କୋର୍ଟରେ ପହଞ୍ଚିଲା ଆଦିପୁରୁଷ ଫିଲ୍ମ ମାମଲା, ଭଗବାନ ରାମ ଓ ହନୁମାନ ଚରିତ୍ରକୁ ଭୁଲ ଭାବେ କରାଯାଇଛି ପ୍ରଦର୍ଶନ

ନୂଆଦିଲ୍ଲୀ : ଅଭିନେତା ପ୍ରଭାସ ଓ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ଅଭିନୀତ ପିଲ୍ମ ‘ଆଦିପୁରୁଷ’ କୁ ନେଇ ଲାଗିଥିବା ବିବାଦ ଏବେ ତିଶ ହଜାରୀ ଅଦାଲତରେ ପହଞ୍ଚିଛି । ଫିଲ୍ମର ରିଲିଜ ଓ ଏହାର ଟିଜରରେ ଆପତ୍ତିଜନକ ଭାଗକୁ ହଟାଇବା ପାଇଁ ୟୁଟୁବ ଓ ଇଣ୍ଟରନେଟ ମିଡିଆକୁ ନିର୍ଦ୍ଦେଶ ଦେବାକୁ ରାଜ ଗୌରବ ପିଟିସନ ଦାଖଲ କରିଛନ୍ତି ।

ଏହି ଫିଲ୍ମରେ ଭଗବାନ ରାମ ଓ ହନୁମାନଙ୍କ ଚରିତ୍ରକୁ ଭୁଲ ତରିକାରେ ଚିତ୍ରିତ କରାଯାଇଥିବାରୁ ହିନ୍ଦୁ ସମାଜକୁ ଆଘାତ ଦିଆଯାଇଛି ବୋଲି ପିଟିସନକାରୀ ଯୁକ୍ତି ବାଢ଼ିଛନ୍ତି । ଫିଲ୍ମକୁ ସ୍ଥାୟୀ ଭାବେ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବା ପାଇଁ ପିଟିସନକାରୀ କୋର୍ଟରେ ଦାବି କରିଛନ୍ତି । ଫିଲ୍ମ ୧୨ ଜାନୁଆରୀ ୨୦୨୩ରେ ରିଲିଜ ହେବ ।

ପିଟିସନକାରୀ ଆହୁରି ଯୁକ୍ତି କରିଛନ୍ତି ଯେ ଅଭିବ୍ୟକ୍ତକୁ ସ୍ୱତନ୍ତ୍ରତା କରିବା ନ୍ୟାୟରେ ପ୍ରତିବାଦୀ ରାମାୟଣ ଭଳି ମହାକାବ୍ୟର ମୂଳ ସ୍ୱରୁପକୁ ବିକୃତ କରିପାରିବେ ନାହିଁ । କାରଣ ଏହି କାବ୍ୟ ଭାରତର ସଂସ୍କୃତି, ସଭ୍ୟତା ଓ ଆଧ୍ୟତ୍ମିକତାର ଏକ ଅଂଗ । ପ୍ରତିବାଦୀକୁ ଭାରତର ସ୍ୱର୍ଣ୍ଣ ଇତିହାସ ପ୍ରତି ଖେଳିବାକୁ ଦିଆଯାଇ ପାରିବ ନାହିଁ । ଭଗବାନ ରାମଙ୍କ ପ୍ରତିଛବି ଶାନ୍ତିପ୍ରିୟ ଅଟେ । ହେଲେ ଫିଲ୍ମରେ ଏହାକୁ ବିକୃତ ଭାବେ ଅତ୍ୟାଚାରୀ ବୋଲି ଦର୍ଶାଯାଇଛି । ତେଣୁ ଏହି ଫିଲ୍ମକୁ ନିଷିଦ୍ଧ କରିବାକୁ ପିଟିସନକାରୀ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.