ରିଲିଜ ହେବା ମାତ୍ରେ ୟୁଟ୍ୟୁବରେ ଧୁମ ମଚାଉଛି ଫିଲ୍ମ ‘ଓ୍ଵାର’ର ଦ୍ଵିତୀୟ ଗୀତ ‘ଜୟ ଜୟ ଶିବ ଶଙ୍କର’

ଫିଲ୍ମ ‘ଓ୍ଵାର’ର ଦ୍ୱିତୀୟ ଗୀତ ‘ଜୟ ଜୟ ଶିବ ଶଙ୍କର’ ରିଲିଜ ହୋଇଛି। ୟୁଟ୍ୟୁବରେ ରିଲିଜ ହେବା ସଙ୍ଗେ ସଙ୍ଗେ ଏକ ଘଣ୍ଟାରେ ପାଞ୍ଚ ଲକ୍ଷ ଲୋକେ ଦେଖିସାରିଲେଣି। ହିନ୍ଦୀ ସିନେମାର ଦୁଇ ଧମାକାଦାର ଡ୍ୟାନ୍ସର ହ୍ରିତିକ ଏବଂ ଟାଇଗରଙ୍କ ଡ୍ୟାନ୍ସ ଏହି ଗୀତରେ ଧମାଲ କରୁଛି। ହୋଲିକୁ ନେଇ ଫିଲ୍ମର ଗୀତ ରହିଛି। ଗୀତକୁ ବେନି ଦୟାଲ ଏବଂ ବିଶାଲ ଦଲଲାନୀ ଗାଇଛନ୍ତି।

ଏହି ଗୀତକୁ ପ୍ରସ୍ତୁତ କରିବା ପାଇଁ ସଂପୂର୍ଣ୍ଣ ଟିମ୍‌ ସଦସ୍ୟଙ୍କ ପାଇଁ ଚ୍ୟାଲେଞ୍ଜ ରହିଥିଲା। ହ୍ରିତିକ ଏବଂ ଟାଇଗର ଡ୍ୟାନ୍ସକୁ ମ୍ୟାଚ କଲାଭଳି ଗୀତ ମଧ୍ୟ ଜବରଦସ୍ତ ହେବା ଦରକାର। ଏଥିପାଇଁ ବିଶାଲ- ଶେଖର ବହୁତ ପରିଶ୍ରମ କରିଛନ୍ତି। ଗୀତର କୋରିଓଗ୍ରାଫ ବୋସ୍‌କୋ ଏବଂ ସିଜର କରିଛନ୍ତି।

ୟଶରାଜ ଫିଲ୍ମସର ଏହି ଫିଲ୍ମ ଅକ୍ଟୋବର ୨ରେ ରିଲିଜ ହେବ। ଫିଲ୍ମରେ ହ୍ରିତିକ ଏବଂ ଟାଇଗରଙ୍କ ଜବରଦସ୍ତ ଆକ୍ସନ ସିନ୍‌ ରହିଛି। ପୂର୍ବରୁ ରିଲିଜ ହୋଇଥିବା ଟ୍ରେଲରକୁ ଦେଖି ଆପଣମାନେ ନିଶ୍ଚିତ ଅନ୍ଦାଜ ଲଗାଇପାରୁଥିବେ। ପୂର୍ବରୁ ଏହି ଫିଲ୍ମର ଏକ ଗୀତ ‘ ଘୁଙ୍ଗୁର ଟୁଟ୍‌ ଗୈୟ’ ରିଲିଜ ହୋଇଥିଲା। ଏଥିରେ ହିତ୍ରିକ ଏବଂ ବାଣୀଙ୍କ ଜବରଦସ୍ତ ଡ୍ୟାନ୍ସ ଦେଖିବାକୁ ମିଳିଥିଲା।