ସଲମାନ-କ୍ୟାଟ୍ରିନାଙ୍କ ଇଦ୍‌ ମୁବାରକ, ହଲ୍‌କୁ ଆସିଲା ବହୁ ପ୍ରିତିକ୍ଷିତ ଫିଲ୍ମ ‘ଭାରତ’

କେନ୍ୟୁଜ୍ : ସଲମାନ-କ୍ୟାଟ୍ରିନାଙ୍କ ଇଦ୍‌ ମୁବାରକ। ହଲ୍‌କୁ ଆସିଲା ବହୁ ପ୍ରିତିକ୍ଷିତ ମୁଭି ଭାରତ। ଇଦ୍‌ରେ ରିଲିଜ୍‌ ହେଲା ସଲମାନଙ୍କ ଅପକମିଂ ଫିଲ୍ମ ଭାରତ । ଅଲ୍ଲି ଅବାସ ଜାଫରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମରେ ସଲମାନଙ୍କ ବ୍ୟତୀତ କ୍ୟାଟ୍ରିନା କୈଫ, ଦିଶା ପାଟନୀ, ତବୁ, ଜ୍ୟାକି ଶ୍ରଫ, ସୁନୀଲ ଗ୍ରୋବର ଓ ନୋରା ଫତେହୀ ପ୍ରମୁଖ ଭୂମିକାରେ ନଜର ଆସିଛନ୍ତି । ଏହି ଫିଲ୍ମ ୨୦୧୪ ମସିହାରେ ଆସିଥିବା ସାଉଥ୍‌ କୋରିୟାନ ଫିଲ୍ମ ‘ଓଡ ଟୁ ମାଇ ଫାଦର’ର ରିମେ୍‌କ ଅଟେ। ଫିଲ୍ମରେ ୧୯୪୭ ମସିହାରୁ ୨୦୧୦ ଯାଏ ଜଣେ ବ୍ୟକ୍ତିର ଜୀବନ କାହାଣୀ ଦେଖିବାକୁ ମିଳୁଛି ।