କପିଳଙ୍କ ବିରୋଧରେ କଡା ଅଭିଯୋଗ ଆଣିଲେ ଫିଲ୍ମ ମେକର, ଟ୍ୱିଟ କରି ଜଣାଇଲେ ଏମିତି କିଛି

“ଦ କପିଳ ଶର୍ମା ସୋ” ପୁଣି ଥରେ ବିବାଦର ପରିସରକୁ ଆସିଛି । ଫିଲ୍ମ ମେକର ବିବେକ ରଞ୍ଜନ ଅଗ୍ନିହୋତ୍ରୀଙ୍କ କହିବା ଅନୁଯାୟୀ କପିଳ ଶର୍ମାଙ୍କ ଟିମ ତାଙ୍କ ଫିଲ୍ମର ପ୍ରମୋସନ ପାଇଁ ମନା କରିଦେଇଥିଲା । ସେ ଆରୋପ ଲଗାଇଛନ୍ତିକି କପିଳଙ୍କ ଶୋ’କୁ କେବଳ ବଡ ବଡ ଷ୍ଟାର ମାନଙ୍କୁ ହିଁ ଡ଼କା ଯାଇଥାଏ । କାରଣ ତାଙ୍କ ଫିଲ୍ମ “ଦ କାଶ୍ମୀର ଫାଇଲ୍ସ” ରେ କମର୍ସିୟାଲ ଷ୍ଟାର କେହି ନାହାନ୍ତି । ଆଉ ଏଥିପାଇଁ ବୋଧ ହୁଏ ତାଙ୍କୁ କପିଳଙ୍କ ଶୋ’ କୁ ସେମାନଙ୍କୁ ଡ଼କା ଯାଇନାହିଁ । କପିଳ ଶର୍ମା ତଥା ତାଙ୍କ ଟିମ ଉପରେ ଖପ୍ପା ହୋଇ ଅଛନ୍ତି ବିବେକ ରଞ୍ଜନ । କହିରଖିବା ଉଚିତ ହେବକି ବର୍ତ୍ତମାନ ସମୟରେ ବିବେକ କାଶ୍ମିରୀ ପଣ୍ଡିତ ମାନଙ୍କ ଉପରେ ଆଧାରିତ ଫିଲ୍ମ “ଦ କାଶ୍ମୀର ଫାଇଲସ”ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ନିକଟରେ ଜାମ୍ମୁରେ ଏହି ଫିଲ୍ମର ସ୍କ୍ରିନିଙ୍ଗ ରଖାଯାଇଥିଲା । ଦର୍ଶକ ମାନେ ବି ଏହି ଫିଲ୍ମକୁ ଖୁବ ପସନ୍ଦ କରୁଥିବା ଦେଖାଯାଇଛି ।

 

ଫ୍ୟାନ୍ସଙ୍କ କହିବା ଅନୁଯାୟୀ ନିଜ ଫିଲ୍ମର ପ୍ରମୋସନ ପାଇଁ “ଦ କାଶ୍ମୀର ଫାଇଲ୍ସ”ର ପ୍ରମୋସନ ପାଇଁ ବିବେକ କପିଳଙ୍କ ଶୋ’କୁ ନିହାତି ଯିବା ଆବଶ୍ୟକ । ଜଣେ ୟୁଜର ଟ୍ୱିଟରରେ ଲେଖିଛନ୍ତି କି ଫିଲ୍ମକୁ କପିଳଙ୍କ ଶୋ’ରେ ପ୍ରମୋଟ କରିବା ଅବଶ୍ୟକ । ସେ ଏହା ମଧ୍ୟ ଲେଖିଛନ୍ତି କି ଆମେ ମିଥୁନ ଚକ୍ରବର୍ତ୍ତୀ ଓ ଅନୁପମ ଖେରଙ୍କୁ ଏକା ସାଥିରେ ଦେଖିବାକୁ ଚାହୁଁଛୁ । ଆଉ ଏହାର ଜବାବରେ ଫିଲ୍ମ ମେକର କହିଛନ୍ତିକି, କପିଳଙ୍କ ଶୋ’ କୁ କାହାକୁ ଡକାଯିବ ସେନେଇ ଆମେ ନିଷ୍ପତ୍ତି ନେବାକୁ କିଏ । ଫିଲ୍ମ ପ୍ରଡ୍ୟୁସର କହିଛନ୍ତିକି, ” ମୁଁ କପିଳଙ୍କର ଜଣେ ବଡ ଫ୍ୟାନ” । କିନ୍ତୁ ଆମ ଫିଲ୍ମରେ କେହି ବଡ ଷ୍ଟାର ନଥିବାରୁ ହୁଏତ ସେ ଶୋ’ କୁ ଡ଼ାକିବାକୁ ମନା କରିଦେଲେ । ବଲିଉଡରେ ନନ ଷ୍ଟାର ନିର୍ଦ୍ଦେଶକ, ଲେଖକ ତଥା ଭଲ କଳାକାର ମାନଙ୍କୁ କେହି ପଚାରନ୍ତି ନାହିଁ । କହିରଖୁଛୁକି ବିବେକ ଟ୍ୱିଟ କରିବା ପରେ ଅନେକ ୟୁଜର୍ସ କପିଳଙ୍କ ଶୋ’କୁ ବୟ କଟ କରିବାକୁ ଚେଷ୍ଟା କରୁଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.