ସେଲିବ୍ରେଟିଙ୍କ ପସନ୍ଦର ଖାଦ୍ୟ : ଅମିତାଭ ବଚ୍ଚନଙ୍କୁ ଭେଣ୍ଡି ତ ରିତିକଙ୍କୁ ପସନ୍ଦ ସମୋସା, ଜାଣନ୍ତୁ ଆଉ କାହାର କ’ଣ

ବଲିଉଡ ସେଲିବ୍ରେଟି ମଧ୍ୟ ଆମ ଭଳି ସାଧାରଣ ବ୍ୟକ୍ତି । ସେମାନଙ୍କୁ ମଧ୍ୟ ଖାଦ୍ୟରେ ଏହି ସବୁ ଜିନିଷ ପସନ୍ଦ ହୋଇଥାଏ ଯାହ ଆମକୁ ପସନ୍ଦ । ମଉକା ମିଳିଲେ ସେମାନେ ବି ଆମ ଭଳି ରାସ୍ତା ପାଖର ଠେଲା ଖାଦ୍ୟର ମଧ୍ୟ ଭରପୁର ମଜା ଲୁଟିଥାନ୍ତି । ତେବେ ଫରକ ଏତିକି ଯେ ଏହି ମଜା ସେମାନେ କେବେ କେବେ ନେଇ ପାରନ୍ତି । ଏହି ଷ୍ଟାରଙ୍କ ମଧ୍ୟରେ କାହାକୁ ଘରର ଖାଦ୍ୟ ପସନ୍ଦ ତ କାହାକୁ ନନଭେଜ ପସନ୍ଦ । ଆସନ୍ତୁ ଜାଣିବା କେଉଁ ଷ୍ଟାରଙ୍କ କେଉଁ ଖାଦ୍ୟ ପସନ୍ଦ ।

ଅମିତାଭ ବଚ୍ଚନ : ଅମିତାଭ ସର୍ବଦା ସାଧାରଣ ଓ ହେଲ୍‌ଦି ଖାଦ୍ୟ ପସନ୍ଦ କରିଥାନ୍ତି । ୟାଙ୍କୁ ଭେଣ୍ଡି ଓ ମୁଗ ଡାଲି ବହୁତ ପସନ୍ଦ ଲାଗିଥାଏ । ସେହିପରି ସେ ବ୍ରେକଫାଷ୍ଟରେ ଦୁଧ ଓ ଅଣ୍ଡା ଭୁଜିଆ ଖାଇବାକୁ ପସନ୍ଦ କରିଥାନ୍ତି ।

ଶାହାରୁଖ ଖାନ୍‌ : ଶାହାରୁଖ ଖାନଙ୍କ ଫେଭରାଇଟ ଡିସ ତନ୍ଦୁର ଚିକେନ । ଏଥି ସହିତ ଏକ ପ୍ରଶଂସକଙ୍କ ପ୍ରଶ୍ନର ଉତ୍ତର ଦେଇ ଶାହାରୁଖ କହିଥିଲେ ଯେ ତାଙ୍କୁ ଯଦି ୩ ଟି ଖାଦ୍ୟ ବାଛିବାକୁ କୁହାଯିବ, ତେବେ ସେ ଭାତ, ଡାଲି ଓ ପିଆଜକୁ ପସନ୍ଦ କରିବେ ।

କ୍ୟାଟ୍ରିନା କୈଫ୍‌ : ବଲିଉଡ ହଟ ଅଭିନେତ୍ରୀ କ୍ୟାଟ୍ରିନା ନିଜର ସ୍ୱାସ୍ଥ୍ୟକୁ ନେଇ ବହୁତ ସତର୍କ । ତାଙ୍କର ପସନ୍ଦର ଖାଦ୍ୟ ‘ପେନ କେକ୍‌’ । କଫି ଓ୍ଵିଥ୍‌ କରଣରେ ସେ ଏହି କଥା କହିଥିଲେ ।

