ସୁଟିଙ୍ଗ ଚାଲୁଥିବାବେଳେ ସେଟରେ ଲାଗିଲା ନିଆଁ, ଘଟଣା ସ୍ଥଳରେ ଥିଲେ ଅକ୍ଷୟ କୁମାର ଓ କୃତ୍ତି ସାନନ

ବର୍ତ୍ତମାନ ବଲିଉଡରେ ଅନେକ ବଡ ବଡ ଫିଲ୍ମକୁ ନେଇ ଜବରଦସ୍ତ ଚର୍ଚ୍ଚା ହେଉଛି। କେତେକ ଫିଲ୍ମ ରିଲିଜ ପାଇଁ ପ୍ରସ୍ତୁତ ହେଉଥିବାବେଳେ ଆଉ କିଛି ଫିଲ୍ମର ସୁଟିଙ୍ଗ ଚାଲୁଛି। ତେବେ ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ପାଖରେ ଫିଲ୍ମର ଲମ୍ବା ତାଲିକା ରହିଛି। ଗୋଟିଏ ସମୟରେ ଅକ୍ଷୟଙ୍କ ଫିଲ୍ମ ରିଲିଜ ହେବା ସହିତ ସୁଟିଂ ମଧ୍ୟ ଜାରି ରହିଛି । ଏବେ ଅକ୍ଷୟ ବଚ୍ଚନ ପାଣ୍ଡେ ସୁଟିଂ ସେଟରେ ବ୍ୟସ୍ତ ଅଛନ୍ତି।

ଏହି ଫିଲ୍ମରେ ଅକ୍ଷୟଙ୍କ ସହିତ ଜାକଲିନ ଫର୍ଣ୍ଣାଡିଜ ଓ କୃତ୍ତି ସାନନ ନଜର ଆସିବେ । ଏହା ମଧ୍ୟରେ ବଚ୍ଚନ ପାଣ୍ଡେ ସୁଟିଂ ସେଟରେ ଅଗ୍ନିକାଣ୍ଡ ହୋଇଥିବା ଖବର ସାମ୍ନାକୁ ଆସିଛି। ଏବଂ ଏହି ସମୟରେ ସେଟରେ ଅକ୍ଷୟ କୁମାର ଓ କୃତ୍ତି ସାନନ ମହଜୁଦ ଥିଲେ। କିନ୍ତୁ ଏହି ଅଗ୍ନିକାଣ୍ଡରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣା ପଡ଼ିଛି।

ବଚ୍ଚନ ପାଣ୍ଡେ ରିଲିଜ ହେବାକୁ ଆଉ ଅଳ୍ପ ଦିନ ବାକିଥିବା ବେଳେ ଏହାର ସୁଟିଂ ପାଖାପାଖି ସରିଯାଇଛି, କିନ୍ତୁ ଫିଲ୍ମର କିଛି ଅଂଶ ରହିଯାଇଛି। ଅକ୍ଷୟ କୁମାର ଓ କୃତ୍ତି ସେନନ ଫିଲ୍ମର ବଳକା ଅଂଶ ପାଇଁ ସୁଟିଂରେ ବ୍ୟସ୍ତ ଥିଲେ। ନ୍ୟୁଜ ଟ୍ରାକର ଏକ ରିପୋର୍ଟ ଅନୁସାରେ ବଚ୍ଚନ ପାଣ୍ଡେ ସୁଟିଂ ସେଟରେ ନିଆଁ ଲାଗି ଯାଇଛି, କିନ୍ତୁ କୌଣସି କ୍ଷୟକ୍ଷତି ହୋଇନାହିଁ ଓ ତୁରନ୍ତ ନିଆକୁ ଆୟତ୍ତ କରାଯାଇଥିଲା।

 

View this post on Instagram

 

A post shared by Akshay Kumar (@akshaykumar)

ସୂଚନା ମୁତାବକ ଏହି ଫିଲ୍ମରେ ଅକ୍ଷୟ ଭୋଜପୁରୀ ହିନ୍ଦି କହୁଥିବାର ଦେଖାଯିବେ। ସେଥିପାଇଁ ସେ ଫିଲ୍ମ ସେଟରେ ଆସିଷ୍ଟାଣ୍ଟ ଡାଇରେକ୍ଟରଙ୍କ ପାଖରୁ ଟ୍ରେନିଙ୍ଗ ନେଉଛନ୍ତି। ଫିଲ୍ମରେ ଅକ୍ଷୟ କୁମାର ଉତ୍ତରପ୍ରଦେଶ ସହିତ ସମ୍ପୃକ୍ତି ଥିବା ଏକ ଗ୍ୟାଙ୍ଗଷ୍ଟର ‘ବଚ୍ଚନ ପାଣ୍ଡେ’ ଭୂମିକାରେ ନଜର ଆସିବେ । କ୍ରୀତି ଏଥିରେ ସାମ୍ବାଦିକା ଭୂମିକାରେ ଅଭିନୟ କରୁଥିବାବେଳେ, ଫିଲ୍ମରେ ହିରୋ ଅପରାଧ ଦୁନିଆକୁ ଛାଡ଼ୁଛି କି ନାହିଁ? ଏହି ସସପେନ୍ସରେ କାହାଣୀଟି ଆଗକୁ ବଢ଼ୁଛି।

ବଚ୍ଚନ ପାଣ୍ଡେ ଫିଲ୍ମରେ ଅକ୍ଷୟ କୁମାର କୃତ୍ତି ସାନନଙ୍କ ପରେ ଅରସଦ ୱାରସି, ସଞ୍ଜୟ ମିଶ୍ରା, ଜାକଲିନ ଫର୍ଣ୍ଣାଡିଜ, ଓ ପଙ୍କଜ ତ୍ରିପାଠୀ ମଧ୍ୟ ଅଭିନୟ କରିଛନ୍ତି । ଏହି ଫିଲ୍ମ ମାର୍ଚ୍ଚ ୪ ତାରିଖ ୨୦୨୨ରେ ରିଲିଜ ହେବାକୁ ଯାଉଛି।