ଖୁବ୍‌ ଶୀଘ୍ର ଓଟିଟିରେ ରିଲିଜ୍‌ ହେବ ଫିଲ୍ମ ‘କଲ୍‌କୀ 2898 AD’, ଜାଣନ୍ତୁ କେବେ

ଫିଲ୍ମ ‘କଲ୍‌କୀ 2898 AD’ କେବଳ ଦେଶରେ ନୁହେଁ ବରଂ ବିଦେଶରେ ମଧ୍ୟ ସମସ୍ତେ ବହୁତ ପସନ୍ଦ କରୁଛନ୍ତି । ଫ୍ୟାନ୍ସ ମଧ୍ୟ ଏହି ଫିଲ୍ମକୁ ବହୁତ ଭଲ ପାଇବା ଦେଉଛନ୍ତି । ତେବେ ଫିଲ୍ମ ‘କଲ୍‌କୀ 2898 AD’ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଛି ଏବଂ ରିଲିଜ୍ ହେବାର ୧୧ ଦିନରେ ୫୦୦ କୋଟି ଟଙ୍କାରୁ ଅଧିକ କଲେକ୍ସନ୍‌ କରିଛି । ସୂଚନା ମୁତାବକ, ଦ୍ୱିତୀୟ ରବିବାରରେ ଫିଲ୍ମ ୪୧.୩ କୋଟି ଟଙ୍କା ରୋଜଗାର କରିଛି । ଏହା ସହ ଦ୍ୱିତୀୟ ସପ୍ତାହ ଶେଷରେ ଫିଲ୍ମର କଲେକ୍ସନ୍‌ ୫୦୭ କୋଟିରେ ପହଞ୍ଚିଛି । ବର୍ତ୍ତମାନ ଯେତେବେଳେ ଫିଲ୍ମ ସିନେମା ହଲ୍‌ରେ ହଇଚଇ ସୃଷ୍ଟି କରୁଛି । ବର୍ତ୍ତମାନ ଫିଲ୍ମଟି ଓଟିଟିରେ ରହିଲି ହେବାକୁ ନେଇ ଚର୍ଚ୍ଚା ଚାଲିଛି । ଅନେକ ଦର୍ଶକ ଫିଲ୍ମର ଓଟିଟିରେ ରିଲିଜକୁ ଅପେକ୍ଷା କରିଛନ୍ତି । ତାହେଲେ ଆସନ୍ତୁ ଜାଣିବା ଯେ ଫିଲ୍ମ ‘କଲ୍‌କୀ 2898 AD’ ଓଟିଟିରେ କେବେ ରିଲିଜ୍ ହେବ ।

ସାଇନ୍ସ ଫିକ୍ସନ ଆକ୍ସନ୍ ଡ୍ରାମା ଏବଂ ଆଧ୍ୟାତ୍ମିକ କାହାଣୀ ଉପରେ ଆଧାରିତ ଏହି ଫିଲ୍ମଟି ଜୁନ୍ ୨୭ରେ ସିନେମା ହଲ୍‌ରେ ମୁକ୍ତିଲାଭ କରିଥିଲା । ତେବେ ଏହା ସାରା ବିଶ୍ୱର ବକ୍ସ ଅଫିସରେ ୭୧୪ କୋଟି ଟଙ୍କାରୁ ଅଧିକ ରୋଜଗାର କରିଛି । ତେବେ ବର୍ତ୍ତମାନ ଆମାଜନ୍ ପ୍ରାଇମ୍ ଫିଲ୍ମ ‘କଲ୍‌କୀ 2898 AD’ ଓଟିଟିରେ ରିଲିଜ୍ ବିଷୟରେ ଚର୍ଚ୍ଚା ଚାଲିଛି । ଏପରି ମଧ୍ୟ ଖବର ରହିଛି ଯେ ତେଲୁଗୁ, ତାମିଲ, ମାଲାୟାଲମ୍ ଏବଂ କନ୍ନଡ ଭାଷାରେ ଇଂରାଜୀ ସବ୍‌ଟାଇଟଲ ସହିତ ଷ୍ଟ୍ରିମ୍ ହେବ ଏବଂ ନେଟଫ୍ଲିକ୍ସ ଫିଲ୍ମ ‘କଲ୍‌କୀ 2898 AD’ ଷ୍ଟ୍ରିମ୍ କରିବ । ଇଂରାଜୀ ସବ୍‌ଟାଇଟଲ ସହିତ ହିନ୍ଦୀ ଭର୍ଜନରେ ଆସିବାକୁ ଯାଉଛି ।

ବକ୍ସ ଅଫିସରେ ଦମ୍‌ଦାର କଲେକ୍ସନ୍‌ କରିବା ପରେ ନିର୍ମାତାମାନେ ଫିଲ୍ମକୁ ଓଟିଟିରେ ରିଲିଜ୍‌ କରିବା ପାଇଁ ଚିନ୍ତା କରୁଛନ୍ତି । ୬୦୦ କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଫିଲ୍ମଟି ବର୍ତ୍ତମାନ ଓଟିଟିରେ ଆସିବାକୁ ଯାଉଛି । ଏପରି ଖବର ରହିଛି ଯେ ଜୁଲାଇରେ ଶେଷ ସୁଧା ଫିଲ୍ମ ‘କଲ୍‌କୀ 2898 AD’ ଓଟିଟିରେ ଷ୍ଟ୍ରିମ୍ କରିବାର ଯୋଜନା କରିଥିଲେ । କିନ୍ତୁ ବର୍ତ୍ତମାନ କୁହାଯାଉଛି ଯେ ଫିଲ୍ମ ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରେ ଓଟିଟିରେ ରିଲିଜ୍ ହୋଇପାରେ ।

ତେବେ ଫିଲ୍ମ ‘କଲ୍‌କୀ 2898 AD’ ଆଜି ପର୍ଯ୍ୟନ୍ତ ସବୁଠାରୁ ମହଙ୍ଗା ଫିଲ୍ମ ମଧ୍ୟରୁ ଗୋଟିଏ ବୋଲି ଏହା ମଧ୍ୟ କୁହାଯାଉଛି । ଏପରି ମଧ୍ୟ ସୂଚନା ରହିଛି ଯେ ଫିଲ୍ମ ଓଟିଟିରେ ରିଲିଜ୍ ହେବା ବେଳକୁ ଏହି ଫିଲ୍ମ ୧୦୦୦ କୋଟି ଟଙ୍କା ରୋଜଗାର କରିବ । ଫିଲ୍ମ ‘କଲ୍‌କୀ 2898 AD’ ରେ ଅମିତାଭ ବଚ୍ଚନ, କମଲ ହାସନ, ଦୀପିକା ପାଦୁକୋନ ଏବଂ ପ୍ରଭାସଙ୍କ ସମେତ ଅନେକ ଷ୍ଟାର ନଜର ଆସିଛନ୍ତି । ଏହା ବ୍ୟତୀତ ଏହି ଫିଲ୍ମରେ ଦିଶା ପଟାନି, ସାସ୍ୱତ ଚାଟାର୍ଜୀ ଏବଂ ଶୋଭାନା ମଧ୍ୟ ଅଭିନୟ କରିଛନ୍ତି ।

You might also like