ଫିଲ୍ମଫେୟାର ଓଟିଟି ଆୱାର୍ଡ ୨୦୨୪ ; ଦିଲଜିତ୍-କରୀନାଙ୍କୁ ଶ୍ରେଷ୍ଠ କଳାକାର ଆୱାର୍ଡ
ଚଳିତ ବର୍ଷ ମଧ୍ୟ କମାଲ କରିଛି ଓଟିଟି । ଦର୍ଶକଙ୍କ ହୃଦୟରେ ଏହି ବର୍ଷ ମଧ୍ୟ ଓଟିଟି ରାଜ୍ କରିଛି । ନିକଟରେ ଡିସେମ୍ବର ୧ରେ ଫିଲ୍ମଫେୟାର ଓଟିଟି ପୁରସ୍କାର ୫ମ ସଂସ୍କରଣ ଆୟୋଜନ କରାଯାଇଥିଲା । ଏଥିରେ ଶ୍ରେଷ୍ଠ ଚଳଚ୍ଚିତ୍ର ଏବଂ ଧାରାବାହିକ ପାଇଁ ପୁରସ୍କାର ପ୍ରଦାନ କରାଯାଇଛି । ମନୋରଞ୍ଜନ ଜଗତର ବଡ଼ ବଡ଼ ବ୍ୟକ୍ତିତ୍ୱମାନେ ଏହି ଲୋକପ୍ରିୟ ପୁରସ୍କାର କାର୍ଯ୍ୟରେ ଯୋଗ ଦେଇଥିଲେ ।
ଚଳିତବର୍ଷ ଫିଲ୍ମଫେୟାର ଓଟିଟିରେ ପଞ୍ଜାବୀ ଗାୟକ ଦିଲଜିତ ଦୋସାଞ୍ଜ ‘ଅମର ସିଂ ଚମକିଲା’ ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କାର ଜିତିଛନ୍ତି । ଏଥି ସହିତ ବଲିଉଡ୍ର ବେବୋ କରୀନା କପୁର ଖାନ୍ ‘ଜାନେ ଜାନ୍’ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଆଖ୍ୟା ପାଇଛନ୍ତି । ଏହି ଅବସରରେ ବହୁ ଲୋକପ୍ରିୟ ନିର୍ଦ୍ଦେଶକ, ଚଳଚ୍ଚିତ୍ର ଏବଂ ଷ୍ଟାର୍ଙ୍କୁ ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଛି । ତେବେ ଜାଣନ୍ତୁ, କିଏ କେଉଁ ଆୱାର୍ଡ ହାତେଇଛି ?
ଫିଲ୍ମଫେୟାର ଓଟିଟି ପୁରସ୍କାର ସମ୍ପୂର୍ଣ୍ଣ ତାଲିକା…
- ଶ୍ରେଷ୍ଠ ଅଭିନେତା (ୱେବ୍ ଅରଜିନାଲ ଚଳଚ୍ଚିତ୍ର) – ଦିଲଜିତ୍ ଦୋସାଞ୍ଜ (ଅମର ସିଂ ଚମକିଲା)
- ଶ୍ରେଷ୍ଠ ଅଭିନେତ୍ରୀ (ୱେବ୍ ଅରଜିନାଲ ଚଳଚ୍ଚିତ୍ର) – କରୀନା କପୁର ଖାନ (ଜାନେ ଜାନ)
- ଶ୍ରେଷ୍ଠ ଅଭିନେତା (କ୍ରିଟିକ୍ସ)- ଜୟଦୀପ ଅହଲାୱତ (ଜାନେ ଜାନ)
