Categories: ମନୋରଂଜନ

ଗୁଡ୍‌ନ୍ୟୁଜ୍‌ ସୁଟିଂସେଟ୍‌ରୁ ଭାଇରାଲ ହେଲା ମଜାଳିଆ ଭିଡିଓ, ଦେଖନ୍ତୁ କେମିତି କରୀନାଙ୍କୁ ହଇରାଣ କରୁଛନ୍ତି ଅକ୍ଷୟ

ବଲିଉଡ୍‌ ସୁପରଷ୍ଟାର ଅକ୍ଷୟ କୁମାର ଓ ଆଗଧାଡ଼ିର ହିରୋଇନ୍‌ କରୀନା କପୁରଙ୍କ ଅଭିନୀତ ଫିଲ୍ମ ଗୁଡ୍‌ ନ୍ୟୁଜ୍‌ ଖୁବ୍‌ଶୀଘ୍ର ପରଦାକୁ ଆସିବାକୁ ଯାଉଛି। ଏହି ଫିଲ୍ମରେ ସିଙ୍ଗର ଦିଲଜୀତ୍‌ ଦୋସାଞ୍ଝ ଓ ଅଭିନେତ୍ରୀ କିଆରା ଆଡବାନୀଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଫିଲ୍ମର ସୁଟିଂ ଶେଷ ହୋଇଛି। ଧର୍ମା ପ୍ରଡକ୍ସନ୍‌ ବ୍ୟାନରର ନିର୍ମିତ ଏହି ମୁଭି ଚଳିତ ୨୭ ତାରିଖରେ ପ୍ରେକ୍ଷାଳୟକୁ ଆସିବ। ଫିଲ୍ମରେ ଭରପୁର କମେଡି ଥିବା ଟ୍ରେଲରରୁ ଜଣାଯାଇଛି। ଫିଲ୍ମ ରିଲିଜ୍‌ ହେବାକୁ ଆହୁରି କିଛି ଦିନ ଥିବା ବେଳେ ଫିଲ୍ମର ସୁଟିଂ ବେଳର କିଛି ମଜାଳିଆ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ଅକ୍ଷୟ, କରୀନା, କିଆରା ଓ ଦିଲଜିତ୍‌କୁ କୁଲ ମୁଡ୍‌ରେ ଦେଖିବାକୁ ମିଳିଛି। ଆରମ୍ଭରେ ଅକ୍ଷୟ କୁମାର ଜଣେ ବ୍ୟକ୍ତିଙ୍କ ମଜାକ୍‌ ଉଡାଉଥିବା ନଜର ଆସିଛନ୍ତି। କୋ ଷ୍ଟାର କରୀନାଙ୍କୁ ହଇରାଣ କରିବା ପାଇଁ ଅକ୍ଷୟ ସୁଟିଂ ବେଳେ ବାରମ୍ବାର ରିଟେକ୍‌ କରୁଥିବା ଦେଖିବାକୁ ମିଳିଛି।

ଏହାସହ ପଢ଼ନ୍ତୁ:  ଦବଙ୍ଗ ୩ର ‘ମୁନ୍ନା ବଦନାମ ହୁଆ’ ଗୀତ ରିଲିଜ୍‌, ନୂଆ ମୁନ୍ନି ସହ ଧୁମ୍‌ ନାଚିଲେ ଚୁଲ୍‌ବୁଲ୍‌ ପାଣ୍ଡେ; ଦେଖନ୍ତୁ ଭିଡିଓ

ଗୁଡ ନ୍ୟୁଜ୍‌ ସେଟ୍‌ର ଏହି ଭିଡିଓକୁ ଦିଲଜିତ୍‌ ଦୋସାଞ୍ଝ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି। କ୍ୟାପସନ୍‌ରେ ଲେଖିଛନ୍ତି ମୋ ଆଖପାଖରେ ଥିବା ସମସ୍ତ ମଜାଳିଆ ଲୋକଙ୍କୁ ପାଇ ମୁଁ ଧନ୍ୟ।

WCW 11

Recent Posts

ରିଲିୟାନ୍ସ ଜିଓ ସେବା ଡାଉନ, ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ

ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…

9 mins ago

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

40 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

42 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

45 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

52 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

1 hour ago