ସରିଲା ସିମ୍ବାର ସୁଟିଂ, ଇମୋସନାଲ ହେଲେ ଟିମ୍‌

ଶେଷ ହୋଇଛି ରଣବୀର ସିଂ ଓ ସାରା ଅଲ୍ଲୀ ଖାନ୍‌ ଷ୍ଟାରର ଫିଲ୍ମ ସିମ୍ବାର ସୁଟିଂ। ସୁଟିଂର ଶେଷ ଦିନରେ ଫିଲ୍ମ ଡାଇରେକ୍ଟର ରୋହିତ ସେଟ୍ଟି ଓ ଆକ୍ଟଟ୍ରେସ ସାରା ଅଲ୍ଲୀ ଖାନ୍‌ ଖୁବ୍‌ ଇମୋସନାଲ ହୋଇପଡିଥିଲେ। ରୋହିତ ରଣବୀରଙ୍କ ସହ ଏକ ଫଟୋ ସେୟାର କରି ଲେଖିଛନ୍ତି, ୬ମାସ ପୂର୍ବରୁ ଜୁନ୍‌ ୬, ୨୦୧୮ରେ ମୁଁ ସିମ୍ବାର ଯାତ୍ରା ଆରମ୍ଭ କରିଥିଲି। ଆଜି ଏହା ଶେଷ ହେବାକୁ ଯାଉଛି।

1234 ଏବେ ମୋ ଭିତରେ ବହୁତ ଭାବନା ଉଙ୍କି ମାରୁଛି। ମୋର ଓ ରଣବୀରଙ୍କ ଏହା ପ୍ରଥମ ଫିଲ୍ମ। ଏହି ଯାତ୍ରା ଖୁବ୍‌ ଏଣ୍ଟରଟେନିଙ୍ଗ ଥିଲା। ଏପରି ଜଣେ ଭଲ ମଣିଷ ଓ ଅଭିନେତାଙ୍କ ସହ କାମ କରି ମୁଁ ବହୁତ ଖୁସି। ରଣବୀର କାମ ପ୍ରତି ଯେପରି ବିଶ୍ୱସ୍ତ ତାହା ମୋତେ ଅନୁପ୍ରାଣିତ କରିଛି। ରଣବୀରଙ୍କ ଠାରୁ ଆଉ କେହି ସିମ୍ବା ଚରିତ୍ର ଭଲରେ କରିପାରିବେ ନାହିଁ ବୋଲି ମୁଁ ଓ ମୋ ଟିମ୍‌ ଚ୍ୟାଲେଞ୍ଚ କରୁଛୁ।

123ଏବେ ଯାଏ ଏହା ମୋର ସବୁଠୁ ବେଷ୍ଟ ଫିଲ୍ମ। ଅନ୍ୟପଟେ ସାରା ମଧ୍ୟ ଏକ ଇମୋସନାଲ ପୋଷ୍ଟ ସେୟାର କରି ଲେଖିଛନ୍ତି, ଏବେ କାମ ସରୁଛି। ରୋହିତ ସେଟ୍ଟି ସାର! ଏହି ଧୈର୍ଯ୍ଯ, ପରାମର୍ଶ, ଚିନ୍ତା ଓ କରୁଣା ପାଇଁ ଆପଣଙ୍କୁ ଧନ୍ୟବାଦ। ରଣବୀର ସିଂ ଆପଣ ବାସ୍ତବରେ ଜଣେ ଷ୍ଟାର। ଆପଣଙ୍କ ଜୁନୁନ ଓ ସକରାତ୍ମକତା ଅତୁଳନୀୟ ଅଟେ। ଆପଣଙ୍କ କାମ ପ୍ରତି ଅବିଶ୍ୱନୀୟ ସମର୍ପଣ ଦେଖିବା ପରେ ମୁଁ ଜାଣିଲି, ଆପଣ ଦୁଇ ଜଣ କେମିତି ଏହି ସ୍ଥାନରେ ପହଞ୍ଚିଛନ୍ତି। ଡିସେମ୍ବର ୨୮ରେ ରିଲିଜ୍‌ ହେବ ଫିଲ୍ମ ସିମ୍ବା।