ସାମ୍ନାକୁ ଆସିଲା ଫିଲ୍ମ ‘ମିର୍ଜାପୁର’ର ଟ୍ରେଲର, ଜବରଦସ୍ତ ଭୂମିକାରେ ନଜର ଆସିଲେ ପଙ୍କଜ ତ୍ରିପାଠୀ

ସାମ୍ନାକୁ ଆସିଲା ଫିଲ୍ମ ‘ମିର୍ଜାପୁର’ ର ଜବରଦସ୍ତ ଟ୍ରେଲର । ଏହି ଟ୍ରେଲରକୁ ଦେଖିବା ପରେ ଫିଲ୍ମ ଦେଖିବା ପାଇଁ ଫ୍ୟାନ୍ସ ଉତ୍ସାହ ବଢିବାରେ ଲାଗିଛି । ଏଥର ମଧ୍ୟ ମିର୍ଜାପୁରର ଚେୟାର ପାଇଁ ଲୋକଙ୍କ ମଧ୍ୟରେ ଲଢେଇ ଦେଖିବାକୁ ମିଳିବ। ଉତ୍ତରପ୍ରଦେଶର କୁଖ୍ୟାତ ଡ୍ରଗ୍ ମାଫିଆ ଅଖନ୍ଦନନ୍ଦ ତ୍ରିପାଠୀଙ୍କ ଷ୍ଟୋରି, ଯିଏ କାଲିନ୍ ଭାୟା ନାମରେ ମଧ୍ୟ ଜଣାଶୁଣା । ଆମାଜନ ଅରିଜିନାଲ କ୍ରାଇମ-ଥ୍ରୀଲର ୱେବ୍ ସିରିଜ୍ରେ ‘ମିର୍ଜାପୁର’ ଦେଖିବାକୁ ମିଳିବ । ୨୦୧୮ରେ ଷ୍ଟ୍ରିମିଂ ପ୍ଲାଟଫର୍ମରେ ରିଲିଜ୍ ହେବା ମାତ୍ରେ ଏହି ସିରିଜ୍ ଏକ ଆଲୋଡ଼ନ ସୃଷ୍ଟି କରିଥିଲା ।
ଏହି ବହୁ ପ୍ରତୀକ୍ଷିତ ଫ୍ରାଞ୍ଚାଇଜ୍ ଦର୍ଶକଙ୍କ ସତ୍ତା, ମହତ୍ୱକାକ୍ଷା, ରାଜନୀତି, ବିଶ୍ୱାସଘାତକତା, ଛଳ ଏବଂ ପାରିବାରିକ ସମସ୍ୟାକୁ ଦର୍ଶକଙ୍କ ସାମ୍ନାକୁ ଅଣାଯାଇଛି । ବର୍ତ୍ତମାନ ନିର୍ମାତାମାନେ ‘ମିର୍ଜାପୁର’ର ତୃତୀୟ ସିଜିନର ଟ୍ରେଲର ରିଲିଜ କରିଛନ୍ତି ଯାହା ସୋସିଆଲ ମିଡିଆରେ ଆଲୋଡ଼ନ ସୃଷ୍ଟି କରୁଛି । ପୁରା ଟ୍ରେଲରରେ ପଙ୍କଜ ତ୍ରିପାଠୀ କିଛି ସେକେଣ୍ଡ ପାଇଁ ମାତ୍ର ନଜର ଆସିଛନ୍ତି ଏବଂ ଏହା ଏକ ଆଲୋଡ଼ନ ସୃଷ୍ଟି କରିଛି । ଯେତେବେଳେ କି ଗୁଡୁ ଭାଇ ଚେୟାର ପାଇଁ ଲଢେଇ କରୁଥିବାର ଦେଖିବାକୁ ମିଳିଛି ।
ଏଥର ମଧ୍ୟ ‘ମିର୍ଜାପୁର’ ‘ର ଟ୍ରେଲରରେ ଜବରଦସ୍ତ ଡାଇଲୋଗ ରହିଛି । ତେବେ ଅଲି ଫଜଲଙ୍କୁ ଏଥର ଦମ୍ଦାର ଲୁକ୍ରେ ଦେଖିବାକୁ ମିଳିବ । ଇଶା ତାଲୱାର ଏବଂ ଅଞ୍ଜୁ ଶର୍ମାଙ୍କ ଭଳି ଅନେକ ଷ୍ଟାର ମଧ୍ୟ ଦେଖିବାକୁ ମିଳିବାକୁ ଯାଉଛନ୍ତି । ଏଥି ସହିତ, ଅଖନ୍ଦନନ୍ଦ ତ୍ରିପାଠୀଙ୍କ ଅର୍ଥାତ୍ କାଲିନ୍ ଭାୟାଙ୍କ ଜବରଦସ୍ତ ସିନ୍ କରୁଥିବାର ଦେଖିବାକୁ ମିଳିବ । ଏହି ସିରିଜ୍ ଭାରତରେ ପ୍ରାଇମ୍ ଭିଡିଓ ଏବଂ ବିଶ୍ୱର ୨୪୦ ଦେଶ ଜୁଲାଇ ୫ରେ ମୁକ୍ତିଲାଭ କରିବାକୁ ଯାଉଛି ।
ଏକ୍ସେଲ୍ ମିଡିଆ ଆଣ୍ଡ୍ ଏଣ୍ଟରଟେନମେଣ୍ଟ ଦ୍ୱାରା ଫିଲ୍ମ ନିର୍ମିତ । ଏହି ଫ୍ୟାନ୍-ପ୍ରିୟ କ୍ରାଇମ୍ ଥ୍ରୀଲର୍ ଗୁରୁମିତ ସିଂ ଏବଂ ଆନାନ୍ଦ ଆୟରଙ୍କ ଦ୍ୱାରା ନିର୍ଦ୍ଦେଶିତ । ଏହି ସିରିଜ୍ରେ ପଙ୍କଜ ତ୍ରିପାଠୀ, ଅଲି ଫଜଲ, ଶ୍ୱେତା ତ୍ରିପାଠୀ ଶର୍ମା, ରସିକା ଦୁଗଲ, ବିଜୟ ଧର୍ମା, ଇଶା ତଲୱାର, ଅଞ୍ଜୁମ ଶର୍ମା, ପ୍ରିୟଙ୍କା ପେନୁଲି, ହର୍ଷିତା ଶେଖର, ରାଜେଶ ତୈଲାଙ୍ଗ, ଶିବା ଛଡା, ମେଘନା ମଲିକ ଏବଂ ମନୁ ଋଷିଙ୍କ ଭଳି କଳାକାର ନଜର ଆସିବେ ।