ମନୋରଂଜନ

ଫଓ୍ଵାଦ ଖାନଙ୍କୁ ୧୭ ବର୍ଷ ବୟସରେ ହୋଇଥିଲା ଟାଇପ୍‌ ୧ ଡାଇବେଟିସ୍‌ , ଜାଣନ୍ତୁ ତାଙ୍କ ଅନୁଭୂତି

ପାକିସ୍ତାନୀ ଅଭିନେତା ଫଓ୍ଵାଦ ଖାନଙ୍କୁ ପ୍ରାୟତଃ ସମସ୍ତେ ଜାଣିଛେ । ସେ ବଲିଉଡ ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ସୃଷ୍ଟି କରିଛନ୍ତି । କିଛିଦିନ ପୂର୍ବରୁ ଫ୍ରି ଷ୍ଟାଇଲ ମିଡିଆ ଇଷ୍ଟର ଏକ ଇଣ୍ଟରଭ୍ୟୁରେ ତାଙ୍କ ପିଲାଦିନ ଓ କ୍ୟାରିଅର ବିଷୟରେ କହିଥିଲେ । ଫଓ୍ଵାଦ ତାଙ୍କ ଛୋଟ ବେଳ କଥା କହିବା ସହ ୧୭ ବର୍ଷ ବୟସରେ ଟାଇପ୍‌ ୧ ଡାଇବେଟିସ୍‌ ରୋଗରେ ଆକ୍ରାନ୍ତ ହୋଇଥିଲେ ବୋଲି ମଧ୍ୟ କହିଥିଲେ । ଫଓ୍ଵାଦଙ୍କୁ ଯେବେ ଟାଇପ୍‌ ୧ ଡାଇବେଟିସ୍‌ ହୋଇଥିଲା । ସେ କହିଥିଲେ ତାଙ୍କ ଜ୍ୱର ଛାଡି ନଥିଲା ଆଉ ତାଙ୍କର ୧୦ କିଲୋ ଓଜନ କମି ଯାଇଥିଲା । ଏହା ଶୁଣି ତାଙ୍କ ବାପା ଓ ମା ଭୟଭୀତ ହୋଇଯାଇଥିଲେ ।

ଏବେ ଫଓ୍ଵାଦଙ୍କୁ ଡାଇବେଟିସ୍‌ ହେବାର ୨୪ ବର୍ଷ ହୋଇଗଲାଣି । ଫଓ୍ଵାଦ ଯେବେ ଯାଣିଥିଲେ ତାଙ୍କୁ ଡାଇବେଟିସ୍‌, ସେ ଭାଙ୍ଗି ପଡିଥିଲେ । ଫଓ୍ଵାଦ ଭାବିଥିଲେ ତାଙ୍କ ସହ ଏମିତି କଣ ପାଇଁ ହେଲା ଆଉ ସେ ବହୁତ ଦୁଃଖିତ ହୋଇଥିଲେ । ଏହା ପରେ ସେ ନିଜକୁ ଦୁନିଆର ସବୁଠାରୁ ଦୃଭାଗ୍ୟ ମଣିଷ ବୋଲି ଭାବିଥିଲେ । ହେଲେ ସମୟ ସହିତ ତାଙ୍କ ଭାବନା ବଦଳି ଗଲା ଆଉ ସେ ତାଙ୍କ କ୍ୟାରିଅରରେ ଆଗକୁ ବଢିଲେ । ଆଜି ସେ ନିଜକୁ ବହୁତ ଭାଗ୍ୟବାନ ଭାବୁଛନ୍ତି । ଏହା ପରେ ଫଓ୍ଵାଦ ତାଙ୍କ ଜୀବନରେ ବହୁତ କୃତିତ୍ୱ ଲାଭ କଲେ । ଫଓ୍ଵାଦ କୁହନ୍ତି ଯେ ସବୁବେଳେ ନିଜ ମନର ଶୁଣିବା ଉଚିତ୍‌ । ଏହା ଦ୍ୱାରା ନିଜ ଜୀବନର ରାସ୍ତା ନିଜେ ତିଆରି କରିପାରିବେ । ଜୀବନରେ ଆଗକୁ ବଢିବେ ଓ ସଫଳତା ମଧ୍ୟ ହାସଲ କରିବେ ।

ଫଓ୍ଵାଦ ଖାନ ୨୯ ନଭେମ୍ବର ୧୯୮୧ରେ କରାଚିରେ ଜନ୍ମ ନେଇଥିଲେ । ଫଓ୍ଵାଦଙ୍କ ବାପା ଜଣେ ସରକାରୀ ଅଫିସର ଥିଲେ ବୋଲି ଫଓ୍ଵାଦଙ୍କ ସ୍କୁଲିଂ ବିଭିନ୍ନ ସ୍ଥାନରୁ ହୋଇଛି । ଫଓ୍ଵାଦ ଦୁଇବର୍ଷ ଏଥେନ୍ସ ରେ ରହିବାପରେ ଦୁବାଇ ଚାଲିଗଲେ। ତାପରେ ରିୟାଦ । ଏହିପରି ଅନେକ ସ୍ଥାନରେ ତାଙ୍କ ସ୍କୁଲିଂ ରହିଥିଲା  ।  ଶେଷରେ ଫଓ୍ଵାଦ ପାକିସ୍ତାନକୁ ଫେରିଥିଲେ ଏବଂ ସେଠାରେ ବସବାସ କରିଥିଲେ । ଲାହୋରରେ ସେ ତାଙ୍କ ପାଠପଢା ଶେଷ କରିଥିଲେ ।

ଫଓ୍ଵାଦ କଲେଜରେ ପଢୁଥିବା ସମୟରେ ଅଣ୍ଡରଗ୍ରାଉଣ୍ଡ ରକ୍‌ ବ୍ୟାଣ୍ଡରେ ଥିଲେ । ଧିରେ ଧିରେ ଏହା ତାଙ୍କ ହବି ହୋଇଯାଇଥିଲା । ଫଓ୍ଵାଦ ଏହି ବ୍ୟାଣ୍ଡରେ କାମକରି ମାସକୁ ୧୨ ହଜାର ଟଙ୍କା ରୋଜଗାର କରୁଥିଲେ । ପରେ ସେ ଅଭିନୟରେ କ୍ୟାରିଅର ବନେଇବା ପାଇଁ ପସନ୍ଦ କରିଥିଲେ । ଫଓ୍ଵାଦ ଖାନ ୨୦୦୭ରେ ‘ଖୁଦ୍‌ କେ ଲିଏ’ ଫିଲ୍ମରୁ କ୍ୟାରିଅର ଆରମ୍ଭ କରିଥିଲେ । ଏହି ଫିଲ୍ମ ପରେ ସେ ‘ଖୁବସୁରତ୍‌’, ‘ମିଷ୍ଟର ଚାଲୁ’, ‘କପୂର ଆଣ୍ଡ ସନ୍‌ ’,‘ ଏ ଦିଲ୍‌ ହେ ମୁସକିଲ୍‌ ’ ପରି ଅନେକ ଫିଲ୍ମରେ ନଜର ଆସିଥିଲେ ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago