ବାପା ସୁପରଷ୍ଟାର, ସ୍ୱାମୀ ଷ୍ଟାର୍ କ୍ରିକେଟର୍, ଅଭିନେତ୍ରୀ ହେଲେ ବଲିଉଡର ଷ୍ଟାଇଲିସ୍ କ୍ୱିନ୍

ସୁନୀଲ ଶେଟ୍ଟୀଙ୍କ ଲାଡଲି ନଭେମ୍ବର ୫ ଅର୍ଥାତ ଆଜି ତାଙ୍କର ୩୨ ତମ ଜନ୍ମଦିନ ପାଳନ କରୁଛନ୍ତି । ୨୦୧୫ ରେ ସୁରଜ ପଞ୍ଚୋଲିଙ୍କ ସହ ବଲିଉଡ ଫିଲ୍ମ ‘ହିରୋ’ ରୁ କ୍ୟାରିୟର ଆରମ୍ଭ କରିଥିବା ଆଥିଆ ଶେଟ୍ଟୀ ଇଣ୍ଡଷ୍ଟ୍ରିରେ କେବଳ ୩ ଟି ଫିଲ୍ମ କରିଛନ୍ତି, ତଥାପି ସବୁବେଳେ ସେ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହିଥାନ୍ତି । ଆଥିଆ ଶେଟ୍ଟୀ ବଲିଉଡର ଷ୍ଟାଇଲିସ୍ ଏବଂ ସୁନ୍ଦର ଅଭିନେତ୍ରୀମାନଙ୍କ ମଧ୍ୟରୁ ଅନ୍ୟତମ । ଆଥିଆଙ୍କ ଡାକ ନାମ ବିଷୟରେ ବହୁତ କମ୍ ଲୋକ ଜାଣନ୍ତି । ତାଙ୍କ ନିକ୍ ନେମ୍ ହେଉଛି ଅଟୁ ପଟ୍ଟୁ ।

ନ୍ୟୁୟର୍କ ଫିଲ୍ମ ଏକାଡେମୀରୁ ଆଥିଆଙ୍କର ଫିଲ୍ମ ମେକିଂରେ ଡିଗ୍ରୀ ରହିଛି । ଏହା ସହିତ ସେ ଜଣେ ନୃତ୍ୟଶିଳ୍ପୀ ଭାବରେ ନିଜର ଦକ୍ଷତା ବୃଦ୍ଧି ପାଇଁ ରେମୋ ଡି’ସୁଜାଙ୍କଠାରୁ ନୃତ୍ୟ ଶିଖିଛନ୍ତି । ଫିଲ୍ମ ଇଣ୍ଡଷ୍ଟ୍ରିର ଏହି ଅଭିନେତ୍ରୀ କେବଳ ତାଙ୍କ ଅଭିନୟ ପାଇଁ ନୁହେଁ ବରଂ ତାଙ୍କ ଷ୍ଟାଇଲିସ୍ ଲୁକ୍ ପାଇଁ ମଧ୍ୟ ବେଶ ଲାଇମଲାଇଟରେ ରହିଥାନ୍ତି । ଆଥିଆ ଶେଟ୍ଟୀଙ୍କ ପିତା ସୁନୀଲ ଶେଟ୍ଟୀ ସାଉଥରୁ ବଲିଉଡ ପର୍ଯ୍ୟନ୍ତ ନିଜର ଦମଦାର ଅଭିନୟ ଦକ୍ଷତା ପ୍ରଦର୍ଶନ କରିଛନ୍ତି ।

ସେ ୯୦ ଦଶକରେ ବେଶ ଲୋକପ୍ରିୟ ଅଭିନେତା ଥିଲେ, କିନ୍ତୁ ଆଥିଆ କେବଳ ୩ଟି ଫିଲ୍ମ କରିବା ପରେ ମଡେଲିଂ ଆରମ୍ଭ କରିଥିଲେ । ଆଥିଆ ୨୦୧୫ ରେ ସୁରଜ ପଞ୍ଚୋଲିଙ୍କ ସହ ‘ହିରୋ’ରେ ଅଭିନୟ କରିଥିଲେ, ଯାହା ତାଙ୍କର ପ୍ରଥମ ବଲିଉଡ ଫିଲ୍ମ ଏବଂ ସେବେଠାରୁ ସେ ୨୦୧୭ ରେ ରିଲିଜ ହୋଇଥିବା ଫିଲ୍ମ ‘ମୁବାରକାନ’ରେ ଅଭିନୟ କରିଥିଲେ । ତା’ପରେ ତାଙ୍କୁ ୨୦୧୯ ରେ ରିଲିଜ ହୋଇଥିବା ଫିଲ୍ମ ‘ମୋତିଚୁର ଚକନାଚୁର’ରେ ଦେଖିବାକୁ ମିଳିଥିଲା । କେବଳ ଏତିକି ନୁହେଁ, ସେ ନିଜ ଷ୍ଟାଇଲିସ୍ ଅନ୍ଦାଜ ଯୋଗୁଁ ସବୁବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥାଆନ୍ତି ।

ବଲିଉଡ ଅଭିନେତ୍ରୀ ଆଥିଆ ଶେଟ୍ଟୀ ଜଣେ କମନ୍ ଫ୍ରେଣ୍ଡଙ୍କ ମାଧ୍ୟମରେ ୨୦୧୯ ରେ କେ.ଏଲ୍ ରାହୁଲଙ୍କୁ ଭେଟିଥିଲେ । ଏହି ମିଟିଂ ପରେ ଦୁହେଁ ସାଙ୍ଗରୁ ଲଭବାର୍ଡ଼ ହୋଇଯାଇଥିଲେ ଏବଂ ଶେଷରେ ସେମାନେ ୨୩ ଜାନୁୟାରୀ ୨୦୨୩ରେ ସୁନୀଲ ଶେଟ୍ଟୀଙ୍କ ଖଣ୍ଡାଲା ଫାର୍ମହାଉସରେ ବିବାହ କରିଥିଲେ । ଏହି ଦମ୍ପତି ସେମାନଙ୍କ ପରିବାର ସଦସ୍ୟ ଏବଂ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବିବାହ ପୂର୍ବରୁ ସେମାନେ ଚାରି ବର୍ଷ ପର୍ଯ୍ୟନ୍ତ ପରସ୍ପରକୁ ଡେଟ କରିଥିଲେ ।

You might also like