ହଜାରେ ନିୟମ ପରେ ବି ଫରହାନ ଖାନ ସେୟାର କରିଦେଲେ ହୋଟେଲ ଭିତରର ଭିଡିଓ, ଡ୍ୟାନ୍ସ କରୁଥିଲେ କରଣ ଜୋହର

ଵିକକୀ କୌଶଲ ଓ କ୍ୟାଟ୍ରିନାଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋରସୋର ଚାଲିଛି । ଦୁହେଁ ରାଜସ୍ଥାନର ସିକ୍ସ ସେନ୍ସେସ ହୋଟେଲ ଫୋର୍ଟରେ ବିବାହ କରିବାକୁ ଯାଉଛନ୍ତି । ବିବାହର ସମସ୍ତ ପର୍ବ ଡିସେମ୍ବର ୭ ତାରିଖରୁ ଆରମ୍ଭ ହୋଇଯାଇଛି । ଏଥିରେ ଭାଗ ନେବାକୁ ବଲିଉଡ ଜଗତର ଅନେକ ବରିଷ୍ଠ କଳାକାର ଜୟପୁର ପହଂଚିଛନ୍ତି | ଦୁହିଁଙ୍କର ପ୍ରାଇଭେସିକୁ ଦୃଷ୍ଟିରେ ରଖି ହୋଟେଲର ଲ୍ୟାଣ୍ଡଲାଇନ ସୁବିଧାକୁ ବନ୍ଦ କରିଦିଆ ଯାଇଛି । ଏହା ସହିତ ସିକ୍ୟୁରିଟି ଟିମକୁ ମୋବାଇଲ ବ୍ୟବହାର ନକରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ ଏତେ ସତର୍କତା ପରେ ବି କରଣ ଜୋହର ଓ ଫାରହାନ ଖାଁଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି । ଭିଡିଓଟି ସିକ୍ସ ସେନ୍ସେସ ଫୋର୍ଟର ବୋଲି ଧରାଯାଉଛି । ଉଭୟ ଫାରହାଁନ ଖାନ ଓ କ୍ୟାଟ୍ରିନା ଭିକକୀଙ୍କର ଖୁବ ନିକଟତର ବୋଲି ଧରାଯାଏ । ଦୁହେଁ ବିବାହରେ ସାମିଲ ହେବା ପାଇଁ ବେଡିଙ୍ଗ ଭେନ୍ୟୁରେ ପହଂଚି ଯାଇଛନ୍ତି । ଦୁହେଁ ନିକଟରେ ସେୟାର କରିଥିବା ଏକ ରିଲ ଭିଡିଓ ଏକ ହୋଟେଲ ରୁମର ବୋଲି ଜଣାଯାଇଛି ।

 

View this post on Instagram

 

A post shared by Farah Khan Kunder (@farahkhankunder)

ଫ୍ୟାନନ୍ସ ମାନେ ଅନୁମାନ ଲଗାଇଛନ୍ତିଯେ ଭିଡିଓଟି ସିକ୍ସ ସେନ୍ସ ରିସୋର୍ଟରେ ସୁଟ କରାଯାଇଛି । ଉଭୟ କ୍ୟାଟ ଓ ଭିକ୍କୀ ନିଜ ବିବାହର ପ୍ରସାରଣ ଅଧିକାର ଅମଜାନ ପ୍ରାଇମ ଭିଡିଓକୁ ୮୦ କୋଟି ଟଙ୍କାରେ ବିକ୍ରି କରିଥିଲେ । ଏହି କାରଣରୁ ଉଭୟ ନିଜ ଅତିଥି ମାନଙ୍କୁ ଏନ୍ଡ଼ିଏ ଉପରେ ସ୍ଵାକ୍ଷର କରିବାକୁ ବି କହିଥିଲେ । ଯାହା ଫଳରେ ବିବାହ ପରେ କୌଣସି ବି ତଥ୍ୟ ଲିକ ହେବନାହିଁ । ଅନ୍ୟପକ୍ଷରେ ବିକ୍କୀ ଓ କ୍ୟାଟ୍ରିନାଙ୍କ ବିବାହରେ ସାମିଲ ହୋଇଥିବା ଲୋକଙ୍କୁ ଏକ ବେଡ଼ିଙ୍ଗ ପ୍ଳାନର୍ସଙ୍କ ତରଫରୁ ଏକ କୋଡ଼ ବି ଦିଆଯିବ । ଭିକକୀ ଓ କ୍ୟାଟ୍ରିନା ରାଜସ୍ଥାନର ସବାଇ ମାଧୋପୁର ଠାରେ ଡେଷ୍ଟିନେସନ ବିବାହ କରିବାକୁ ଯାଉଛନ୍ତି । ସୋସିଆଲ ମିଡିଆରେ ଯୋଡ଼ିଙ୍କର ଅତିଥି ମାନଙ୍କୁ ପଠାଯାଇଥିବା ଏକ କାର୍ଡ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଫକ୍ସନଙ୍କୁ ଅତିଥିଙ୍କୁ ଫୋନ ନେଇ ଆସିବାକୁ ମନାକରାଯାଇଛି ।

ଆହୁରି ମଧ୍ୟ ଏହି ବିବାହ ପାଇଁ ସବାଈ ମାଧୋପୁରର ପ୍ରସିଦ୍ଧ ଚଉଥ ମାତା ମନ୍ଦିରର ରାସ୍ତାକୁ ବନ୍ଦ କରିଦିଆଯିଆଛି । ଏହି କାରଣରୁ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କୁ ଅନେକ ଅସୁବିଧାର ସମୁଖୀନ ହେବାକୁ ପଡୁଛି । ଏହି କାରଣରୁ ଭିକି ଓ କ୍ୟାଟଙ୍କ ବିରୋଧରେ ଥାନାରେ ଏକ କେଶ ବି ଦାୟର ହୋଇଛି । ପଚରାଉଚୁରାରୁ ଜଣାଯାଇଛିଯେ ଏହି ବିବାହକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ଅଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.