ମନୋରଞ୍ଜନ ଜଗତରେ କରୋନାର ପ୍ରଭାବ, ସ୍ଥଗିତ ହୋଇପାରେ ‘ଓସ୍କାର ଆୱାର୍ଡ’

ବିଶ୍ବରେ କରୋନାର କାୟା ବିସ୍ତାର ହେବାରେ ଲାଗିଛି। ଏହାର ପ୍ରଭାବ ମନୋରଞ୍ଜନ ଜଗତରେ ମଧ୍ଯ ଦେଖିବାକୁ ମିଳିଛି। ସୂଚନା ମୁତାବକ ୧୯୨୯ ମସିହାରୁ ଆରମ୍ଭ ହୋଇଥିବା ଓସ୍କାର ଆୱାର୍ଡ ସେରିମନି ଚଳିତ ବର୍ଷ ସ୍ଥଗିତ କରାଯାଇପାରେ। ଏକାଡେମୀ ଅଫ୍ ମୋସନ ପିକ୍ଚର ଆର୍ଟସ ଆଣ୍ଡ ସାଇଂସେଜ୍ ଆସନ୍ତା ବର୍ଷ ଫେବୃଆରୀରେ ହେବାକୁ ଥିବା ୯୩ତମ ଓସ୍କାର ଆୱାର୍ଡ ସେରିମନିକୁ ସ୍ଥଗିତ କରିବା ନେଇ ବିଚାର କରୁଛନ୍ତି।

Oscarରିପୋର୍ଟ ଅନୁଯାୟୀ ଏନେଇ ସଠିକ୍ ସୂଚନା ସାମ୍ନାକୁ ଆସିନାହିଁ। ବାସ୍ତବରେ କୋଭିଡ ୧୯ କାରଣରୁ ଏପ୍ରିଲରେ ଓସ୍କାର ପାତ୍ରତା ପାଇଁ ନୂଆ ଅସ୍ଥାୟୀ ନିୟମରେ ପରିବର୍ତ୍ତନ ଘୋଷଣା କରାଯାଇଥିଲା। ଏନେଇ ଏକାଡେମୀ ଅଧ୍ଯକ୍ଷ ଡେଭିଡ ରୁବେନ କହିଛନ୍ତି, ଏହା ବହୁତ ଜଲଦି ଜାଣିବାକୁ ମିଳିବ ଆସନ୍ତା ୨୦୨୧ର ଓସ୍କାର ଟେଲିକାଷ୍ଟ କିଭଳି ମହାମାରୀର ଏହି ଭୟଙ୍କର ପରିସ୍ଥିତିକୁ ବଦଳାଇ ପାରିବ। ସେ କହିଛନ୍ତି, ପରିଦୃଶ୍ୟ କଣ ହେବ ଏହା ଜାଣିବା ଅସମ୍ଭବ। ଆମେ ଏହି ଆୱାର୍ଡ ସେରିମନି କରିବାକୁ ଚାହୁଁଛୁ କିନ୍ତୁ ଏହା କିଭଳି ହେବ ତାହା ଆମେ ଜାଣିନାହୁଁ। ଆପଣମାନେ ଜାଣିଥିବେ କରୋନା ମହାମାରୀ ପାଇଁ ମଧ୍ଯ ଫିଲ୍ମ ରିଲିଜ୍ ହୋଇପାରୁନାହିଁ। ଏହିକାରଣୁ ଏଥିପାଇଁ ନିଷ୍ପତି ନିଆଯିବାର ସମ୍ଭାବନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.