ଭାଇରାଲ୍ ହେଉଛି ସୁଶାନ୍ତ ସିଂହ ରାଜପୁତ ଏବଂ ସାରା ଅଲ୍ଲୀ ଖାନଙ୍କ ଜବରଦସ୍ତ ରୋମାନ୍ସ

ଚଳିତ ବର୍ଷ କରିବେ ପ୍ରକୃତିର କ୍ରୋଧର ସାମ୍ନା ଆଉ ତା ସହ ହେବ କେବଳ ପ୍ରେମ । ଏପରି ଏକ ଟ୍ୟାଗ୍ ଲାଇନ୍ ସହ ରିଲିଜ୍ ହୋଇଛି ବହୁ ପ୍ରତିକ୍ଷୀତ ଫିଲ୍ମ କେଦାରନାଥର ଟିଜର୍ । ଆଉ ଏହି ଟିଜର ଦେଖିଲେ ଅଟକିଯିବ ଆପଣଙ୍କ ନିଶ୍ବାସ । ଏହି ଟିଜରରେ ଦେଖିବାକୁ ପାଇବେ ୨୦୧୩ରେ କେଦାରନାଥରେ ହୋଇଥିବା ପ୍ରକୃତିର ତାଣ୍ଡବ । ଯେଉଁଥିରେ ଚାଲିଯାଇଥିଲା ହଜାର ହଜାର ଶ୍ରଦ୍ଧାଳୁଙ୍କ ଜୀବନ ।

୧ ମିନିଟ୍ ୩୯ ସେକେଣ୍ଡର ଏହି ଟିଜରରେ କେଦାରନାଥରେ ଆସିଥିବା ପ୍ରଳୟ ସହ ଆପଣ ଦେଖିପାରିବେ ସୁଶାନ୍ତ ସିଂହ ରାଜପୁତ ଏବଂ ସାରା ଅଲ୍ଲୀ ଖାନଙ୍କ ମଧ୍ୟରେ ପ୍ରେମର ଝଲକ । ପାଣିର ପ୍ରଖର ସ୍ରୋତର ଶିକାର ସାରା ମଧ୍ୟ ହୋଇଛନ୍ତି । ଆଉ ଏହି ସମୟରେ ତାଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି ସୁଶାନ୍ତ ।

ତେବେ ଟିଜରରେ ଉଭୟଙ୍କ ମଧ୍ୟରେ ଥିବା ଅନ୍ତରଙ୍ଗ ମୁହୂର୍ତ୍ତ ମଧ୍ୟ ଦେଖିବାକୁ ମିଳିଛି । ଏହି ସିନରେ ସୁଶାନ୍ତ ସିଂହଙ୍କୁ ଲିପ୍ କିସ୍ କରୁଛନ୍ତି ସାରା । ଫିଲ୍ମ କେଦାରନାଥ ଜରିଆରେ ବଲିଉଡରେ ଡେବ୍ୟୁ କରିଛନ୍ତି ସୈଫ୍ ଅଲ୍ଲୀ ଖାନଙ୍କ ଝିଅ ସାରା ଅଲ୍ଲୀ ଖାନ୍ । ୭ ଡିସେମ୍ବରରେ ରିଲିଜ୍ ହେବାକୁ ଥିବା ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ଅଭିଶେକ କପୁର ।

ଦେଖନ୍ତୁ ଟିଜର :