତେବେ କୋଭିଡ୍ ପରିସ୍ଥିତିକୁ ଆଖି ଆଗରେ ରଖି ତାଙ୍କ ବିବାହରେ ଅଧିକ ଲୋକଙ୍କୁ ନିମନ୍ତ୍ରଣ କରାଯିବ ନାହିଁ। କେବଳ ଅତି ନିଜ ଲୋକ ହିଁ ତାଙ୍କ ବିବାହରେ ଯୋଗ ଦେବେ । ତେବେ ଫରହାନ୍ ଏବେ ତାଙ୍କର ଅପକମିଙ୍ଗ ଫିଲ୍ମ ଜି ଲେ ଜାରା ପାଇଁ ପ୍ରସ୍ତୁତ ହେଉଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶନା ସେ ହିଁ ଦେଇଛନ୍ତି । ତେବେ ଫିଲ୍ମରେ ପ୍ରିୟଙ୍କା, ଆଲିଆ ଭଟ ଓ କ୍ୟାଟ୍ରିନାଙ୍କୁ ଦେଖିବାକୁ ମିଳିବା