ଦୀପିକା ପାଦୁକୋନ : ଦୀପିକାଙ୍କୁ ସାଉଥ ଇଣ୍ଡିଆନ ଖାଦ୍ୟ ବହୁତ ପସନ୍ଦ । ସେ ପ୍ରାୟତଃ ଇଡଲି, ଉତ୍ତପମ ଓ ଦୋଷା ଖାଇବାକୁ ଅଧିକ ପସନ୍ଦ କରନ୍ତି ।

ଆଲିଆ ଭଟ୍ଟ : ଆଲିଆଙ୍କୁ ଇଣ୍ଡିଆନ ଖାଦ୍ୟ ବହୁତ ପସନ୍ଦ । ଏଥିରେ ରସଗୋଲା, ଗୁଲାବ ଜାମୁନ ସହ ଗୁଜୁରାଟି ଓ ଚାଇନିଜ ଖାଦ୍ୟ ବି ପସନ୍ଦ ।

ସଲମାନ ଖାନ୍‌ : ମା’ଙ୍କ ହାତ ତିଆରି ବିରିୟାନି ସଲମାନଙ୍କୁ ବହୁତ ପସନ୍ଦ । ତେବେ ଏହାଛଡ଼ା ତାଙ୍କୁ ‘କେଫେ ନୁରାନି ’ ର ବିରିୟାନି ବହୁତ ପସନ୍ଦ । ଏହି ହାଜି ଅଲ୍ଲି ଦରଗାହ ସାମନାରେ ଥିବା ଏକ ହୋଟେଲ ବୋଲି ସେ ଥରେ କହିଥିଲେ ।

ଶାହିଦ କପୁର : ଘର ତିଆରି ରାଜମା ଭାତ ଓ ଚାଇନିଜ ଫୁଡ ।

ଅମୀର ଖାନ୍‌ : ଅମୀରଙ୍କୁ ବାହାର ଖାଦ୍ୟ ବିଶେଷ କରି ମୁଗଲାଇ ଖାଦ୍ୟ ବହୁତ ପସନ୍ଦ ।

କରୀନା କପୁର : କରୀନାଙ୍କର ଅଧିକ ପସନ୍ଦ ଇଟାଲିୟନ ଫୁଡ ଯେମିତି ପାସ୍ତା ଓ ପିଜା ଓ ଏଥି ସହ ଘର ତିଆରି ଭାତ ଓ ଡାଲି ବି ପସନ୍ଦ ।

ସାରା ଅଲ୍ଲି ଖାନ୍‌ : ଦିଲ୍ଲୀର ଛୋଲେ ବତୁରେ ଓ ହାଇଦ୍ରାବାଦ ଚିକେନ ବିରିୟାନି ଖୁବ ପସନ୍ଦ ।

ରିତିକ ରୋଶନ : ସମୋଶା ତାଙ୍କର ବହୁତ ପସନ୍ଦ । ଥରକେ ସେ ପ୍ରାୟ ଡଜନ ସମୋସା ଖାଇ ପାରନ୍ତି ବୋଲି ସେ କହିଛନ୍ତି ।

ରଣବୀର ସିଂହ : ଚାଇନିଜ ଖାଦ୍ୟ ରଣବୀରଙ୍କର ପ୍ରିୟ । ଏହାଛଡ଼ା ତାଙ୍କର ମଟନ କରି ମଧ୍ୟ ବହୁତ ପ୍ରିୟ ।

ଅକ୍ଷୟ କୁମାର : ଥାଇ ଗ୍ରୀନ କରି ଅକ୍ଷୟଙ୍କର ବହୁତ ପସନ୍ଦ । ଏହାଛଡ଼ା ପଞ୍ଜାବୀ କ୍ଲାସିକ୍‌ ମକ୍କାର ରୁଟି ଓ ଶୋରିଶ ଶାଗ ମଧ୍ୟ ବହୁତ ପସନ୍ଦ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.