ସନ୍ଦେହଜନକ ଅବସ୍ଥାରେ ମିଳିଲା ଜଣାଶୁଣା ଫ୍ୟାଶନ ଡିଜାଇନର ପ୍ରତ୍ୟୁଷା ଗରିମେଲାଙ୍କ ମୃତଦେହ, ଘରୁ କାର୍ବନ ମନୋକ୍ସାଇଡ୍ ସିଲିଣ୍ଡର ଜବତ କଲା ପୋଲିସ
ସନ୍ଦେହଜନକ ଅବସ୍ଥାରେ ମିଳିଲା ଜଣାଶୁଣା ସେଲିବ୍ରିଟି ଫ୍ୟାଶନ ଡିଜାଇନର ପ୍ରତ୍ୟୁଷା ଗରିମେଲାଙ୍କ ମୃତ ଦେହ। ହାଇଦ୍ରାବାଦ ସ୍ଥିତ ତାଙ୍କ ଘରୁ ସନ୍ଦିଗ୍ଧ ଅବସ୍ଥାରେ ମୃତ ଦେହ ମିଳିଛି। ବଲିଉଡ୍ର ଟପ୍ ଡିଜାଇନରଙ୍କ ମଧ୍ୟରୁ ଜଣେ ଥିଲେ ପ୍ରତ୍ୟୁଷା ଗରିମେଲା। ହଠାତ୍ ତାଙ୍କର ଏଭଳି ଅସ୍ୱାଭାବିକ ମୃତ୍ୟୁ ଫ୍ୟାଶନ ଜଗତ ସମେତ ତାଙ୍କ ପରିଚିତ ଲୋକଙ୍କୁ ଝଟ୍କା ଦେଇଛି। ପୋଲିସ ଏବେ ତଦନ୍ତ ଆରମ୍ଭ କରିଛି। ମୃତ୍ୟୁ ପଛର କାରଣ କ’ଣ ତାହା ପୋଲିସ ଖୋଜୁଥିବା କହିଛି।
Prathyusha Garimella, renowned fashion designer, found dead at her Banjara residence
Track latest news updates here https://t.co/lZQiL3jLjk pic.twitter.com/6VzuyxfAr2
— Economic Times (@EconomicTimes) June 11, 2022
ଫ୍ୟାଶନ ଡିଜାଇନର ପ୍ରତ୍ୟୁଷା ଗରିମେଲା ହାଇଦ୍ରାବାଦର ବଞ୍ଜାରା ହିଲ୍ସର ଫିଲ୍ମ ସିଟିରେ ରହୁଥିଲେ। ୩୫ ବର୍ଷୀୟା ପ୍ରତ୍ୟୁଷା ଦେଶର ଟପ୍ ଫ୍ୟାଶନ ଡିଜାଇନରଙ୍କ ମଧ୍ୟରୁ ଜଣେ ଥିଲେ। ତେଲେଙ୍ଗାନା ପୋଲିସର କହିବାନୁସାରେ, ପ୍ରତ୍ୟୁଷାଙ୍କ ବେଡ୍ରୁମ୍ରେ କାର୍ବନ ମନୋକ୍ସାଇଡ୍ ସିଲିଣ୍ଡର ମିଳିଛି। ସିଲିଣ୍ଡରକୁ ପୋଲିସ ଜବତ କରିଛି। ଏହି ମାମଲାକୁ ସନ୍ଦେହଜନକ ମୃତ୍ୟୁ ଭାବେ ତଦନ୍ତ କରାଯାଉଛି ବୋଲି କହିଛି ପୋଲିସ।
Top fashion designer Prathyusha Garimella was found dead at her residence in Banjara Hills, Telangana, says police
Police seized a carbon monoxide cylinder from her bedroom. A case is being registered under the section of suspicious death: Circle Inspector
(Image source: FB) pic.twitter.com/e3MetX6qKj
— ANI (@ANI) June 11, 2022
ପୋଲିସର ସୂଚନାନୁସାରେ, ଘରର ସମସ୍ତ ଆସବାବ ପତ୍ର ଯଥା ସ୍ଥାନରେ ରହିଛନ୍ତି। କୌଣସି ସାମଗ୍ରୀକୁ କେହି କିଛି ବି ଏପଟ ସେପଟ କରି ନାହାନ୍ତି। ଏଣୁ ଏହା ଚୋରି କିମ୍ବା ଡକାୟତି ଉଦ୍ଦେଶ୍ୟରେ କରାଯାଇଥିବା ଘଟଣା ନୁହେଁ। ତେବେ ପ୍ରତ୍ୟୁଷାଙ୍କ ମୃତ୍ୟୁ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କ ଘରର କବାଟ ଭାଙ୍ଗି ଭିତରେ ପ୍ରବେଶ କରିଥିଲା। ପୋଲିସ ପହଞ୍ଚିବା ବେଳକୁ ପ୍ରତ୍ୟୁଷା ଘରେ ତଳେ ପଡ଼ିଥିଲେ। ତୁରନ୍ତ ପୋଲିସ ତାଙ୍କୁ ହସ୍ପିଟାଲ ପଠାଇଥିଲା। କିନ୍ତୁ ବହୁ ପୂର୍ବରୁ ହିଁ ତାଙ୍କ ମୃତ୍ୟୁ ହୋଇସାରିଥିଲା। ତେବେ ପ୍ରତ୍ୟୁଷାଙ୍କ ମୃତ୍ୟୁ କେମିତି ହେଲା ପୋଲିସ ଏବେ ତାହାର କାରଣ ଖୋଜୁଛି।
Also Read: ବଢ଼ିଲା ସୁନା ଦାମ୍, ଜାଣନ୍ତୁ ଆଜି ଆପଣଙ୍କ ସହରରେ କେତେ ରହିଛି ଦର