ଆଜି ପରଦାରେ ବିକିଙ୍କ ସହ ଆୟୁଷ୍ମାନଙ୍କ ଲଢେଇ, ଏକାସାଙ୍ଗରେ ରିଲିଜ ହୋଇଛି ‘ଭୂତ’ ଏବଂ ‘ ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’
ଆଜି ଫିଲ୍ମି ଫ୍ରାଇଡେ’ରେ ରିଲିଜ୍ ହେଉଛି ଦୁଇଟି ବଡ଼ ଫିଲ୍ମ । ବିକି କୌଶଲଙ୍କ ଅଭିନୀତ ହରର୍ ଫିଲ୍ମ ‘ଭୂତ୍- ପାର୍ଟ ଓ୍ଵାନ୍’ ସହିତ ରହିଛି ଆୟୁଷ୍ମାନ୍ ଖୁରାନାଙ୍କ କମେଡ଼ି ଫିଲ୍ମ ‘ଶୁଭ୍ ମଙ୍ଗଲ୍ ଜ୍ୟାଦା ସାବଧାନ’। ପୂର୍ବରୁ ଆୟୁଷ୍ମାନଙ୍କ କମେଡି ଫିଲ୍ମ ‘ଡ୍ରିମ୍ ଗାର୍ଲ’ ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିଥିବାବେଳେ ଏହି ଫିଲ୍ମଟିକୁ ନେଇ ମଧ୍ୟ ଦର୍ଶକେ ବେଶ୍ ଆଶାବାଦୀ ରହିଛନ୍ତି । ଫିଲ୍ମରେ ଆୟୁଷ୍ମାନ ଗେ’ ଚରିତ୍ରରେ ନଜର ଆସୁଥିବାବେଳେ ସମଲିଙ୍ଗୀ ସମ୍ପର୍କକୁ ଦର୍ଶାଯାଇଛି । ଜିତେନ୍ କେବଲିଆଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ନୀନା ଗୁପ୍ତା, ଗଜରାଜ ରାଓ ଓ ଜିତେନ୍ଦ୍ର କୁମାର ପ୍ରମୁଖ ଅଭିନୟ କରିଛନ୍ତି ।
ସେହିପରି ଆଜି ରିଲିଜ୍ ହେଉଥିବା ଅନ୍ୟ ଏକ ଫିଲ୍ମ ହେଉଛି ହରର୍ ଫିଲ୍ମ ‘ଭୂତ – ପାର୍ଟ ଓ୍ଵାନ’। କରନ୍ ଜୋହରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ବିକିଙ୍କ ବ୍ୟତୀତ ଭୂମି ପେଣ୍ଡେନକର୍ ପ୍ରମୁଖ ଭୂମିକାରେ ନଜର ଆସିବେ । ଫିଲ୍ମର ଟ୍ରେଲର୍କୁ ଦର୍ଶକେ ବେଶ୍ ପସନ୍ଦ କରିଥିବାବେଳେ ପରଦା ଉପରେ ଦର୍ଶକଙ୍କୁ କେତେ ଡରାଉଛି, ତାହା ଦେଖିବାକୁ ରହିଥିବାବେଳେ ବିକି ଓ ଆୟୁଷ୍ମାନଙ୍କ ଭିତରୁ କିଏ ବାଜି ମାରୁଛି, ଏହାକୁ ନେଇ ଦର୍ଶକଙ୍କ ମହଲରେ ବେଶ୍ ଉତ୍କଣ୍ଠା ରହିଛି ।