କୌଣସି ଫିଲ୍ମରେ ଆଉ ଅର୍ଜୁନ ରାମପାଲଙ୍କୁ ମିଳୁନି କାମ, ଏବେ ‘ଫାଇନାଲ୍ କଲ୍’ ହି ବଂଚାଇପାରିବ କ୍ୟାରିୟର

ଶେଷ ଥର ଆପଣ ଅର୍ଜୁନ୍ ରାମପାଲଙ୍କୁ କେଉଁ ଫିଲ୍ମରେ ଦେଖିଥିଲେ ? ନିଶ୍ଚିତ ଭାବରେ ମନେ ନଥିବ । କାରଣ ନିଜ କାର୍ଯ୍ୟକଳାପ ପାଇଁ ଶାହାରୁଖ ଏବଂ ହ୍ରିତିକଙ୍କ ଟାର୍ଗେଟକୁ ଆସିଥିବା ଅର୍ଜୁନଙ୍କ ଫିଲ୍ମ କ୍ୟାରିୟର୍ ମଧ୍ୟ ଶେଷ ହେବାକୁ ବସିଲାଣି । ଅର୍ଜୁନଙ୍କ ଶେଷ ଥର ବଡ଼ ପ୍ରୋଜେକ୍ଟ ଭାବରେ ଶାହାରୁଖଙ୍କ ସହ ରା ୱାନରେ କାମ କରିଥିଲେ । ଏହି ଫିଲ୍ମରେ ଶାହାରୁଖଙ୍କ ସହ ଅର୍ଜୁନଙ୍କ ତିକ୍ତତା ଦେଖାଦେଇଥିଲା । ଯାହା ଫଳରେ ଅର୍ଜୁନଙ୍କୁ କୌଣସି ବି ବଡ଼ ପ୍ରେଜେକ୍ଟରେ କାମ ମିଳିବା ବନ୍ଦ ହୋଇଗଲା । ସେବେଠାରୁ ସେ କୌଣସି ଛୋଟ ବଜେଟ୍ କିମ୍ବା ସ୍ବତନ୍ତ୍ର ନିର୍ମାତାଙ୍କ ଫିଲ୍ମରେ ହିଁ କାମ କରୁଛନ୍ତି ।
ଅଣ୍ଡରୱର୍ଲ୍ଡ ଡନରୁ ନେତା ହୋଇଥିବା ଅରୁଣ ଗବଲୀଙ୍କ କାହାଣୀ ଉପରେ ନିର୍ମିତ ଫିଲ୍ମ ଡାଡି ମଧ୍ୟ ସୁପର ଫ୍ଲପ୍ ହୋଇଥିଲା । ଏବେ ଦୀର୍ଘ ଦିନ ପରେ ତାଙ୍କୁ ୱେବସିରିଜ ଦ ଫାଇନାଲ୍ କଲ୍ ରେ କାମ ମିଳିଛି । ସିରିଜର ଟ୍ରେଲର୍ ରିଲିଜ୍ ହୋଇସାରିଛି । ଯାହାକୁ ୟୁଟ୍ୟୁବରେ ରେସପନ୍ସ ମଧ୍ୟ ଭଲ ମିଳିଛି । ଆଉ ଅର୍ଜୁନଙ୍କ ଏହି ଟ୍ରେଲରକୁ ଫିଲ୍ମ ଇଣ୍ଡଷ୍ଟ୍ରି ବରିଷ୍ଠ କଳାକାର ମଧ୍ୟ ଖୁବ୍ ସେୟାର୍ କରୁଛନ୍ତି । ହେଲେ ଏଯାଏଁ କୌଣସି ବଡ଼ ପ୍ରଡକ୍ସନ୍ ହାଉସରୁ ଅର୍ଜୁନଙ୍କୁ କୌଣସି ଅଫର୍ ମିଳିନାହିଁ । ଯେଉଁଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଶାହାରୁଖ୍ ଏବଂ ହ୍ରିତିକଙ୍କ ସହ ପଙ୍ଗା ମହଙ୍ଗା ପଡିଛି ଅର୍ଜୁନଙ୍କୁ ।
ଦେଖନ୍ତୁ ଟ୍ରେଲର୍