କଟରାରେ ମଦ୍ୟପାନ କଲେ ବଲିଉଡ ସେଲିବ୍ରିଟି ଓରି, ୮ ଜଣଙ୍କ ନାଁରେ ମାମଲା ରୁଜୁ

ବଲିଉଡର ଜଣାଶୁଣା ସେଲିବ୍ରିଟି ଓରିଙ୍କ ନାଁରେ ଅଭିଯୋଗ । କଟରା ସ୍ଥିତ ହୋଟେଲରେ ମଦ ପିଇଥିବା ନେଇ ତାଙ୍କ ନାଁରେ ଥାନାରେ ମାମଲା ରୁଜୁ କରାଯାଇଛି । ମଦ୍ୟପାନ ନିଷେଧ ଥିବା ଅଞ୍ଚଳରେ ବସି ମଦ୍ୟପାନ କରୁଥିଲେ । ତେଣୁ ଓରିଙ୍କ ସମେତ ଅନ୍ୟ ଆଠ ଜଣଙ୍କୁ ମଧ୍ୟ ପୋଲିସ୍ କାର୍ଯ୍ୟାନୁଷ୍ଠାନ ନେଇଛି ।

ବଲିଉଡ୍ ସେଲିବ୍ରିଟି ଓରିଙ୍କ ନାଁରେ ଥାନାରେ ଅଭିଯୋଗ ଆସିଛି । ଏହା ସହିତ ଅନ୍ୟ ଆଠ ଜଣଙ୍କ ନାଁରେ ଆଇନଗତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କଟରାରେ ଏକ ହୋଟେଲରେ ଓରି ମଦ୍ୟପାନ କରୁଥିଲେ । ସେ ଏହା ନୁହେଁ ତାଙ୍କ ସହିତ ଥିବା ଅନ୍ୟ ୮ ଜଣ ମଧ୍ୟ ମଦ୍ୟପାନ କରୁଥିବାର ଅଭିଯୋଗ ହୋଇଛି । ଏଠାରେ ରହୁଥିବା ସମସ୍ତ ଲୋକଙ୍କ ବିରୁଦ୍ଧରେ ହୋଟେଲ ପ୍ରଶାସନ କେସ୍ ଫାଇଲ କରିଛନ୍ତି । ଏହି ମାମଲାକୁ ୭୨/୨୫ରେ ରୁଜୁ କରିଛନ୍ତି ।

୧୫ମାର୍ଚ୍ଚର ଓରିଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା । ହୋଟେଲରେ ନିଜ ସାଙ୍ଗମାନଙ୍କ ସହ ପାର୍ଟି କରୁଥିବାର ଗୋଟିଏ ଫଟୋ ଦେଖିବାକୁ ମିଳିଥିଲା । ପାର୍ଟିରେ ମଦ ବୋତଲ ଟେବୁଲ ଉପରେ ଥୁଆ ହୋଇଥିବାର ଫଟୋ ନଜରରେ ଆସିଥିଲା ।

କଟରା ସ୍ଥିତି ଏକ ହୋଟେଲରେ ଓରି ରହୁଥିଲେ । ହୋଟେଲ ପରିଚାଳକଙ୍କ ସୂଚନାନୁଯାୟୀ, ୧୫ ମାର୍ଚ୍ଚରେ ଓରିଙ୍କ ସହିତ ଦର୍ଶନ ସିଂ, ପାର୍ଥ ରୈନା, ରିତିକ୍ ସିଂ, ରାଶି ଦତ୍ତା, ରକ୍ଷିତା ଭୋଗଲ, ଶଗୁନ କୋହଲି ଏବଂ ଅନ୍ୟମାନେ ସାମିଲ ଥିଲେ । ମାତା ବୈଷ୍ଣବଦେବୀଙ୍କ ତୀର୍ଥ ସ୍ଥାନ ପାଇଁ ଆମିଷ ଖାଦ୍ୟ ଏବଂ ମଦ୍ୟପାନ ନିଷେଦ୍ଧ । ବାରଣ ସତ୍ତ୍ବେ ସମସ୍ତେ ମିଶି ସେଠାରେ ବସି ମଦ୍ୟପାନ କରିଥିଲେ । ଯାହା ଫଳରେ ସେମାନଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ନିୟମ ଉଲ୍ଲଂଘନ କରିଥିବାରୁ SSP ରିଆସି ଘଟଣାର ବିଚାର କରି କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଏହା ଧାର୍ମିକ ଅଞ୍ଚଳରେ ଖରାପ ପ୍ରଭାବ ପକାଉଛି ବୋଲି କହିଛନ୍ତି ।  ଏହି ନିଶା ଦ୍ରବ୍ୟ ପାନ ଦ୍ବାରା ଲୋକଙ୍କ ମନରେ ଆଘାତ ଦେଇଛି । SSP ରିଆସି କହିଛନ୍ତି ଯେ, ଶାନ୍ତି ଭଙ୍ଗ କରୁଥିବା ଅପରାଧୀଙ୍କ ପାଇଁ କୌଣସି ସ୍ଥାନ ନାହିଁ । ସେମାନଙ୍କ ପାଇଁ କଡା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Also Read : ହୋଲିରେ ଟେଲି ଅଭିନେତ୍ରୀଙ୍କ ସହ ଅସଦାଚରଣ, ଥାନାର ଦ୍ବାରସ୍ଥ ହେଲେ ଅଭିନେତ୍ରୀ