ସାମ୍ନାକୁ ଆସିଲା ଫିଲ୍ମ ‘ସରଫିରା’ ଏବଂ ‘ହିନ୍ଦୁସ୍ତାନୀ ୨’ର କଲେକ୍ସନ୍‌, ବକ୍ସ ଅଫିସ୍‌ରେ କରୁଛି କୋଟି କୋଟି ଟଙ୍କା ରୋଜଗାର

ଜୁଲାଇ ୧୨ ଶୁକ୍ରବାର ଦିନ ଅକ୍ଷୟ କୁମାରଙ୍କ ଫିଲ୍ମ ‘ସରଫିରା’ ଏବଂ କମଲ ହାସନଙ୍କ ଫିଲ୍ମ ‘ହିନ୍ଦୁସ୍ତାନୀ ୨’ ରିଲିଜ୍‌ ହୋଇଛି । ଉଭୟ ଫିଲ୍ମ ବହୁତ ଭଲ କଲେକ୍ସନ୍‌ କରିଛି । ଉଭୟ ଫିଲ୍ମ ଭିନ୍ନ ଭିନ୍ନ ଷ୍ଟୋରି ଦର୍ଶଇଛି । ଏହି ଫିଲ୍ମଗୁଡିକ ଲୋକଙ୍କ ଠାରୁ ବହୁତ ଭଲ ପ୍ରତିକ୍ରିୟା ପାଉଛି । ତେବେ ବର୍ତ୍ତମାନ ଆମେ ଆପଣଙ୍କୁ ଦୁଇଟି ଫିଲ୍ମର ବକ୍ସ ଅଫିସ୍‌ କଲେକ୍ସନ୍‌ ବିଷୟରେ ଜଣାଇବାକୁ ଯାଉଛି । ତେବେ ଫିଲ୍ମ ‘ସରାଫିରା’ ଏବଂ ‘ହିନ୍ଦୁସ୍ତାନୀ ୨’ର ପ୍ରଥମ ଦିନ ବକ୍ସ ଅଫିସ୍ କଲେକ୍ସନ୍‌ ସାମ୍ନାକୁ ଆସିଛି । ତାହେଲେ ଆସନ୍ତୁ ଜାଣିବା ଯେ ଏହି ଦୁଇଟି ଫିଲ୍ମ ପ୍ରଥମ ଦିନରେ କେତେ କୋଟି ଟଙ୍କାର ରୋଜଗାର କରିଛି ।

ଅକ୍ଷୟ କୁମାର, ରାଧିକା ମଦନ, ପରେଶ ରାୱଲଙ୍କ ଅଭିନୀତ ଫିଲ୍ମ ‘ସରଫିରା’ ରିଲିଜ ହେବା ପରଠାରୁ ଲୋକପ୍ରିୟ ହାସଲ କରିବାରେ ଲାଗିଛି । ଏହି ଫିଲ୍ମଟି ଲୋକଙ୍କ ଠାରୁ ବହୁତ ଭଲ ପ୍ରତିକ୍ରିୟା ପାଉଛି । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସୁଧା କୋଙ୍ଗରା । ଅକ୍ଷୟଙ୍କ ବ୍ୟତୀତ ରାଧା ମଦନ ଏବଂ ପରେଶ ରାୱଲଙ୍କ ପରି ଅଭିନେତାମାନେ ଫିଲ୍ମ ସାରଫିରାରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଫିଲ୍ମ ‘ସରାଫିରା’ର ପ୍ରଥମ ଦିନର କଲେକ୍ସନ୍‌ ସାମ୍ନାକୁ ଆସିଛି । ସୂଚନା ମୁତାବକ, ଫିଲ୍ମ ‘ସରଫିରା’ ପ୍ରଥମ ଦିନରେ ମାତ୍ର ୨.୪୦ କୋଟି ଟଙ୍କା ରୋଜଗାର କରିଛି ।

କମଲ ହାସନ, ସିଦ୍ଧାର୍ଥ ଏବଂ ରକୁଲ ପ୍ରୀତଙ୍କ ଫିଲ୍ମ ‘ହିନ୍ଦୁସ୍ତାନୀ ୨’ ମୁକ୍ତିଲାଭ କରିଛି । ଫିଲ୍ମଟି ତାମଲ, ତେଲୁଗୁ, ହିନ୍ଦୀ, ମାଲାୟାଲମ୍ ଏବଂ କନ୍ନଡରେ ରିଲିଜ୍‌ କରାଯାଇଛି । ଏହି ଫିଲ୍ମଟି ୧୯୯୬ର ସୁପରହିଟ୍ ଫିଲ୍ମ ‘ହିନ୍ଦୁସ୍ତାନୀ’ର ସିକ୍ୱେଲ୍ । ଏହି ଫିଲ୍ମର ଷ୍ଟୋରି ଦେଶରୁ ଦୁର୍ନୀତି ହଟାଇବା ଉପରେ ଆଧାରିତ ହୋଇଛି । ଫିଲ୍ମ ‘ହିନ୍ଦୁସ୍ତାନୀ ୨’ ପ୍ରଥମ ଦିନରେ ୨୫.୬୦ କୋଟି ଟଙ୍କା ରୋଜଗାର କରିଛି । ସାଉଥ୍‌ ନିର୍ଦ୍ଦେଶକ ଏସ ଶଙ୍କର ଏହାର ନିର୍ଦ୍ଦେଶନା ଦେଇଛନ୍ତି । କମଲ, ସିଦ୍ଧାର୍ଥ ଏବଂ ଅଭିନେତ୍ରୀ ରକୁଲ ପ୍ରୀତଙ୍କ ବ୍ୟତୀତ ଏହି ଫିଲ୍ମରେ ଅନେକ କଳାକାର ମୂଖ୍ୟ ଭୂମିକାରେ ନଜର ଆସିଛନ୍ତି । ଏବେ ଦେଖିବାରେ ଅଛି ଏହି ଦୁଇଟି ଫିଲ୍ମ ଆଗକୁ ଯାଇ କେତେ କଲେକ୍ସନ୍‌ କରୁଛି ।

You might also like