ଶାହରୁଖଙ୍କ ପତ୍ନୀ ଗୌରୀଙ୍କ ନାମରେ ଥାନାରେ ମାମଲା, ମୁମ୍ବାଇର ଜଣେ ବ୍ୟକ୍ତି କରିଛନ୍ତି ଅଭିଯୋଗ

ଗୌରୀ ଖାନଙ୍କ ନାମରେ ଥାନାରେ ଅଭିଯୋଗ । ଉତ୍ତରପ୍ରଦେଶର ଲକ୍ଷ୍ମୌରେ ଗୌରୀଙ୍କ ନାମରେ ମାମଲା ରୁଜୁ ହୋଇଛି । ମୁମ୍ବାଇର ଜଣେ ବ୍ୟକ୍ତି ଗୌରୀଙ୍କ ନାମରେ ମାମଲା ଦାଏର କରିଛନ୍ତି ।

ଶାହରୁଖ ଖାନଙ୍କ ପତ୍ନୀ ଗୌରୀ ଖାନଙ୍କ ନାମରେ ଅଭିଯୋଗ । ଉତ୍ତରପ୍ରଦେଶର ଲକ୍ଷ୍ମୌରେ ଗୌରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ମୁମ୍ବାଇରେ ରହୁଥିବା ଜଣେ ବ୍ୟକ୍ତି ଗୌରୀଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ।

ଖବର ମୁତାବକ, ମୁମ୍ବାଇର ବାସିନ୍ଦା ଜସୱନ୍ତ ଶାହ ତୁଲସିୟାନୀ କନଷ୍ଟ୍ରକ୍ସନ ଆଣ୍ଡ ଡେଭଲପର୍ସ ଲିମିଟେଡ୍‌ ଠାରୁ ଏକ ଫ୍ଲାଟ୍‌ କିଣିଥିଲେ । ଯାହାର ଦାମ୍‌ କୋଟିଏ ଟଙ୍କା ରହିଥିଲା । କମ୍ପାନୀକୁ ଏପର୍ଯ୍ୟନ୍ତ ଜସଓ୍ଵନ୍ତ ୮୬ ଲକ୍ଷ ଟଙ୍କା ଦେଇସାରିଛନ୍ତି । ତା’ ପରେ ମଧ୍ୟ ତାଙ୍କୁ ଫ୍ଲାଟ ମିଳିନାହିଁ । ତେଣୁ ଗୌରୀଙ୍କ ନାମରେ ବ୍ୟକ୍ତି ଜଣକ ଅଭିଯୋଗ ଦାଏର କରିଛନ୍ତି । ଯେଉଁ କମ୍ପାନୀରେ ଗୌରୀ ବ୍ରାଣ୍ଡ ଆମ୍ବାସାଡର ଅଛନ୍ତି, ସେହି କମ୍ପାନୀ ତାଙ୍କୁ ଠକିଛି। ଅଭିଯୋଗରେ ଦର୍ଶାଯାଇଛି ଯେ, ଲକ୍ଷ୍ନୌରେ ସୁଶାନ୍ତ ଗଲ୍ଫ ସିଟି ଅଞ୍ଚଳରେ ତୁଲସିୟାନି ଗଲ୍ଫ ଭ୍ୟୁରେ ଥିବା ଫ୍ଲାଟ ଅନ୍ୟ କାହାକୁ ଦିଆଯାଇଛି।

କେବଳ ଗୌରୀ ନୁହେଁ ତୁଲସିୟାନୀ କନଷ୍ଟ୍ରକସନ ଆଣ୍ଡ ଡେଭଲପମେଣ୍ଟ ଲିମିଟେଡର ସିଏମଡି ଅନିଲ କୁମାର ତୁଲସିୟାନୀ ଏବଂ ଏହାର ନିର୍ଦ୍ଦେଶକ ମହେଶ ତୁଲସିୟାନୀଙ୍କ ବିରୋଧରେ ମଧ୍ୟ ଅଭିଯୋଗ କରାଯାଇଛି। ଏହି କମ୍ପାନୀର ଗୌରୀ ବ୍ରାଣ୍ଡ ଆମ୍ବାସାଡର ଥିବାରୁ ସେ ପ୍ରଭାବିତ ଫ୍ଲାଟ କିଣିଥିବା କହିଛନ୍ତି। କିନ୍ତୁ ସେ ଏବେ ଠକାମିର ଶିକାର ହୋଇଛନ୍ତି। ତେବେ ବ୍ୟକ୍ତି ଜଣକ ବ୍ରାଣ୍ଡ ଆମ୍ବାସାଡର ଗୌରୀଙ୍କ ପ୍ରଚାର ପ୍ରସାରରେ ପ୍ରଭାବିତ ହୋଇ ଏହି ଫ୍ଲାଟ କିଣିଥିଲେ ।

ସୂଚନାଯୋଗ୍ୟ, ଗୌରୀ ଖାନ ଏ ବିଷୟରେ କିଛି ଜାଣିନାହାନ୍ତି। ସେ କେବଳ କମ୍ପାନୀର ବ୍ରାଣ୍ଡ୍‌ ଆମ୍ବାସାଡର । ନିକଟରେ ଗୌରୀ ଖାନ ଏକ ନୂଆ ଗାଡି କିଣିଛନ୍ତି। ଯାହାର ଦାମ୍‌ ଲକ୍ଷାଧିକ ବୋଲି କୁହାଯାଉଛି । ଗୌରୀ ନିଜେ ‘ଗୌରୀ ଖାନ ଡିଜାଇନ୍ସ’ ନାମକ ବ୍ରାଣ୍ଡ୍‌ ଚଲାନ୍ତି । ଘରକୁ ରିନୋଭେଟ୍‌ କରିବା ସହିତ ନିଜେ ଡିଜାଇନ କରନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.