ଦ୍ରାବିଡ ଖେଳରୁ ସନ୍ନ୍ୟାସ ନେବା ପରେ କ୍ରିକେଟ ଦେଖୁନାହାନ୍ତି ରିଚା, ଏବେ କହିଲେ ମନର କଥା

ଭାରତୀୟ କ୍ରିକେଟ ଜଗତର ମହାନ ବ୍ୟାଟ୍ସମ୍ୟାନ ତଥା ବର୍ତ୍ତମାନର କୋଚ୍‌ ରାହୁଲ ଦ୍ରାବିଡ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ ରୁହନ୍ତି ନାହିଁ। କିନ୍ତୁ ତାଙ୍କ ଫ୍ୟାନ୍‌ ଫଲୋଇଂ ଜବରଦସ୍ତ ରହିଛି। ନିକଟରେ ରାହୁଲ ଦ୍ରାବିଡଙ୍କୁ ନେଇ କିଛି ଖୁଲାସା କରିଛନ୍ତି ବଲିଉଡର ଜଣେ ଅଭିନେତ୍ରୀ। ଅଭିନେତ୍ରୀ ଜଣକ ରାହୁଲ ଦ୍ରାବିଡଙ୍କୁ ତାଙ୍କର ପ୍ରଥମ ପ୍ରେମ ବୋଲି କହିଛନ୍ତି।

ଏହି ଅଭିନେତ୍ରୀଙ୍କ ଜଣକ ଆଉ କେହି ନୁହେଁ ବରଂ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ରିଚା ଚଢା ଅଟନ୍ତି। ଋଚା ଚଡ୍ଡା ଟାଇମ୍ସ ଅଫ ଇଣ୍ଡିଆକୁ କହିଛନ୍ତି ଯେ, ପିଲାଦିନେ ସେ କ୍ରିକେଟର ବହୁତ ବଡ ପ୍ରଶଂସକ ଥିଲେ। ତାଙ୍କ ଭାଇ କ୍ରିକେଟ ଖେଳୁଥିଲା। ସେତେବେଳେ ସେ ବି ଟିଭିରେ କ୍ରିକେଟ ଦେଖୁଥିଲେ। ସେ ରାହୁଲ ଦ୍ରାବିଡ଼ଙ୍କୁ ଦେଖିବାକୁ ବହୁତ ପସନ୍ଦ କରୁଥିଲେ। କେବଳ ରାହୁଲଙ୍କୁ ଦେଖିବା ପାଇଁ ସେ ଖେଳ ଦେଖୁଥିଲେ। ଯେତେବେଳେ ସେ ଟିମରୁ ବାହାରିଗଲେ ସେତେବେଳେ ସେ କ୍ରିକେଟ ଦେଖିବା ଛାଡି ଦେଲେ। ଆଉ ରାହୁଲ ଦ୍ରାବିଡ଼ ତାଙ୍କର ପ୍ରଥମ ପ୍ରେମ ବୋଲି ସେ କହିଛନ୍ତି।

ରାହୁଲ ଦ୍ରାବିଡ଼ ନିଜ କ୍ୟାରିଅରରେ ୧୬୪ ଟେଷ୍ଟ ମ୍ୟାଚ ଓ ୩୪୪ ଦିନିକିଆ ମ୍ୟାଚ ଖେଳିଛନ୍ତି। ଉଭୟ ଫାର୍ମଟରେ ସେ ୧୦ ହଜାରରୁ ଅଧିକ ରନ କରିଛନ୍ତି। ଟେଷ୍ଟ ମ୍ୟାଚରେ ସେ ୧୩୨୮୮ ରନ ଓ ଦିନିକିଆରେ ୧୦୮୮୯ ରନ କରିଛନ୍ତି। ସେ ଗୋଟିଏ ଟି-୨୦ ମ୍ୟାଚ ମଧ୍ୟ ଖେଳିଛନ୍ତି ଯେଉଁଥିରେ ସେ ୩୧ ରନ କରିଥିଲେ। ରାହୁଲ ଦ୍ରାବିଡ଼ ୨୦୧୨ ରେ ଟେଷ୍ଟ କ୍ରିକେଟକୁ ଅଲବିଦା କରିଥିଲେ। ୨୦୧୧ ରେ ସେ ନିଜର ଶେଷ ଦିନିକିଆ ମ୍ୟାଚ ଖେଳିଥିଲେ।

Leave A Reply

Your email address will not be published.