ଆନ୍ତର୍ଜାତିକ ଫିଲ୍ମ ମହୋତ୍ସବ, ଜୁରୀ ମେମ୍ବର ଭାବେ ଯୋଗ ଦେଲେ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା SRFTIର ପୂର୍ବତନ ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ
ଗୋଆ ଠାରେ ଆରମ୍ଭ ହୋଇଛି ଆନ୍ତର୍ଜାତିକ ଫିଲ୍ମ ମହୋତ୍ସବ IFFI- 2024 । ବୁଧବାର ଠାରୁ ଆୟୋଜିତ ଏହି ମହୋତ୍ସବର ୫୫ତମ ସଂସ୍କରଣ ୮ ଦିନ ଧରି ଚାଲିବ । ବିଶ୍ୱର ବିଭିନ୍ନ ଦେଶର କଳା ଓ ସଂସ୍କୃତି ପ୍ରଦର୍ଶିତ ହେବ ଏହି ମହୋତ୍ସବରେ ।
୨୦୦୪ ମସିହାରୁ ଗୋଆରେ ଆୟୋଜିତ ହୋଇ ଆସୁଥିବା ଏହି ସମ୍ମାନଜନକ ଆନ୍ତର୍ଜାତିକ ମହୋତ୍ସବରେ ଜୁରୀ ମେମ୍ବର ଭାବେ ଯୋଗ ଦେଇଛନ୍ତି ବିଶିଷ୍ଟ ଓଡିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା SRFTIର ପୂର୍ବତନ ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ । ଆଜି ଇଣ୍ଡିଆନ୍ ପାନୋରାମା ସେକସନର ଉଦଘାଟନ ଥିଲା ।
ଉଭୟ ଫିଚର ଓ ନନଫିଚର ବର୍ଗରୁ ସମସ୍ତେ ସାମିଲ ହୋଇଥିଲେ । ପ୍ରଥମେ ବୀର ସବରକର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା । ଫିଚର ଫିଲ୍ମ ବିଭାଗର ଜୁରୀ ଚେୟାରମ୍ୟାନ ଅନୁପସ୍ଥିତ ଥିବାରୁ ତାଙ୍କ ସ୍ଥାନରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା କୋଲକାତା ଏସଆରଏଫଟିଆଇର ପୂର୍ବତନ ନିର୍ଦ୍ଦେଶକ ହିମାଂଶୁ ଖଟୁଆ । ୩୮୪ ଟି ଫିଲ୍ମରୁ ଶ୍ରେଷ୍ଠ ଫିଲ୍ମ ବାଛିବା କଷ୍ଟକର ବ୍ୟାପାର ଥିଲା ବୋଲି ସେ କହିଛନ୍ତି ।