ସୁପରଷ୍ଟାର ବିଜୟଙ୍କ ବିରୋଧରେ ଫତଓ୍ୱା ଜାରି, Y-ସୁରକ୍ଷା ଦାବି କଲା TVK

ଦକ୍ଷିଣ ଭାରତୀୟ ଫିଲ୍ମର ସୁପରଷ୍ଟାର ଏବଂ ତାମିଲ ଭେଟ୍ରି କଝାଗମ (TVK ) ର ଅଧ୍ୟକ୍ଷ ବିଜୟ ଥାଲାପତି ବର୍ତ୍ତମାନ ନୂଆ ବିବାଦରେ ଫସି ରହିଛନ୍ତି । ବୁଧବାର ଦିନ ଏଆଇଏମଜେର ଅଧ୍ୟକ୍ଷ ମୌଲାନା ମୁଫତି ଶାହାବୁଦ୍ଦିନ ରଜଭି ବରେଲଭି ତାଙ୍କ ଉପରେ ଫତଓ୍ୱା ଜାରି କରିଛନ୍ତି । ବିଜୟ ଫିଲ୍ମ ମାଧ୍ୟମରେ ଜାତିଭେଦକୁ ନେଇ ନକରାତ୍ମକ ବାର୍ତ୍ତାକୁ ପ୍ରଚାର କରୁଥିବା ହେତୁ ତାଙ୍କ ବିରୁଦ୍ଧରେ ଫତଓ୍ୱା ଜାରି କରାଯାଇଛି ବୋଲି ଜଣାପଡିଛି ।
ସୂଚନାନୁଯାୟୀ, ବିଜୟ ଜୁଆଡି ଏବଂ ମଦୁଆଙ୍କୁ ପାର୍ଟିକୁ ନିମନ୍ତ୍ରଣ କରିଛନ୍ତି । ଯେଉଁଥିରେ ମୁସଲମାନଙ୍କ ଫଟୋକୁ ଖରାପ କରିଛନ୍ତି । ରିଜବି କହିଛନ୍ତି ଯେ, ରାଜନୈତିକ କେ୍ଷତ୍ରରେ ମୁସଲମାନଙ୍କ ସହ ଭଲ ସମ୍ପର୍କ ବନାଇରଖିଛନ୍ତି । କିନ୍ତୁ ସେ ତାଙ୍କ ଫିଲ୍ମରେ ମୁସଲମାନମାନଙ୍କୁ ନକରାତ୍ମକ ଚରିତ୍ରରେ ଚିତ୍ରଣ କରିଛନ୍ତି । ଏହି କାରଣରୁ ମୁସଲମାନ ସମ୍ପ୍ରଦାୟର ଲୋକ ବିଜୟଙ୍କ ଉପରେ କ୍ରୋଧ ପ୍ରକାଶ କରିଛନ୍ତି । ତେଣୁ ବିଜୟଙ୍କ ସପକ୍ଷରେ ମୁସଲମାନ ସମ୍ପ୍ରଦାୟର ଲୋକ ରହିବା ଉଚିତ୍ ନୁହେଁ ।
ଅନ୍ୟପଟେ ବିବାଦ ଆରମ୍ଭ ହେବା ପରଠାରୁ ଟିଭିକେ ଗୃହ ମନ୍ତ୍ରଣାଳୟଙ୍କୁ ବିଜୟଙ୍କ ପାଇଁ ଓ୍ୱାଇ ସୁରକ୍ଷା ବ୍ୟବସ୍ଥାର ଦାବି କରିଛନ୍ତି । ଫିଲ୍ମରେ ମୁସଲମାନଙ୍କ ନକାରାତ୍ମକ ଚରିତ୍ର ଚିତ୍ରଣରେ ଭୁଲ କରିଛନ୍ତି ବୋଲି ବିଜୟଙ୍କୁ ଅନୁଭବ ହେଉଛି । ତେଣୁ ଉତ୍ତେଜନାପୂର୍ଣ୍ଣ ହୋଇ ତାଙ୍କୁ ଶିକାର କରାଯିବାର ଭୟ ତାଙ୍କ ମନରେ ରହିଛି । ଅଭିନେତାଙ୍କ ନକରାତ୍ମକ ଫିଲ୍ମକୁ ନେଇ କେଉଁଠି ନା କେଉଁଠି ତାଙ୍କ ଜୀବନ ଉପରେ ବିପଦ ରହିଛି ବୋଲି ଅନୁମାନ କରାଯାଉଛି । ସେଥିପାଇଁ ତାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି y -ସୁରକ୍ଷାକୁ ଦାବି କରାଯାଇଛି । ଏହା ମଧ୍ୟ କୁହାଯାଉଛି ଯେ, ଟିଭିକେ(TVK) ଠାରୁ ମୁସଲମାନମାନଙ୍କୁ ଅଲଗା କରିବା ପାଇଁ ଏକ ଚାଲ୍ ।
Also Read : ପୁଣି ଚର୍ଚ୍ଚାରେ ଦୀପିକା ପାଦୁକୋନ ଏବଂ ରଣବୀର ସିଂ, ଝିଅ ଦୁଆ ପାଇଁ କିଣିଲେ ୧୦୦ କୋଟି ଟଙ୍କାର ଆପାର୍ଟମେଣ୍ଟ