ପ୍ରଥମେ ମାର୍କେଟିଂ, ତାପରେ ଟିଭି ଆଉ ଏବେ ଆୟୁଷ୍ମାନଙ୍କ ଅଭିନେତ୍ରୀ ସାଜିବେ ପଙ୍ଖୁଡୀ

ଟିଭି ସିରିଅଲର ଅଭିନେତ୍ରୀ ଏବେ ବଲିଉଡ ମୁହାଁ। ଗତ କିଛିଦିନ ତଳେ ଟିଭି ଅଭିନେତା ଲକ୍ଷ୍ୟ କରନ ଜୋହରଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ଦୋସ୍ତାନା ୨’ ସାଇନ କରିଛନ୍ତି। ଲକ୍ଷ୍ୟଙ୍କ ପରେ ଏବେ ‘ୟେ ରିସ୍ତା କ୍ୟା କେହଲାତ ହୈ’ରର ଅଭିନେତ୍ରୀ ପଙ୍ଖୁଡୀ ଅଓ୍ଵସ୍ତୀ ଆୟୁଷ୍ମାନ ଖୁରାନଙ୍କ ସହିତ ବଲିଉଡର ଏଣ୍ଟ୍ରି କରିବାକୁ ଯାଉଛନ୍ତି। ଆୟୁଷ୍ମାନଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ଶୁଭ ମଙ୍ଗଳ ଜ୍ୟାଦା ସାବଧାନ’ ଜରିଆରେ ଏଣ୍ଟ୍ରି ମାରିବେ ପଙ୍ଖୁଡୀ। ସେ ଫିଲ୍ମରେ କୁସୁମ ଭୂମିକାରେ ନଜର ଆସିବେ।

subhଏହାସହ ପଢ଼ନ୍ତୁ ; ରିଲିଜ ହେଲା ‘ମେଡ୍ ଇନ୍ ଚାଇନା’ର ଦମଦାର୍ ଟ୍ରେଲର

ଲକ୍ଷ୍ମୌରେ ଜନ୍ମଗ୍ରହଣ କରିଥିବା ପଙ୍ଖୁଡୀ ଦିଲ୍ଲୀରେ ପାଠ ପଢିବା ପରେ ବେଙ୍ଗାଲୁରୁରେ ମାର୍କେଟିଂ କ୍ଷେତ୍ରରେ ଚାକିରି କରିଥିଲେ। ଛୋଟ ବେଳରୁ ପଙ୍ଖୁଡୀଙ୍କ ମନ ଅଭିନୟରେ ରହିଥିଲା। ତେଣୁ ୨୦୧୪ରେ ମୁମ୍ବାଇ ଆସି ଆଶିକି ଏବଂ ଏମ୍‌ ଟିଭି ଫନା ସିଜିନ୨ ଭଳି ଶୋରେ କାମ କରିବା ଆରମ୍ଭ କରିଥିଲେ। କିନ୍ତୁ ରଜିୟା ସୁଲତାନ ତାଙ୍କୁ ଇଣ୍ଡଷ୍ଟ୍ରୀରେ ପରିଚୟ ଆଣିଦେଇଥିଲା। ତାପରେ ଲୋକପ୍ରିୟ ଧାରାବାହିକ ‘ୟେ ରିସ୍ତା କ୍ୟା କେହଲାତା ହୈ’ ନଜର ଆସିଥିଲେ। ଲିଡ୍‌ ଭୂମିକାରେ ଥିବା କାର୍ତ୍ତିକଙ୍କ ଦ୍ୱିତୀୟ ପତ୍ନୀ ବେଦିକା ଭୂମିକାରେ ନଜର ଆସିଥିଲେ ପଙ୍ଖୁଡୀ। ପଙ୍ଖୁଡୀ ଅଭିନେତା ଗୌତମ ରୋଡେଙ୍କୁ ବିବାହ କରିଛନ୍ତି।