ମିଷ୍ଟର ଇଣ୍ଡିଆର ସିକ୍ୱେଲ! ଫିଲ୍ମରେ ନଜର ଆସିବେ ଏହି ସବୁ ସୁପରଷ୍ଟାର

ମୁମ୍ବାଇ: ୩୩ ବର୍ଷ ପରେ ପୁଣି ଥରେ ବଡ ପରଦାକୁ ଆସୁଛି ମିଷ୍ଟର ଇଣ୍ଡିଆ । ନିର୍ଦ୍ଦେଶକ ଅଲ୍ଲୀ ଅବାସ ଜଫର ଏହି ଚରିତ୍ରକୁ ନେଇ ଆଉ ଏକ ନୂଆ ଫିଲ୍ମ ତିଆରି କରିବାକୁ ଯାଉଛନ୍ତି । ଫିଲ୍ମ ପାଇଁ ସ୍କ୍ରିପଟିଂ କାମ ଆରମ୍ଭ ହୋଇ ଗଲାଣି । ତେବେ ଏହି ଫିଲ୍ମରେ ରଣବୀର ସିଂ ଓ ଶାହାରୁଖ ଖାନ ଏକାଠି ନଜର ଆସିବେ ବୋଲି ଚର୍ଚ୍ଚା ହେଉଛି ।

mr.indiaତେବେ ବଡ ପରଦାରେ ଅନିଲ୍ କପୁର ଏବଂ ଶ୍ରୀଦେବୀ ଷ୍ଟାରର ଫିଲ୍ମ ମିଷ୍ଟର ଇଣ୍ଡିଆ ସେତେବେଳେ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଥିଲା । ଯାହାର ସଫଳତା ପରେ ବର୍ତ୍ତମାନ ଏହାର ସିକ୍ୱେଲ ପ୍ରସ୍ତୁତ ହେବାକୁ ଯାଉଛି । ଯେଉଁଥିରେ ହାଇଭୋଲ୍ଟ ଅଭିନେତା ମାନଙ୍କୁ ଦେଖିବାକୁ ମିଳିବ । ଅପରପକ୍ଷେ ନିର୍ଦ୍ଦେଶକ ଅଲ୍ଲୀ ଅବାସ ଜଫର ଯିଏ ପୂର୍ବରୁ ଟାଇଗର୍ ଜିନ୍ଦା ହେ ଏବଂ ସୁଲତାନ୍ ଭଳି ବ୍ଳକବଷ୍ଟର ଫିଲ୍ମ ଦେଇ ସାରିଛନ୍ତି ସେ ମିଷ୍ଟର ଇଣ୍ଡିଆ ଫିଲ୍ମ ପାଇଁ ସ୍କ୍ରିପଟିଂ କାମ ଆରମ୍ଭ କରିସାରିଲେଣି ।