- ଶ୍ରେଷ୍ଠ ଅଭିନେତ୍ରୀ (କ୍ରିଟିକ୍ସ)- ଅନନ୍ୟା ପାଣ୍ଡେ (ଖୋ ଗାଏ ହମ୍ କାହାଁ)
- ଶ୍ରେଷ୍ଠ ଚଳଚ୍ଚିତ୍ର (ୱେବ୍ ଅରଜିନାଲ)- ଅମର ସିଂ ଚମକିଲା
- ଶ୍ରେଷ୍ଠ ନିର୍ଦ୍ଦେଶକ- ଇମତିଆଜ ଅଲି (ଅମର ସିଂ ଚମକିଲା)
- ଶ୍ରେଷ୍ଠ ସହ-ଅଭିନେତ୍ରୀ- ଭାମିକା ଗାବି (ଖୁଫିଆ)
- ଶ୍ରେଷ୍ଠ ସଂଳାପ- ଇମତିଆଜ ଅଲି ଏବଂ ସାଜିଦ ଅଲି (ଅମର ସିଂ ଚମକିଲା)
- ଶ୍ରେଷ୍ଠ ଅରିଜିନାଲ୍ କାହାଣୀ ଚଳଚ୍ଚିତ୍ର- ଇମତିଆଜ ଅଲି ଏବଂ ସାଜିଦ ଅଲି (ଅମର ସିଂ ଚମକିଲା)
- ଶ୍ରେଷ୍ଠ ପୃଷ୍ଠଭୂମି ସଂଗୀତ- ଆର୍ ରେହମାନ (ଅମର ସିଂ ଚମକିଲା)
- ଶ୍ରେଷ୍ଠ ଡେବ୍ୟୁ ନିର୍ଦ୍ଦେଶକ ଚଳଚ୍ଚିତ୍ର- ଅର୍ଜୁନ ବରଣ ସିଂ (ଖୋ ଗାଏ ହମ୍ କାହାଁ)
- ଶ୍ରେଷ୍ଠ ଡେବ୍ୟୁ ନିର୍ଦ୍ଦେଶକ ସିରିଜ୍ – ଶିବ ରାୱେଲ୍ (ଦ ରେଲୱେ ମ୍ୟାନ୍)
- ଶ୍ରେଷ୍ଠ କାହାଣୀ- ଜୋୟା ଅଖତର, ଅର୍ଜୁନ ବରଣ ସିଂ ଏବଂ ରେମା କାଗି (ଖୋ ଗାଏ ହମ୍ କାହାଁ)
- ଶ୍ରେଷ୍ଠ ଡେବ୍ୟୁ ଅଭିନେତା- ବେଦଙ୍ଗ ରାଇନା (ଦି ଆର୍ଚିସ )
- ଶ୍ରେଷ୍ଠ ଅଭିନେତା ଡ୍ରାମା ପୁରୁଷ ସିରିଜ୍- ଆର ମାଧବନ୍ (ଦ ରେଲୱେ ମ୍ୟାନ୍)
- ଶ୍ରେଷ୍ଠ ନିର୍ଦ୍ଦେଶକ ସିରିଜ୍: ସମୀର ସାକ୍ସେନା ଏବଂ ଅମିତ ଗୋଲାନି- କାଲା ପାନି
- ଶ୍ରେଷ୍ଠ ଅଭିନେତା, ସିରିଜ୍: କମେଡି: ରାଜକୁମାର ରାଓ
- ଶ୍ରେଷ୍ଠ ଅଭିନେତା,ସିରିଜ : ଡ୍ରାମା: ଗଗାନ୍ ଦେବ ରିୟର୍ (ସ୍କାମ 2003:ଦ ଟେଲିଗୀ ଷ୍ଟୋରୀ)
- ଶ୍ରେଷ୍ଠ ଅଭିନେତ୍ରୀ, ସିରିଜ : କମେଡି: ଗୀତାଞ୍ଜଳି କୁଲକର୍ଣ୍ଣି (ଗୁଲକ୍ ସିଜନ୍ 4)
- ଶ୍ରେଷ୍ଠ ଅଭିନେତ୍ରୀ: ଡ୍ରାମା: ମନୀଷା କୋଇରାଲା (ହୀରାମଣ୍ଡି)