ଶାହାରୁଖଙ୍କ ଏହି ଅଭ୍ୟାସ ଯୋଗୁ ବିରକ୍ତ ହୋଇ ବ୍ରେକ୍‌ଅପ୍‌ କରିଥିଲେ ଗୌରୀ, ପୁଣି ଏମିତି ହୋଇଥିଲା ପ୍ୟାଚ୍‌ଅପ୍‌

ବଲିଉଡ୍‌ ବାଦଶାହ ଶାହାରୁଖ ଖାନ୍‌ ଓ ଗୌରୀ ଖାନ୍‌ ଫିଲ୍ମ ଇଣ୍ଡଷ୍ଟ୍ରୀର ସବୁଠାରୁ ଚର୍ଚ୍ଚିତ ଯୋଡ଼ି। ଏମାନଙ୍କ ପ୍ରେମ କାହାଣୀ କୌଣସି ଫିଲ୍ମ ଠାରୁ କମ୍‌ ନୁହେଁ। ଗୁରୁବାର ବା ଆଜି ଗୌରୀ ନିଜ ୫୦ ତମ ଜନ୍ମଦିନ ପାଳନ କରୁଛନ୍ତି। ବିବାହ ପୂର୍ବରୁ ଗୌରୀଙ୍କ ନାଁ ଥିଲା ଗୌରୀ ଛିବ୍ଦର। ଗୌରୀ ଏକ ପଞ୍ଜାବୀ ହିନ୍ଦୁ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ୧୯୮୪ ମସିହାରେ ଗୌରୀ ପ୍ରଥମ ଥର ଶାହାରୁଖଙ୍କୁ ଦିଲ୍ଲୀରେ ଭେଟିଥିଲେ।

ଗୌରୀଙ୍କୁ ଭେଟିବା ବେଳେ ଶାହାରୁଖ ସୁପରଷ୍ଟାର ନଥିଲେ। ସେ ନିଜ କ୍ୟାରିୟର ବି ଆରମ୍ଭ କରିନଥିଲେ। ସେତେବେଳେ ତାଙ୍କ ଆର୍ଥିକ ସ୍ଥିତି ବି ଭଲ ନଥିଲା। ଗୌରୀ ମଧ୍ୟ ଏକ ମଧ୍ୟବିତ୍ତ ପରିବାରର ଥିଲେ। ଉଭୟେ ବହୁ କଷ୍ଟରେ ବିବାହ କରିଥିଲେ। ତେବେ ଖୁବ୍‌ କମ୍‌ ଲୋକ ଜାଣନ୍ତି ଯେ ଥରେ ଶାହାରୁଖ ଓ ଗୌରୀଙ୍କ ମଧ୍ୟରେ ବଡ଼ ଝଗଡ଼ା ହୋଇଥିଲା। ଗୌରୀ ଶାହାରୁଖଙ୍କ ଉପରେ ଏତେ ଜୋର୍‌ରେ ରାଗିଥିଲେ ଯେ ସେ ବ୍ରେକ୍‌ଅପ୍‌ କରିବାକୁ ନିଷ୍ପତ୍ତି ନେଇଥିଲେ।

srk

ଗୌରୀଙ୍କ କାହା ସହ ହସିକି କଥା ହେବା ଶାହାରୁଖଙ୍କୁ ଆଦୌ ପସନ୍ଦ ନଥିଲା। ଏଥିସହ ସେ ଗୌରୀଙ୍କୁ ଚୁଟି ଖୋଲିବାକୁ ମଧ୍ୟ ସେ ମନା କରୁଥିଲେ। ଶାହାରୁଖଙ୍କ ଏତେ ରୋକଟୋକ୍‌ ଯୋଗୁ ବିରକ୍ତ ହୋଇ ଗୌରୀ ତାଙ୍କ ସହ ସମ୍ପର୍କ କାଟିବାକୁ ନିଷ୍ପତ୍ତି ନେଇଥିଲେ। ଏମିତି କି ସେ ଶାହାରୁଖଙ୍କ ଫୋନ୍‌ ବି ଉଠାଇବା ବନ୍ଦ କରି ଦେଇଥିଲେ। ପରେ ସେ ପରିବାର ସହ ମୁମ୍ବାଇ ଚାଲି ଆସିଥିଲେ। ତେବେ ଶାହାରୁଖ ଏତେ ମାତ୍ରାରେ ଗୌରୀଙ୍କୁ ଭଲ ପାଉଥିଲେ ଯେ ସେ ବି ତାଙ୍କ ପଛେ ମୁମ୍ବାଇ ଚାଲିଆସିଥିଲେ। ସେମାନେ ସମୁଦ୍ରକୂଳରେ ପରସ୍ପରକୁ ଭେଟୁଥିଲେ। ସେଠାରେ ହିଁ ସେମାନେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ।

Leave A Reply

Your email address will not be published.