ଶାହାରୁଖ୍ ଖାନ୍ଙ୍କ ଅପକମିଂ ମୁଭି ‘ଜିରୋ’ର ନୂଆ ପୋଷ୍ଟର ରିଲିଜ୍

ମୁମ୍ବାଇ : ରିଲିଜ୍ ପାଇଁ ପ୍ରସ୍ତୁତ ହେଉଛି ଶାହାରୁଖ୍ ଖାନ୍ଙ୍କ ଅପକମିଂ ମୁଭି ‘ଜିରୋ’ । ଆଜି ଫିଲ୍ମର ଆଉ ଦୁଇଟି ପୋଷ୍ଟର ରିଲିଜ୍ ହୋଇଛି । ଗୋଟିଏ ଫଟୋରେ ଶାହାରୁଖ ଓ କଟ୍ରିନା କୈଫ ଥିବାବେଳେ ଅନ୍ୟ ଫଟୋ ଅନୁଷ୍କା ଶର୍ମାଙ୍କ ସହ ନଜର ଆସିଛନ୍ତି ।
ଅନୁଷ୍କା ହ୍ଵିଲ୍ ଚେୟାରରେ ବସିଛନ୍ତି, ଶାହାରୁଖ ହ୍ଵିଲ୍ ଚେୟାରର ହେଣ୍ଡେଲରେ ବସିଛନ୍ତି । ଫିଲ୍ମରେ ଶାହାରୁଖ ଖାନ୍ଙ୍କୁ ବାମନ ଭୁମିକାରେ ଦେଖିବାକୁ ମିଳିବ । ଆସନ୍ତାକାଲି ଫିଲ୍ମର ଟ୍ରେଲର ରିଲିଜ୍ ହେବ । ଏହା ପୂର୍ବରୁ ଆଜି ଶାହାରୁଖ୍ ନିଜ ଟ୍ଵିଟ୍ର ପେଜ୍ରେ ଏହି ଦୁଇଟି ଫଟୋ ସେୟାର କରିଛନ୍ତି ।