ଟଙ୍କା ପାଇଁ ଫିଲ୍ମ ସାଇନ୍ କରୁନଥିଲେ ଫାରୁକ୍ ଶେଖ୍ , ପ୍ରଥମ ମୁଭିର ୫ ବର୍ଷ ପରେ ପାଇଥିଲେ ପାରିଶ୍ରମିକ

ସତରଞ୍ଜ କେ ଖିଲାଡି, ଉମରାଓ ଜାନ୍, ବାଜାର, ଚସ ମେ ବଦୁର, କ୍ଲବ୍ ୬୦ ଭଳି ଅନେକ ହିଟ୍ ଫିଲ୍ମ ଭେଟି ଦେଇ ଦର୍ଶକଙ୍କ ହୃଦୟ ଜିତି ନେଇଛନ୍ତି ବିଗତ ଦିନର ଅଭିନେତା ଫାରୁକ୍ ଶେଖ୍ । ଆଜି ହେଉଛି ଫାରୁକ୍ ଶେଖଙ୍କ ୭୧ ତମ ଜୟନ୍ତି । ନିଜ ନିଆରା ଅଭିନୟ ଦ୍ବାରା ବଲିଉଡରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଫାରୁକ୍ ଶେଖ୍ ମାର୍ଚ୍ଚ ୨୫ରେ ଜନ୍ମ ଗ୍ରହଣ କରିଥିଲେ । ଫାରୁକ୍ ସର୍ବଦା ଅଲଗା ପ୍ରକାର ଫିଲ୍ମ କରିବାକୁ ପସନ୍ଦ କରୁଥିଲେ । ସମାଜକୁ ଆଇନା ଦେଖାଉଥିବା ଫିଲ୍ମରେ ଅଭିନୟ କରୁଥିଲେ ଫାରୁକ୍ ଶେଖ୍ । ଆଜି ଫାରୁଖଙ୍କ ଜୟନ୍ତି ଅବସରରେ ଆସନ୍ତୁ ଜାଣିବା ତାଙ୍କ ଜୀବନୀକୁ ନେଇ କିଛି ରୋଚକ କଥା ।

– ସ୍କୁଲ ସମୟରେ ନା କେବଳ କ୍ରିକେଟ୍ ପ୍ରେମୀ ଥିଲେ ବରଂ ଜଣେ ଭଲ କ୍ରିକେଟର୍ ମଧ୍ୟ ଥିଲେ । ଯେତେବେଳେ ସେ ସେଣ୍ଟ ଜାଭିୟର୍ କଲେଜ୍ ପଢିବାକୁ ଗଲେ ସେତେବେଳେ ସେତେବେଳେ ତାଙ୍କ ଖେଳରେ ଅନେକ ଉନ୍ନତି ଆସିଥିଲା । ଫାରୁକ୍ ଶେଖଙ୍କର ସୁନୀଲ୍ ଗାଭାସ୍କର ଜଣେ ଭଲ ସାଙ୍ଗ ଥିଲେ । ତେବେ ଫାରୁକ୍ ଆଇନ୍ ଛାତ୍ର ଥିଲେ । ଆଉ ତାଙ୍କ ବାପା ଚାହୁଁଥିଲେ ଫାରୁକ୍ ତାଙ୍କ ପରି ଜଣେ ଓକିଲ ହୁଅନ୍ତୁ । କିନ୍ତୁ ଫାରୁକଙ୍କ ରୁଚି ଓକିଲାତିରେ ନୁହେଁ ଅଭିନୟରେ ଥିଲା ।

