ଅଭିନେତ୍ରୀ ନେହା ମଲିକଙ୍କ ଘରୁ ୩୪.୪୯ଲକ୍ଷ ଗହଣା ଚୋରି, ଥାନାରେ ଦେଲେ FIR

ଚୋରି ମାମଲା ଅଭିଯୋଗକୁ ନେଇ ମୁମ୍ବାଇ ପୋଲିସ ଷ୍ଟେସନରେ ନଜର ଆସିଲେ ଫିଲ୍ମ ଅଭିନେତ୍ରୀ ନେହା ମଲିକ । ତାଙ୍କ ଅଭିଯୋଗ ଅନୁଯାୟୀ ଅଭିନେତ୍ରୀଙ୍କ ଘରୁ ୩୪.୪୯ଟଙ୍କାର ଗହଣା ଚୋରି ହୋଇଛି । ଚୋରିକୁ ନେଇ ଅଭିନେତ୍ରୀଙ୍କ ମା’ ଘରୋଇ ସହାୟକଙ୍କୁ ସନ୍ଦେହ କରିଛନ୍ତି । ପରେ ଯାଇ ଓଶିୱାରାର ଅମ୍ବୋଲି ପୋଲିସ ଷ୍ଟେସନରେ ପହଞ୍ଚି ଘରୋଇ ସହାୟକଙ୍କ ନାଁରେ ଏଫାୟାର ଫାଇଲ କରିଛନ୍ତି । ଏହି ମାମଲାକୁ ନେଇ ପୋଲିସ ଏବେ ନୂଆ ଅପଡେଟ ଦେଇଛି । ଅଭିଯୁକ୍ତ ଘରୋଇ ସହାୟକଙ୍କୁ ପୋଲିସ ଗିରଫ କରିବା ସହିତ ତା’ଠାରୁ ଚୋରୀ ଗହଣାକୁ ଜବତ କରିଛି ।
ସୂଚନାନୁଯାୟୀ, ଅଭିନେତ୍ରୀ ନେହା ମଲିକଙ୍କ ମା’ ମଞ୍ଜୁ ମଲିକ ରବିବାର ଦିନ ତାଙ୍କ ଘରୋଇ ସହାୟକଙ୍କ ନାଁରେ ଅଭିଯୋଗ ଆଣିଛନ୍ତି । ଅଭିଯୋଗରେ କହିଛନ୍ତି ଯେ, ଘରୋଇ ସହାୟକଙ୍କ ଭରସାରେ ମଞ୍ଜୁ ମଲିକ ପୂଜା କରିବା ପାଇଁ ଗୁରୁଦ୍ବାର ଯାଇଥିଲେ । ସେ ଗୁରୁଦ୍ବାର ଚାଲିଯିବା ପରେ ଘରୋଇ ସହାୟକ ଶନିବାର ଦିନ ତାଙ୍କ ଘରକୁ କାମ କରିବାକୁ ଆସିନଥିଲେ । ବାରମ୍ବାର ଅଭିନେତ୍ରୀଙ୍କ ମା’ ଯୋଗାଯୋଗ ପାଇଁ ତାଙ୍କୁ ଫୋନ କରିଥିଲେ ମଧ୍ୟ ସେ ଫୋନ୍ ରିସିଭ କରିନଥିଲେ ।
ସେପଟେ ବାରମ୍ବାର ଫୋନ୍ କରିବା ସତ୍ତ୍ବେ କଲ୍ ରିସିଭ ନକରିବାରୁ ଘରୋଇ ସହାୟକଙ୍କ ଉପରେ ତାଙ୍କର ସନ୍ଦେହ ହୋଇଥିଲା । ପରେ ମଞ୍ଜୁ ଗୁରୁଦ୍ବାରରୁ ଆସି ଗହଣା ରଖିଥିବା ଆଲମାରୀ ଦେଖିଥିଲେ । କିନ୍ତୁ ସେଠାରେ ଗହଣା ମିଳିନଥିଲା । ବ୍ୟସ୍ତ ହୋଇ ମଞ୍ଜୁ ଘର ସାରା ଗହଣା ଖୋଜିଥିଲେ ହେଲେ ତାଙ୍କୁ ଗହଣା ମିଳିନଥିଲା । ଯାହା ପରେ ସେ ତାଙ୍କ ଝିଅ ନେହାଙ୍କୁ ସବୁ କଥା ଜଣାଇଥିଲେ । ଥାନାରେ ଯାଇ ଘରୋଇ ସହାୟକ(ଶେହନାଜ ମୁସ୍ତଫା ଶେଖ )ଙ୍କ ନାଁରେ ଅଭିଯୋଗ କରିଥିଲେ ।
ଅନ୍ୟପଟେ ଅଭିନେତ୍ରୀଙ୍କ ଏପରି ଅଭିଯୋଗ ମାମଲାକୁ ନେଇ ପୋଲିସ୍ ତତ୍ପର ହୋଇଉଠିଥିଲା । BNSଧାରାର ୩୦୬ ଅନୁଯାୟୀ ଅଭିଯୁକ୍ତଙ୍କ ନାଁରେ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଥିଲା । ପରେ ଅଭିଯୁକ୍ତକୁ ଅନ୍ଧେରିର ଜେବି ନଗରରୁ ଗିରଫ କରିବା ସହିତ ତାଙ୍କଠାରୁ ଚୋରି ଅଳଙ୍କାରକୁ ଜବତ କରିଛି ପୋଲିସ ।
Also Read : ବହୁତ ସଂଘର୍ଷ କରି ବଲିଉଡରେ ପାଦ ଦେଇଛନ୍ତି ଶର୍ମନ ଯୋଶୀ, ୪୦ଟି ଅଡିସନ୍ ପରେ ମିଳିଥିଲା ପ୍ରଥମ ଫିଲ୍ମ