ଆଉ ନାହାନ୍ତି ‘ପରିଣୀତା’ ନିର୍ଦ୍ଦେଶକ ପ୍ରଦୀପ ସରକାର, ୬୭ ବର୍ଷ ବୟସରେ ନେଲେ ଶେଷ ନିଃଶ୍ୱାସ
ଜଣାଶୁଣା ଚଳଚ୍ଚିତ୍ର ନିର୍ଦ୍ଦେଶକ ପ୍ରଦୀପ ସରକାରଙ୍କ ଦେହାନ୍ତ ହୋଇଛି। ୬୭ ବର୍ଷ ବୟସରେ ସେ ମୁମ୍ବାଇରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ପ୍ରଦୀପ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ।

ଜଣାଶୁଣା ଚଳଚ୍ଚିତ୍ର ନିର୍ଦ୍ଦେଶକ ପ୍ରଦୀପ ସରକାରଙ୍କ ଦେହାନ୍ତ ହୋଇଛି। ୬୭ ବର୍ଷ ବୟସରେ ସେ ମୁମ୍ବାଇରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ଘନିଷ୍ଠ ବନ୍ଧୁ ତଥା ଚଳଚ୍ଚିତ୍ର ନିର୍ମାତା ହଂସଲ ମେହତା ସୋସିଆଲ ମିଡିଆରେ ପ୍ରଦୀପଙ୍କ ମୃତ୍ୟୁ ଖବର ନିଶ୍ଚିତ କରିଛନ୍ତି। ଖବର ରହିଛି ଯେ ପ୍ରଦୀପ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ, ତାଙ୍କ ଶରୀରରେ ପୋଟାସିୟମ ସ୍ତର ହ୍ରାସ ପାଇଥିଲା ଏବଂ ସେ ଡାଏଲିସିସରେ ଥିଲେ।
ରାତିରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ରାତି ପ୍ରାୟ ୩ଟା ୩୦ରେ ତାଙ୍କର ଦେହାନ୍ତ ଘଟିଥିଲା। ଆଜି ସାନ୍ତାକ୍ରୁଜରେ ଅପରାହ୍ନ ୪ଟାରେ ପ୍ରଦୀପଙ୍କ ଅନ୍ତିମ ସଂସ୍କାର କରାଯିବ। ସେପଟେ ପ୍ରଦୀପ ସରକାରଙ୍କ ନିଧନ ଖବର ଶୁଣି ମନୋଜ ବାଜପେୟୀ, ଅଜୟ ଦେବଗନଙ୍କ ଭଳି କଳାକାର ଟ୍ଵିଟ୍ କରି ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
ପ୍ରଦୀପ ସରକାର ମହିଳା ପ୍ରାଧାନ୍ୟ ଚଳଚ୍ଚିତ୍ର ପାଇଁ ଜଣାଯାଉଥିଲେ। ସେ ବଲିଉଡ୍କୁ ‘ପରିଣୀତା’, ‘ହେଲିକାପ୍ଟର ଇଲା’ ଓ ‘ମର୍ଦାନୀ’ ଭଳି ଚଳଚ୍ଚିତ୍ର ଭେଟି ଦେଇଛନ୍ତି। ୨୦୦୫ ମସିହାରେ ଫିଲ୍ମ ‘ପରିଣୀତା’ରୁ ସେ ନିର୍ଦ୍ଦେଶନା ଡେବ୍ୟୁ କରିଥିଲେ। ଏହାପରେ ୨୦୦୭ରେ ‘ଲଗା ଚୁନରୀ ମେଁ ଦାଗ୍’, ୨୦୧୦ରେ ‘ଲଫଙ୍ଗେ ପରିନ୍ଦେ’ ଏବଂ ୨୦୧୪ରେ ‘ମର୍ଦାନୀ’ର ନିର୍ଦ୍ଦେଶନା ଦେଇଥିଲେ। ଏହାଛଡ଼ା ସେ ଆହୁରି ବି ଅନେକ ବଲିଉଡ୍ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି।
Ohh! That’s so shocking!
Rest in peace Dada!!🙏 https://t.co/wOCqOlVd5Z— manoj bajpayee (@BajpayeeManoj) March 24, 2023
The news of Pradeep Sarkar’s demise, ‘Dada’ to some of us is still hard to digest.
My deepest condolences 💐. My prayers are with the departed and his family. RIP Dada 🙏— Ajay Devgn (@ajaydevgn) March 24, 2023