ଆଜି ରିଲିଜ ହୋଇଛି ବହୁ ପ୍ରତିକ୍ଷିତ ଫିଲ୍ମ ଧଡ଼କ

ଆଜି ଫିଲ୍ମୀ ଫ୍ରାଇଡେରେ ରିଲିଜ ହେବ ବହୁ ପ୍ରତିକ୍ଷିତ ଫିଲ୍ମ ଧଡ଼କ। ପ୍ରଥମ ଥର ପାଇଁ ବଡ ପରଦାରେ ଦେଖାଦେବେ ବଲିଉଡ ଷ୍ଟାର ଶ୍ରଦେବୀଙ୍କ ଲାଡଲୀ ଜାହ୍ନବୀ। ଜାହ୍ନବୀଙ୍କ ସହ ଲିଡ୍ ରୋଲ୍ରେ ଅଛନ୍ତି ଇଶାନ ଖଟ୍ଟର। ଫିଲ୍ମରେ ବେଶ୍ ଜମିଛି ଜାହ୍ନବୀ ଓ ଇଶାନଙ୍କ କେମେଷ୍ଟ୍ରି। ସେହିପରି ଲଭ୍, ଇମୋଶନ୍ ଡ୍ରାମାକୁ ଦେଖିବାକୁ ପାଇବେ ଦର୍ଶକ। ଧର୍ମା ପ୍ରଡକସନ୍ ବ୍ୟାନରରେ ପ୍ରସ୍ତୁତ ଧଡ଼କର ନିର୍ଦ୍ଦେଶନା ଦେଇଛନ୍ତି ଶଶାଙ୍କ ଖୈତାନ୍। ପ୍ରଯୋଜନା ଦାୟିତ୍ୱ ସମ୍ଭାଳିଛନ୍ତି କରନ ଜୋହର। ରିଲିଜ୍ ପୂର୍ବରୁ ଫିଲ୍ମର ଗୀତ ଗୁଡିକ ସୁପରହିଟ୍ ହୋଇଛି। ଫିଲ୍ମ ଧଡକର ଟାଇଟଲ ଟ୍ରାକ୍ ସବୁଠୁ ଅଧିକ ହିଟ୍ ହୋଇଛି।