– ଓକିଲାତି ନକରି ଧୀରେ ଥିଏଟର୍ ଏବଂ ନାଟକରେ ଅଭିନୟ ଆରମ୍ଭ କଲେ । ଫାରୁକଙ୍କ ଅଭିନୟ ଦେଖି ଫିଲ୍ମ ଗର୍ମ ହୱା ଅଫର୍ ହୋଇଥିଲା । ତେବେ ଏହି ଫିଲ୍ମ ଅଫର୍ କରିବା ସମୟରେ ଏକ ସର୍ତ୍ତ ରଖିଥିଲେ ନିର୍ଦ୍ଦେଶକ ଏମ୍ ଏସ୍ ସେଥ୍ୟୁ । ଆଉ ସର୍ତ୍ତ ଥିଲା କୌଣସି ପାରିଶ୍ରମିକ ମିଳିବ ନାହିଁ । ତେବେ ଫିଲ୍ମ ରିଲିଜ୍ ହେବାର ୫ ବର୍ଷ ପରେ ଫାରୁଖଙ୍କୁ ୭୫୦ ଟଙ୍କା ପାରିଶ୍ରମିକ ବାବଦରେ ମିଳିଥିଲା । ଏହି ଫିଲ୍ମ ରିଲିଜ୍ ହେବା ପରେ ଫାରୁକଙ୍କୁ ଅନେକ ଅଫର୍ ମିଳିଥିଲା ।

– ଏକ ସାକ୍ଷାତକାରରେ ଫାରୁକ୍ କହିଥିଲେ ମୁଁ କେବେ କମର୍ସିଆଲ୍ ପସନ୍ଦ ନଥିଲି । ଲୋକମାନେ ଚିହ୍ନନ୍ତି,ମତେ ଦେଖିଲେ ହସନ୍ତି ଏବଂ ହାତ ବି ହଲାନ୍ତି । କିନ୍ତୁ ମତେ କେବେ ରକ୍ତରେ ଲେଖା ହୋଇଥିବା କୌଣସି ଚିଠି ମିଳିନି । ଯେତେବେଳେ କି ରାଜେଶ ଖନ୍ନା ରାସ୍ତାରେ ଯାଉଥିଲେ ଟ୍ରାଫିକ୍ ରହିଯାଉଥିଲା । ତେବେ ଏସବୁ ମିଳୁନି ବୋଲି କୌଣସି ଫରକ ବି ପଡୁନି ମୋ ଉପରେ । କିନ୍ତୁ ଫରକ ସେତେବେଳେ ପଡେ ଯେତେବେଳେ ମତେ ମୋ ମନମୂତାବକ କାମ ନମିଳେ ।

– ବାପାଙ୍କ ନିଧନ ପରେ ଭାଇ ଭଉଣୀଙ୍କ ଦାୟିତ୍ବ ନିଜ କାନ୍ଧରେ ଉଠାଇଥିଲେ ଫାରୁକ୍ । ରେଡିଓ ଏବଂ ଟିଭିରେ ଅନେକ କାର‌୍ୟ୍ୟକ୍ରମ କରିଥିଲେ ଫାରୁକ୍ । କିନ୍ତୁ କେବଳ ଟଙ୍କା ପାଇଁ ଫିଲ୍ମରେ କାମ କରିବାକୁ ଚାହୁଁନଥିଲେ ଫାରୁକ୍ । ତେଣୁ ଯେଉଁଠି ଅଭିନେତାମାନେ ଥରକେ ଅନେକ ଫିଲ୍ମ ପାଇଁ ସାଇନ୍ କରୁଥିଲେ ସେଠି ଥରକେ ମାତ୍ର ଦୁଇରୁ ଅଧିକ ଫିଲ୍ମରେ କାମ କରୁନଥିଲେ ।

– ୨୦୧୪ରେ ରିଲିଜ୍ ହୋଇଥିବା ୟଙ୍ଗିସ୍ତାନ ଫାରୁଖଙ୍କ ଶେଷ ଫିଲ୍ମ ଥିଲା । ଲୋକପ୍ରିୟ ଟିଭି ସୋ ଜିନା ଇସିକା ନାମ ହୈ ପାଇଁ ଖୁବ୍ ପ୍ରସିଦ୍ଧ ଥିଲେ । ଏହି ସୋରେ ଅନେକ ନାମୀଦାମୀ କଳାକାରଙ୍କ ଇଣ୍ଟରଭ୍ୟୁ ନେଇଥିଲେ ଫାରୁଖ୍ । ୨୮ ଡିସେମ୍ବର ୨୦୧୩ରେ ହୃଦଘାତ ଯୋଗୁଁ ଦୁନିଆକୁ ଅଲବିଦା କହିଥିଲେ ଫାରୁକ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.