ବଡି ଟ୍ରାନ୍ସଫରମେସନ କରିବାକୁ ଚାହୁଁଥିଲେ ଫଓ୍ଵାଦ ଖାନ, କିଡନୀ ହୋଇଗଲା ଖରାପ

ପାକିସ୍ତାନୀ ଅଭିନେତା ଫଓ୍ଵାଦ ଖାନ ଏବେ ଅପକମିଂ ଫିଲ୍ମ ‘ ଦ ଲିଜାଣ୍ଡ ଅଫ ମୌଲା ଜାଟ୍‌’ ର ପ୍ରମୋସନରେ ବ୍ୟସ୍ତ ରହିଛନ୍ତି। ଏହି ଫିଲ୍ମ ପାଇଁ ବହୁତ ପରିଶ୍ରମ କରିବାକୁ ପଡିଛି। ଆଉ ଏମିତି ପରିଶ୍ରମ ପାଇଁ ତାଙ୍କୁ ହସପିଟାଲରେ ଭର୍ତ୍ତି ହେବାକୁ ପଡିଥିଲା। ଫଓ୍ଵାଦ ଫିଜିକାଲ ଟ୍ରାନ୍ସଫରମେସନ ପାଇଁ ବଲିଉଡର ମିଷ୍ଟର ପରଫେକନିଷ୍ଟ ଆମିର ଖାନ ଏବଂ ହଲିଉଡ ଅଭିନେତା କ୍ରିଷ୍ଟିଆନ ବାଲେଙ୍କୁ କପି କରିବାକୁ ଚେଷ୍ଟା କରିଥିଲେ। ହେଲେ ଏହାର ଖରାପ ପ୍ରଭାବ ତାଙ୍କ ଉପରେ ପଡିଛି। ଯେଉଁଥିପାଇଁ ସେ ହସପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ ଫଓ୍ଵାଦଙ୍କୁ ଏଥିପାଇଁ ୩ ମାସ ଲାଗିଥିଲା। ପରେ ତାଙ୍କୁ ହସପିଟାଲରୁ ଛୁଟି ମିଳିଥିଲା।

ଫଓ୍ଵାଦ ଏକ ଇଣ୍ଟରଭ୍ୟୁରେ କହିଥିଲେ, ଫିଲ୍ମ ପାଇଁ ତାଙ୍କୁ ବଡି ଟ୍ରାନ୍ସଫରମେସନ କରିବାର ଥିଲା। ଯାହା ପାଇଁ କଠିନ ପରିଶ୍ରମ ଆରମ୍ଭ କରିଦେଇଥିଲେ। ହେଲେ ଏହା ତାଙ୍କ ଶରୀର ଉପରେ ଖରାପ ପ୍ରଭାବ ପଡିଥିଲା। ବଡ ପରଦାରେ ଯେଉଁ ବଡି ଦର୍ଶକଙ୍କୁ ଆକର୍ଷଣୀୟ ଏବଂ ପାଓ୍ଵରଫୁଲ ଲାଗୁଛି, ତାହା ପାଇଁ ଜଣେ କଳାକାର କେତେ ପରିଶ୍ରମ କରିବାକୁ ପଡୁଛି।

ଫଓ୍ଵାଦ ନିଜର ଅପକମିଂ ଫିଲ୍ମ ‘ ଦ ଲିଜେଣ୍ଡ ଅଫ ମୌଲା ଜାଟ୍‌’ର ପ୍ରମୋସନ ପାଇଁ ଲାଗିପଡିଥିଲେ। ସେ କ୍ରିଷ୍ଟିଆନ ଏବଂ ଆମିରଙ୍କୁ କପି କରି ବଡି ଟ୍ରାନ୍ସଫରମେସନ କରିବାକୁ ଚାହୁଁଥିଲେ। କିନ୍ତୁ ଏମିତି କରିବା ତାଙ୍କ ଶରୀର ଉପରେ ଖରାପ ପ୍ରଭାବ ପକାଇଥିଲା। ଦୀର୍ଘ ୧୦ ଦିନ ଯାଏଁ ହସପିଟାଲରେ ଆଡମିଟ୍‌ ହୋଇଥିଲେ।

ଆମିର ଖାନ୍‌ ଫିଲ୍ମ ଦଙ୍ଗଲ ପାଇଁ ବଡି ଡ୍ରାନ୍ସଫରମେସନ କରିଥିଲେ। ଫିଲ୍ମଟି ବଲିଉଡରେ ବେଶ୍‌ ଆୟ କରିଥିଲା। ଏଥିରେ ଆମିରଙ୍କ ସହିତ ସାନ୍ୟା ମଲହୋତ୍ରା, ଜାଏରା ଓା୍ଵସିମ୍‌, ଫାତିମା ସନା ଶେଖ, ସାକ୍ଷୀ ତିଓ୍ଵାରୀ ପ୍ରମୁଖ ଭୂମିକାରେ ରହିଥିଲେ।

Also Read : ପାକିସ୍ତାନୀ ଅଭିନେତାଙ୍କ ପ୍ରେମର ପଡିଲେ ଅମିଷା ପଟେଲ ! ଭିଡିଓ ଭାଇରଲ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.