ସାମ୍ନାକୁ ଆସିଲା ଆଦିତ୍ୟ ରାୟ କପୁରଙ୍କ ‘ମଲଙ୍ଗ’ର ଫାଷ୍ଟଲୁକ୍‌, ଫ୍ୟାନ୍‌ ଦେଲେ ଏମିତି ରିଆକ୍ସନ୍‌

ବହୁ ପ୍ରତୀକ୍ଷିତ ଫିଲ୍ମ ‘ମଲଙ୍ଗ’ର ଫାଷ୍ଟଲୁକ୍‌ ସାମ୍ନାକୁ ଆସିଛି। ନିର୍ଦ୍ଦେଶକ ମୋହିତ ସୁରୀଙ୍କ ଆଗାମୀ ରୋମାଣ୍ଟିକ୍‌, ଆକ୍ସନ୍‌, ଥ୍ରିଲର ଫିଲ୍ମରେ ମୁଖ୍ୟ ଭୂମିକାରେ ଆଦିତ୍ୟ ରାୟ କପୁରଙ୍କୁ ଦେଖିବାକୁ ମିଳିଛି। ଗତକାଲି ଆଦିତ୍ୟ ୩୪ ବର୍ଷରେ ପାଦ ଥାପିଛନ୍ତି। ଏ ଅବସରରେ ଫିଲ୍ମର ଫାଷ୍ଟଲୁକ୍‌ ଜାରି କରାଯାଇଛି। ସିନେ ସମୀକ୍ଷକ ତରଣ ଆଦର୍ଶ ନିଜ ଟ୍ଵିଟରରେ ଫିଲ୍ମର ଫାଷ୍ଟଲୁକ୍‌ ସେୟାର କରିଛନ୍ତି। ଏହି ପୋଷ୍ଟରରେ ଆଦିତ୍ୟଙ୍କ ସହ ଦିଶା ପଟାନୀ ମଧ୍ୟ ନଜର ଆସିଛନ୍ତି।

ଏହାସହ ପଢ଼ନ୍ତୁ: ଓଭର ମେକ୍‌ଅପ୍‌ ସହ ଗହଣା ଯୋଗୁ ଟ୍ରୋଲ୍‌ ହେଲେ ରାନୁ ମଣ୍ଡଳ, ଲୋକେ କହିଲେ ଏମିତି…

କିଛିଦିନ ତଳେ ଅନୀଲ କପୁର ଫିଲ୍ମର ମହୁରତର ଫଟୋ ସେୟାର କରିଥିଲେ। ସେତେବେଳେ ଲୋକେ ଅନୀଲ କପୁରଙ୍କ ଫିଟ୍‌ନେସ୍‌ର ରାଜ୍‌ କ’ଣ ପଚାରିଥିଲେ। ପରେ ଅନୀଲ ଖୁସି ହୋଇ ଲୋକଙ୍କୁ ନିଜ ହେଲ୍‌ଥର ସିକ୍ରେଟ୍‌ କହିଥିଲେ।