ପ୍ରସିଦ୍ଧ ଗୀତିକାର ଜାଭେଦ ଅଖତରଙ୍କ ବିରୋଧରେ ମାମଲା, ଆରଏସଏସକୁ ତାଲିବାନ ସହିତ କରିଥିଲେ ତୁଳନା

ଆରଏସଏସ ବିରୋଧୀ ମନ୍ତବ୍ୟ ଅଭିଯୋଗରେ ବଲିଉଡର ପ୍ରସିଦ୍ଧ ଗୀତିକାର ଜାଭେଦ ଅଖତରଙ୍କ ବିରୋଧରେ ମୁମ୍ବାଇ ପୋଲିସ ମାମଲା ରୁଜୁ କରିଛି। ଏହି ମାମଲା ସ୍ଥାନୀୟ ଓକିଲ ସନ୍ତୋଷ ଦୁବେଙ୍କ ଅଭିଯୋଗ ଆଧାରରେ ରୁଜୁ କରାଯାଇଛି। ଅଭିଯୋଗ ମୁତାବକ, ଜାଭେଦ ଅଖତର ଆରଏସଏସକୁ ତାଲିବାନ ସହିତ ତୁଳନା କରିଥିଲେ।

ସାର୍ବଜନିକ ମଞ୍ଚ ହେଉ କି ସୋସିଆଲ ମିଡିଆ, ଏ ସବୁଥିରେ ଜାଭେଦ ଅଖତର ବହୁତ ସକ୍ରିୟ ରହିଥାଆନ୍ତି। ଏହା ବ୍ୟତୀତ ସେ ନିଜ ବୟାନକୁ ନେଇ ବି ଚର୍ଚ୍ଚାରେ ରୁହନ୍ତି। କିନ୍ତୁ ଏଥର ତାଙ୍କ ବୟାନ ତାଙ୍କୁ ହିଁ ବିପଦରେ ପକାଇଛି। ଆରଏସଏସର ତୁଳନା ତାଲିବାନ ସହ କରିବା ମାମଲାରେ ପୋଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି।

ଜଣେ ପୋଲିସ ଅଧିକାରୀ କହିଛନ୍ତି, ‘ସ୍ଥାନୀୟ ଓକିଲ ସନ୍ତୋଷ ଦୁବେଙ୍କ ଅଭିଯୋଗକୁ ଭିତ୍ତି କରି ମୁଲନ୍ଦ ଥାନାରେ ଜାଭେଦ ଅଖତରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଅଧିକାରୀଙ୍କ କହିବା ଅନୁସାରେ, ଆଇପିସି ଧାରା ୫୦୦ ଅନୁଯାୟୀ ମାମଲା ରୁଜୁ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.