ଭାରତୀୟ ଚଳଚ୍ଚିତ୍ରର ଧମାକା: ଫିଲ୍ମ RRRର ‘ନାଟୁ ନାଟୁ’କୁ ମିଳିଲା ଓସ୍କାର ଆଓ୍ଵାର୍ଡ
ଓସ୍କାରରେ ଭାରତର ଡବଲ ଧମାକା। ଫିଲ୍ମ RRRର ‘ନାଟୁ ନାଟୁ’କୁ ମିଳିଲା ଓସ୍କାର ଆଓ୍ଵାର୍ଡ। ସେହିପରି 'The Elephant Whisperers'କୁ ମିଳିଛି ବେଷ୍ଟ ଡକ୍ୟୁମେଣ୍ଟାରୀ ସଟ୍ ଫିଲ୍ମର ଆଓ୍ଵାର୍ଡ ।
ଓସ୍କାରରେ ଭାରତର ଡବଲ ଧମାକା। ଫିଲ୍ମ RRRର ‘ନାଟୁ ନାଟୁ’କୁ ମିଳିଲା ଓସ୍କାର ଆଓ୍ଵାର୍ଡ । ବେଷ୍ଟ ଓରିଜିନାଲ ସଙ୍ଗ୍ କାଟାଗୋରୀରେ ଜିତଲା ଓସ୍କାର । ଫିଲ୍ମ RRRର ନାଟୁ ନାଟୁ ୨୦୨୨ର ହିଟ୍ ଟ୍ରାକ୍ସ ମଧ୍ୟରୁ ଗୋଟିଏ । ‘ତେଲୁଗୁ ଭର୍ସନରେ ଏହାକୁ କମ୍ପୋଜ କରିଛନ୍ତି ଭେଟେରାନ୍ ମ୍ୟୁଜିକ ଡାଇରେକ୍ଟର ଏମଏମ କିରାଭାନୀ । ଗୀତକୁ ଲେଖିଛନ୍ତି ଚନ୍ଦ୍ରାବୋଷ । ଏହାକୁ ଗାଇଛନ୍ତି କାଲା ଭୈରବ ଓ ରାହୁଲ ସିପ୍ଲିଗୁଞ୍ଜ ।
ଏହା ପୂର୍ବରୁ ଗୋଲଡେନ ଗ୍ଲୋବ ଆଓ୍ଵାର୍ଡ ପାଇ ଇତିହାସ ରଚିଥିଲା ନାଟୁ ନାଟୁ ସଙ୍ଗ । ଗୋଲଡେନ ଗ୍ଲୋବରେ ବେଷ୍ଟ ଅରିଜିନାଲ ସଙ୍ଗ ମୋସନ ପିକ୍ଚର କ୍ୟାଟାଗୋରୀରେ ମିଳିଥିଲା ପୁରସ୍କାର ।
ସେହିପରି ‘The Elephant Whisperers’କୁ ମିଳିଛି ବେଷ୍ଟ ଡକ୍ୟୁମେଣ୍ଟାରୀ ସଟ୍ ଫିଲ୍ମର ଆଓ୍ଵାର୍ଡ । ୩୯ ମିନିଟ୍ର ତାମିଲ ଭାଷାରେ ନିର୍ମିତ ‘THE Elephant Whisperers’ ।
ଓସ୍କାର ଦୌଡରେ ‘ନାଟୁ ନାଟୁ’ ସହ ସାମିଲ ହୋଇଥିଲା ଦୁଇଟି ଡକ୍ୟୁମେଣ୍ଟାରୀ ଫିଲ୍ମ ‘All That Breathes’ ଏବଂ ‘The Elephant Whisperers’ । ତେବେ ରେସରୁ ‘All That Breathes’ ବାଦ ପଡିଛି ।
ସୂଚନା ଥାଉକି ସମ୍ମାନଜନକ ୨୦୨୩ ଉତ୍ସବ ଚାଲିଛି । ଆଜି ଆମେରିକାର ଲସ୍ ଆଞ୍ଜେଲସସ୍ଥିତ ଡୋଲବୀ ଥିଏଟରରେ ଚାଲିଛି ଏହି ୯୫ ତମ ଓସ୍କାର ପୁରସ୍କାର ।